fbpx

BIG BREAKING…ଝଡ଼ତୋଫାନରେ ଫସିଲା ବିମାନ; ଜଣେ ଯାତ୍ରୀଙ୍କ ମୃତ୍ୟୁ, ୩୦ଆହତ

Advertisement

ନୂଆଦିଲ୍ଲୀ: ଲଣ୍ଡନରୁ ସିଙ୍ଗାପୁର ଯାଉଥିବା ଏକ ବିମାନ ଝଡ଼ତୋଫାନରେ ପ୍ରଭାବିତ ହୋଇଥିବା ବେଳେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏଭଳି ଏୟାର ଷ୍ଟର୍ମକୁ ଏୟାର ଟର୍ବୁଲାନ୍ସ କୁହାଯାଏ ଏବଂ ବେଳେବେଳେ ସେଥିରେ ଫସି ଯାଇ ଯାତ୍ରୀବାହୀ ବିମାନକୁ କ୍ଷତି ପହଞ୍ଚାଇଥାଏ । ଏହି ବିମାନଟି ମଧ୍ୟ ଏୟାର ଟର୍ବୁଲାନ୍ସରେ ଫସିଯିବା କୁହାଯାଉଛି ।

ଏୟାର ଟର୍ବୁଲାନ୍ସ ଯୋଗୁଁ ସିଙ୍ଗାପୁର ଯାଉଥିବା ଏହି ବିମାନକୁ ବ୍ୟାଙ୍କକରେ ଅବତରଣ କରିବାକୁ ପଡ଼ିଥିଲା । ଏୟାରଲାଇନ୍ସର ବିବୃତି ଅନୁଯାୟୀ, ଏହି ବୋଇଂ ୭-୩୦୦ ଇଆର୍ ବିମାନରେ ୨୧୧ ଜଣ ଯାତ୍ରୀ ଥିଲେ । ଏପରିକି ଏହି ବିମାନରେ ୧୮ ଜଣ କ୍ରୁ ସଦସ୍ୟ ଥିଲେ । ଏହି ଏୟାର ଟର୍ବୁଲାନ୍ସରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ସମବେଦନା ଜଣାଇଛି ସିଙ୍ଗାପୁର ଏୟାରଲାଇନ୍ସ ।

Get real time updates directly on you device, subscribe now.