fbpx

ଇସ୍ରାଇଲରୁ ଫେରିଲେ ୨୧୨ ଭାରତୀୟ, ଦିଲ୍ଲୀ ବିମାନବନ୍ଦରରେ ଏମାନଙ୍କୁ ସ୍ୱାଗତ କଲେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର

ନୂଆଦିଲ୍ଲୀ: ଇସ୍ରାଇଲ ଏବଂ ହମାସ ଯୁଦ୍ଧ ମଧ୍ୟରେ ୧୧୨ ଜଣ ଭାରତୀୟଙ୍କୁ ନେଇ ପ୍ରଥମ ବିମାନ ଦିଲ୍ଲୀ ଏୟାର ପୋର୍ଟରେ ପହଁଚିଛି । ତେଲ ଅଭିବରୁ ଭାରତୀୟଙ୍କ ପ୍ରଥମ ବ୍ୟାଚ୍ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଁଚିଛି । ଏହି ଯାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏୟାରପୋର୍ଟରେ ଉପସ୍ଥିତ ଥିଲେ ।

ଯୁଦ୍ଧ ମଧ୍ୟରେ ଫସିରହିଥିବା ଭାରତୀୟ ନାଗରିକମାନଙ୍କୁ କିପରି ଉଦ୍ଧାର କରାଯିବ ଏନେଇ ଭାରତ ସରକାର ଅପରେସନ ଅଜୟ ଆରମ୍ଭ କରିଛନ୍ତି । ଏହା ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରବିନ୍ଦ ବାଗଚୀ କହିଛନ୍ତି ଯେ, ଆମେ ପରିସ୍ଥିତି ଉପରେ ନଜର ରଖିଛୁ । ସେ କହିଛନ୍ତି, ପାଖାପାଖି ୧୮,୦୦୦ରୁ ଅଧିକ ଭାରତୀୟ ଇସ୍ରାଏଲରେ ରହୁଛନ୍ତି । ଏଥିରୁ ୧୨ ଜଣ ବେଷ୍ଟ ବ୍ୟାଙ୍କରେ ଏବଂ ତିନି ରୁ ଚାରି ଜଣ ଗାଜାରେ ଅଛନ୍ତି ।

ଅକ୍ଟୋବର ୭ ରେ ହମାସ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ବନ୍ଦ କରି ଦେଇଥିଲା। ଯେଉଁମାନେ ଇସ୍ରାଏଲରୁ ଫେରୁଛନ୍ତି ସେମାନଙ୍କୁ କୌଣସି ଭଡା ଦେବାକୁ ପଡିବ ନାହିଁ। ସେମାନଙ୍କ ଫେରସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି। ଏହାପୂର୍ବରୁ ତେଲ ଅଭିବରୁ ‘ଅପରେସନ୍ ଅଜୟ’ ଅଧୀନରେ ପରିଚାଳିତ ସ୍ୱତନ୍ତ୍ର ବିମାନରେ ବସିବା ପାଇଁ ଛାତ୍ରଙ୍କ ସମେତ ଭାରତୀୟମାନଙ୍କର ଏକ ଲମ୍ବା ଧାଡି ବିମାନବନ୍ଦରରେ ଦେଖାଯାଇଥିଲା।

ଭାରତ ସରକାର ବୁଧବାର ‘ଅପରେସନ୍ ଅଜୟ’ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଲେଖିଛନ୍ତି, ‘ଇସ୍ରାଏଲରୁ ଫେରିବାକୁ ଚାହୁଁଥିବା ଆମ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଅପରେସନ୍ ଅଜୟ ଆରମ୍ଭ କରାଯାଇଛି। ସ୍ୱତନ୍ତ୍ର ଚାର୍ଟର୍ ଫ୍ଲାଇଟ୍ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଉଛି। ‘ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୋର ଦେଇ କହିଛନ୍ତି,’ ବିଦେଶରେ ଆମର ନାଗରିକଙ୍କ ସୁରକ୍ଷା ଏବଂ ସୁସ୍ଥତା ପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ। ‘

Get real time updates directly on you device, subscribe now.