fbpx
BSKY
BJD MC SKY
BJD MS SKY

ଓଡ଼ିଶା ଆସିବେ ଏସ୍. ଜୟଶଙ୍କର, କଟକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଆସନ୍ତା ମେ ୫ ତାରିଖରେ କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ଦେଇଛନ୍ତି ବିଜେପି ନେତା
ଭର୍ତ୍ତୃହରି ମହତାବ ।

ଲୋକସଭା ନିର୍ବାଚନକୁ ନେଇ ସରଗରମ ରାଜନୈତିକ ମାହୋଲ । ମଇଦାନରେ ଜମୁଛି ହେବିୱେଟଙ୍କ ପ୍ରଚାର । ଏମିତିରେ ଓଡ଼ିଶାକୁ ଛୁଟୁଛି କେନ୍ଦ୍ର ମନ୍ତ୍ରୀଙ୍କ ସୁଅ । ଆସନ୍ତା ମେ ୫ରେ କେନ୍ଦ୍ରୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଓଡ଼ିଶା ଗସ୍ତରେ ଆସୁଛନ୍ତି । ଅପରପକ୍ଷରେ ବୈଦେଶିକ ମନ୍ତ୍ରୀଙ୍କ କଟକ ଗସ୍ତ ନିର୍ବାଚନୀ ମାହୋଲକୁ ଆହୁରୀ ସରଗରମ କରିବ ବୋଲି ଚର୍ଚ୍ଚା ହେଉଛି । ତେବେ ବୈଦେଶିକ ମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକ କର୍ତ୍ତୃପକ୍ଷଙ୍କ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ।

Get real time updates directly on you device, subscribe now.