fbpx

ଅନ୍ତରୀକ୍ଷକୁ ଅସ୍ତ୍ରଶସ୍ତ୍ର ରପ୍ତାନୀ… ଏଥର ସ୍ପେସରେ ଲାଗିବ କି ଲଢେଇ? UNSCରେ ପ୍ରସ୍ତାବ ଦେଲା ଋଷ

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ପୃଥିବୀର ବିଭିନ୍ନ ଦେଶ ପରସ୍ପର ମଧ୍ୟରେ ଯୁଦ୍ଧ ହୁଙ୍କାର ଦେଇଛନ୍ତି । ଋଷ-ୟୁକ୍ରେନ ମଧ୍ୟରେ ୨ ବର୍ଷରୁ ଅଧିକ ସମୟ ହେଲା ଯୁଦ୍ଧ ଲାଗି ରହିଥିବା ବେଳେ ଇସ୍ରାଏଲ-ହମାସ ମଧ୍ୟ ଯୁଦ୍ଧରେ ଲାଗି ରହିଛି । ତେବେ ପୃଥିବୀ ପରେ ଏବେ ଅନ୍ତରୀକ୍ଷରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଅନେକ ଦେଶ । ସ୍ପେସକୁ ଅସ୍ତ୍ରଶସ୍ତ୍ର ନେଇ ଯିବା ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଏମିତି ଏକ ପ୍ରସ୍ତାବ ଆଣିଛି ଋଷ । ଏଥିରେ ସ୍ପେସକୁ ନିଆ ଯାଉଥିବା ଅସ୍ତ୍ରଶସ୍ତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ହୋଇଛି । ଅନ୍ତରୀକ୍ଷକୁ ପରମାଣୁ ଅସ୍ତ୍ରଶସ୍ତ୍ର ନେବାକୁ ବିରୋଧ କରିବା ସହ ଏହାକୁ ରୋକିବା ପ୍ରସ୍ତାବକୁ ସମର୍ଥନ କରି ପାରି ନାହାନ୍ତି ପରିଷଦର ସମସ୍ତ ସଦସ୍ୟ ।

ସୂଚନା ଅନୁସାରେ, ଋଷର ଏହି ପ୍ରସ୍ତାବ ଉପରେ ଡବଲ ଗେମ୍ ଖେଳୁଥିବା କହିଛି ଆମେରିକା । ଋଷ ଏକ ସାଟେଲାଇଟ ଲଞ୍ଚ୍ କରୁଛି ଯାହା ସ୍ପେସକୁ ଅସ୍ତ୍ରଶସ୍ତ୍ର ନେଇଯିବାର ପ୍ଲାନରେ ସାମିଲ ହୋଇପାରେ ବୋଲି ଆମେରିକା କହିଛି । ତେବେ ଋଷ ଏ ନେଇ ଜାତିସଂଘ ଏହି ବିଷୟ ଉପରେ ପ୍ରସ୍ତାବ ଦେବା ପରେ ଏହାକୁ ଏକ ବିଭ୍ରାନ୍ତିକର ପଦକ୍ଷେପ ବୋଲି କହିଛି ଆମେରିକା । ତେବେ ସ୍ପେସରେ ସମସ୍ତ ଅସ୍ତ୍ରଶସ୍ତ୍ର ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଋଷ ଆଣିଥିବା ପ୍ରସ୍ତାବକୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଖାରଜ କରିଛି । ଏ ନେଇ ଆମେରିକା କହିଛି ଯେ, ମସ୍କୋ ଦୁନିଆକୁ ନିଜର ନିଜ ଅସଲି ଟାର୍ଗେଟ ଦ୍ୱାରା ବିଭ୍ରାନ୍ତ କରିବା ପାଇଁ ଚେଷ୍ଟା କରୁଛି ।

ୟୁଏନଏସସିର ୧୫ ସଦସ୍ୟଙ୍କ ମଧ୍ୟରୁ ୭ ଜଣ ସଦସ୍ୟ ଋଷର ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ଯାହା ଫଳରେ ସ୍ପେସରେ ହତିଆର ନେଇ ଯିବା ଉପରେ ରୋକ ଲଗାଇବା ଋଷର ପ୍ରସ୍ତାବ ଫେଲ ମାରିଛି । ୧୫ ଜଣିଆ ୟୁଏନଏସସିର ଚୀନ ସହିତ ପ୍ରାୟ ୬ ଜଣ ସଦସ୍ୟ ଋଷର ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ବହୁମତ ପାଇଁ ୯ଟି ଭୋଟ ଆବଶ୍ୟକତା ଥିବା ବେଳେ ଏହା ଖୁବ କମ୍ ରହିଥିଲା । ତେବେ ଆମେରିକା, ଜାପାନ ଏବଂ ଅନ୍ୟ ୫ଟି ଦେଶ ଏହାକୁ ବିରୋଧ କରିଥିଲେ । ତେବେ ସ୍ୱିଜରଲ୍ୟାଣ୍ଡ ଏହି ଭୋଟିଂରୁ ନିବୃତ୍ତ ରହିଥିଲା ।

ଗତ ଏପ୍ରିଲରେ ଆମେରିକା ଏବଂ ଜାପାନ ଅନ୍ତରୀକ୍ଷରେ ପରମାଣୁ ଏବଂ ସାମୁହିକ ବିନାଶର ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରସ୍ତାବ ରଖିଥିଲା । ଏହାକୁ ଋଷ ଭିଟୋ କରି ରୋକିଥିବା ବେଳେ ବର୍ତ୍ତମାନ ନିଜର ପ୍ରସ୍ତାବ ରଖିଛି । ତେଣୁ ଏହାକୁ ଆମେରିକା ଏବଂ ଜାପାନ ବିରୋଧ କରିଛନ୍ତି । ଭୋଟିଂ ପୂର୍ବରୁ ଆମେରିକାର ଡେପୁଟୀ ରାଜଦୂତ ପ୍ରସ୍ତାବ ସମ୍ପର୍କରେ କହିଛନ୍ତି ଯେ, ଆମେ ଆଜି ଏଠାରେ ପହଞ୍ଚିଛନ୍ତି କାରଣ ଋଷ ପରମାଣୁ ଉପକରଣ ନେଇ ଯାଉଥିବା ନୂଆ ଉପଗ୍ରହର ବିକାଶର ଦୁନିଆକୁ ବିଭ୍ରାନ୍ତ କରିବାକୁ ଚାହୁଁଛି ।

Get real time updates directly on you device, subscribe now.