fbpx

କଚ୍ଛିମ ମୁଦି ପିନ୍ଧୁଛନ୍ତି କି? ଏହା ପୂର୍ବରୁ ଜାଣି ରଖନ୍ତୁ ଏହିସବୁ ନିୟମ, ମିଳିବ ଫାଇଦା

Advertisement

ଓଡ଼ିଶା ଭାସ୍କର: ବାସ୍ତୁ ଏବଂ ଜ୍ୟୋତିଶ ଶାସ୍ତ୍ରରେ କଚ୍ଛିମ ମୁଦି ଖୁବ ଶୁଭ ଏବଂ ଲାଭ ଦାୟକ ବୋଲି କୁହାଯାଇଛି । ଅନେକ ସମୟରେ ଏହାକୁ ଧନ-ସମ୍ପଦ ସହିତ ମଧ୍ୟ ଯୋଡ଼ାଯାଏ । ଏହି ମୁଦି ପିନ୍ଧିବା ଦ୍ୱାରା ବ୍ୟକ୍ତିଙ୍କୁ ମାତା ଲକ୍ଷ୍ମୀଙକ ଅସୀମ କୃପା ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହାସହିତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆର୍ତିକ ସମସ୍ୟା ଦେଇ ମଧ୍ୟ ଗତି କରିବାକୁ ପଡ଼େନାହିଁ । କିନ୍ତୁ ଏହାକୁ ଧାରଣ କରିବା ପୂର୍ବରୁ କିଛି ନିୟମ ବିଷୟରେ ଜାଣି ରଖିବା ଉଚିତ୍ । ଯାହା ଦ୍ୱାରା ବ୍ୟକ୍ତିଜଣକ ଏହାର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତି ହୋଇପାରିବ ।

ଚାନ୍ଦୀରେ ପ୍ରସ୍ତୁତ କଚ୍ଛିମ ମୁଦି ଦାରଣ କରିବା ଖୁବ ଲାଭଦାୟକ ହୋଇଥାଏ ବୋଲି କୁହାଯାଇଛି । ଏହି ମୁଦି ଧାରଣ କରିବା ସମୟରେ ଧ୍ୟାନ ରଖନ୍ତୁ, କଚ୍ଛିମର ମୁଖ ଆପଣଙ୍କ ଆଡ଼କୁ ରହିବା ଉଚିତ୍ । ଏହାସହିତ ଡାହାଣ ହାତର ମଧ୍ୟମା ଅଙ୍ଗୁଳି(ମଝି ଆଙ୍ଗୁଠି)ରେ ବା ପାଖ ତର୍ଜନୀ ଆଙ୍ଗୁଳିରେ ଏହି ମୁଦି ପିନ୍ଧିବା ଉଚିତ୍ । ଏହି ମୁଦି ଧାରଣ କରିବା ପୂର୍ବରୁ ଏହାକୁ କ୍ଷୀର ଏବଂ ପରେ ଗଙ୍ଗାଜଳରେ ଶୁଦ୍ଧ କରି ନିଅନ୍ତୁ । ଏହାପରେ ମୁଦ୍ରିକାକୁ ମାତା ଲକ୍ଷ୍ମୀଙ୍କ ଚରଣରେ ଅର୍ପଣ କରି ଶ୍ରୀ ସୁକ୍ତ ପାଠ କରନ୍ତୁ । ଏହାପରେ ହିଁ ଆପଣ କଚ୍ଛିମ ମୁଦ୍ରିକା ଧାରଣ କରିବା ଉଚିତ୍ ହେବ ।

କଚ୍ଛିମକୁ ମା ଲକ୍ଷ୍ମୀଙ୍କ ସହ ଯୋଡ଼ା ଯାଇଥାଏ । ତେଣୁ ଏହି ମୁଦ୍ରିକାକୁ ଶୁକ୍ରବାର ଦିନ ଧାରଣ କରିବା ବେଶ୍ ଲାଭଦାୟକ ବା ଫଳପ୍ରଦ ବୋଲି ବିଶ୍ୱାସ ରହିଛି । ତେବେ ଯଦି ଆପଣ ଏହାକୁ କୌଣସି କାରଣରୁ ବାହାର କରୁଛନ୍ତି, ତେବେ ମା ଲକ୍ଷ୍ମୀଙ୍କ ଚରଣରେ ହିଁ ଅର୍ପଣ କରିବା ପରେ ହିଁ ପୁନର୍ବାର ଧାରଣ କରନ୍ତୁ । ଜ୍ୟୋତିଶଙ୍କ ମାନ୍ୟତା ଅନୁସାରେ, କଚ୍ଛିମ ମୁଦ୍ରିକା ଧାରଣ କରିବା ଦ୍ୱାରା ଧୈର୍ଯ୍ୟ ଏବଂ ଶାନ୍ତି ରହିଥାଏ । ଏହାସହିତ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ହୋଇଥାଏ । ଏହାକୁ ଦାରଣ କରିବା ଦ୍ୱାରା ଜୀବନର ଅନେକ ଦୋଷ ଶେଷ ହୋଇଥାଏ । କଚ୍ଛିମ ମୁଦ୍ରିକା ପିନ୍ଧିବା ଦ୍ୱାରା ଉନ୍ନତିର ମାର୍ଗ ଖୋଲିଥାଏ ବୋଲି ବିଶ୍ୱାସ ରହିଛି ।

Get real time updates directly on you device, subscribe now.