fbpx
BSKY
BJD MC SKY
BJD MS SKY

ବିନା ଇଣ୍ଟରନେଟରେ ବି କରିପାରିବେ UPI ପେମେଣ୍ଟ, କିପ୍ୟାଡ ଫୋନରେ ଏପରି କରନ୍ତୁ ମନି ଟ୍ରାନ୍ସଫର

ନୂଆଦିଲ୍ଲୀ: ଦେଶରେ ୟୁପିଆଇ ପେମେଣ୍ଟର ବ୍ୟବହାର ବଢିବାରେ ଲାଗିଛି । ୟୁପିଆଇ ଆପଣଙ୍କୁ ଘରେ ବସି ଟଙ୍କା ଟ୍ରାନ୍ସଫର କରିବାର ସୁବିଧା ଦେଉଛି । ଅଧିକାଂଶ ଲୋକଏ ୟୁପିଆଇ ପେମେଣ୍ଟ କରିବା ଲାଗି ପେଟିଏମ, ଫୋନପେ, ଭୀମ, ଗୁଗୁଲପେ ପରି ୟୁପିଆଇ ଆପ୍ସର ବ୍ୟବହାର କରିବାରେ ଇଣ୍ଟରନେଟ ନିହାତି ଆବଶ୍ୟକ । ଆପଣ ଜାଣିଛନ୍ତି କି କିପ୍ୟାଡ ଫୋନରେ ମଧ୍ୟ ଆପଣ ୟୁପିଆଇ ପେମେଣ୍ଟ କରିପାରିବେ । ଆସନ୍ତୁ ଜାଣିବା ଏହି ବିଷୟରେ..

ଏନପିସିଆଇ ମୁତାବକ ଫିଚର ଫୋନ ୟୁଜର୍ସ ଆଇବିଆର ନମ୍ବର ଜରିଆରେ ୟୁପିଆଇ ଟ୍ରାଞ୍ଜାକ୍ସନ କରିପାରିବେ । ଏଥିପାଇଁ ଆପଣଙ୍କୁ ଆଇବିଆଇ ନମ୍ବର (୦୮୦-୪୫୧୬୩୬୬୬, ୦୮୦୪୫୧୬୩୫୮୧, ୬୩୬୬୨୦୦୨୦୦) ରେ କଲ କରିବାକୁ ହେବ ଏବଂ ନିଜ ୟୁପିଆଇ ଆଇଡି ଭେରିଫାଏ କରିବାକୁ ପଡିବ । ଏବେ ଆପଣଙ୍କୁ କଲରେ ଦିଆଯାଇଥିବା ନିର୍ଦ୍ଦେଶକୁ ଫଲୋ କରିବା ପରେ ନିଜ ପେମେଣ୍ଟ କରିବାକୁ ପଡିବ ।

UPI 123Pay ବ୍ୟତୀତ ବିନା ଇଣ୍ଟରନେଟରେ ପେମେଣ୍ଟ କରିବାର ଆଉ ଏକ ସରଳ ଉପାୟ ରହିଛି । ତେବେ ଆପଣଙ୍କୁ USSD ସର୍ଭିସର ବ୍ୟବହାର କରିବାକୁ ପଡିବ । ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ନିଜ GSM ସ୍ମାର୍ଟଫୋନରେ ‘*99#’  ମିଶାଇବାକୁ ପଡିବ ଏବଂ ନିର୍ଦ୍ଦେଶର ପାଳନ କରିବାକୁ ପଡିବ । ହେଲେ ଏହି ମୋବାଇଲ ସର୍ଭିସ ଅପରେଟର ଏହି ସର୍ଭିସକୁ ସପୋର୍ଟ କରେ ନାହିଁ ।

Get real time updates directly on you device, subscribe now.