fbpx

(Video) ସାପ ଖେଳଣା ନୁହେଁ… ପ୍ରାଇଭେଟ ପାର୍ଟକୁ କାମୁଡ଼ିଦେଲା ସାପ: ବିଷଧର ସହ ଖେଳିବା ପଡ଼ିଲା ମହଙ୍ଗା

Advertisement

ଓଡ଼ିଶା ଭାସ୍କର: ସାପ ଏମିତି ଏକ ଜନ୍ତୁ, ଯାହାକୁ ଦୂରରୁ ଦେଖିବା ପାଇଁ ଖୁବ ମଜା ଲାଗେ । କିନ୍ତୁ ପାଖକୁ ଗଲେ ଏହା କେତେ ଯେ ଭୟଙ୍କର, ତାହା କଳ୍ପନା କରିବା କଷ୍ଟକର । ତେଣୁ ଗୁରୁଜନମାନେ କହିଛନ୍ତି ଯେ, ସାପଠାରୁ ଯଥେଷ୍ଟ ଦୂରତା ରକ୍ଷା କରିବା ଉଚିତ୍ । ନଚେତ୍ ଜୀବନ ପ୍ରତି ବିପଦ । ଏହିଭଳି ଏକ ଘଟଣା ବର୍ତ୍ତମାନ ଦେଖିବାକୁ ମିଳିଛି । ସାପକୁ ଦେଖିଲେ ଯେଉଠି ଭୟ ଲାଗୁଛି, ସେଠାରେ ସାପ ସହ ଖେଳିବା କେତେ ଭୟଙ୍କର ହୋଇପାରେ ତାହା ଏହି ଭିଡିଓରୁ ଜଣାଯାଉଛି । ଜଣେ ବ୍ୟକ୍ତି ସାପ ସହ ଖେଳୁଥିବା ବେଳେ ଏହା ହଠାତ୍ ରାଗିଯିବାରୁ ଯୁବକଙ୍କ ପ୍ରାଇଭେଟ ପାର୍ଟକୁ ଆକ୍ରମଣ କରିଛନ୍ତି ।

ସାପ ସହ ଖେଳିବା ଭାରି ପଡିଲା । ଯୁବକଙ୍କ ପ୍ରାଇଭେଟ ପାର୍ଟକୁ କାମୁଡିଦେଲା ସାପ । କୁହାଯାଏ ସାପଠୁ ସର୍ବଦା ଦୂରେଇ ରହିବା ଉଚିତ୍ । ଏହାକୁ ପରିହାସ କରିବା ଜମା ବି ନୁହେଁ । କାରଣ ସାପ ସହ ପଙ୍ଗା ନେବା ଅର୍ଥ ଜୀବନ ପ୍ରତି ବିପଦକୁ ଟାଣି ଆଣିବା । ତଥାପି ଏମିତି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଜାଣି ଜାଣି ଏପରି ଭୁଲ କରିଥାନ୍ତି । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ସାପ ଜଣେ ଯୁବକଙ୍କୁ ସାପ ସହିତ ମଜା କରୁଛନ୍ତି । ଟିକେ ଭିଡିଓଟିକୁ ଦେଖନ୍ତୁ । ଏହି ଭିଡିଓଟି ଆପଣଙ୍କୁ ନିଶ୍ଚୟ ଏଣ୍ଟରଟେନମେଣ୍ଟ କରିବ । ଆଉ ଏହାକୁ ଦେଖିଲେ ଆପଣ ହସି ହସି ଗଡିଯିବେ । ଭିଡିଓଟିରେ ଯୁବକ ଜଣକ ସାପଟିର ଲାଂଜକୁ ଧରି ତାସହ ଖେଳୁଛନ୍ତି । ଆଉ ସାପଟି ଏହି ଖୁବ ଆକ୍ରମଣାତ୍ମକ ହୋଇପଡୁଛି ।

ପ୍ରଥମେ ସାପଟି ବ୍ୟକ୍ତିଙ୍କ ଉପରେ ପଡିଯାଉଛି । ସେହି ସମୟରେ ବ୍ୟକ୍ତି ଜଣକ ନିଜକୁ ରକ୍ଷା କରିଦେଉଛନ୍ତି ଏବଂ ପୁନର୍ବାର ସାପ ସହ ଖେଳୁଛନ୍ତି । ଆଉ ଏହା ପରେ ସାପଟି ଡେଇଁ ପଡି ଯୁବକଙ୍କ ପ୍ରାଇଭେଟ ପାର୍ଟକୁ କାମୁଡି ଦେଉଛି । ଏହା ଦେଖି ସେଠାରେ ଉପସ୍ଥିତ ଲୋକମାନେ ହସିବା ଆରମ୍ଭ କରୁଛନ୍ତି । ଯେତେବେଳେ ଲୋକଟି ଜୋରରେ ପାଟି କରିବାକୁ ଲାଗିଲା । ସେତେବେଳେ ସାପଟି କେଉଁଆଡକୁ ଚାଲିଯାଇଥିଲା । ବର୍ତ୍ତମାନ ପର୍ୟ୍ୟନ୍ତ ୧୬ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି । ଲୋକମାନେ ଭିଡିଓରେ ମଜାଳିଆ ମନ୍ତବ୍ୟ ଦେଇଛନ୍ତି।

Get real time updates directly on you device, subscribe now.