fbpx

ମହାଦେବ ମନ୍ଦିରରେ ଅଦ୍ଭୁତ ଦୃଶ୍ୟ: ଶିବଲିଙ୍ଗରେ ଗୁଡେଇ ହେଲେ ନାଗରାଜ, ‘ହର ହର ମହାଦେବ’ରେ କମ୍ପିଲା ଅଞ୍ଚଳ

ନୂଆଦିଲ୍ଲୀ: ମହାଦେବଙ୍କ ଗଳାରେ ବିରାଜମାନ ନାଗରାଜଙ୍କ ଦର୍ଶନ ସାଧାରଣତଃ ଶ୍ରାବଣ ମାସରେ ସର୍ବାଧିକ ହୋଇଥାଏ । ଯଦି ଶିବଲିଙ୍ଗଙ୍କ ଆଖପାଖରେ ନାଗରାଜ ଦେଖାଯାଆନ୍ତି, ତେବେ ଏହା ଲୋକଙ୍କ ପାଇଁ ଆସ୍ଥାର କେନ୍ଦ୍ର ହୁଏ ।

ନାଗ ପଞ୍ଜମୀରେ ନାଗରାଜଙ୍କ ପ୍ରତି ଶ୍ରଦ୍ଧାଳୁଙ୍କର ଶ୍ରଦ୍ଧା ଆହୁରି ବଢ଼ିଯାଏ । ଏପରି ଏକ ଅଦ୍ଭୁତ ଦୃଶ୍ୟ ମହାଦେବ ମନ୍ଦିରରେ ଦେଖିବାକୁ ମିଳିଛି । ମନ୍ଦିରରେ ନିର୍ମିତ ଶିବଲିଙ୍ଗକୁ ଲାଗି ନାଗରାଜ ବିରାଜମାନ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଦୃଶ୍ୟ ଦେଖି ବହୁ ଲୋକ ଏକତ୍ରିତ ହୋଇଥିଲେ । ଲୋକମାନେ ଏହାକୁ ଏକ ଚମତ୍କାର ବୋଲି ଭାବିବା ଆରମ୍ଭ କରିଦେଲେ । ଏହା ସହିତ ସେମାନେ ‘ହର ହର ମହାଦେବ’ ଜପ କରିବା ମଧ୍ୟ ଆରମ୍ଭ କରିଥିଲେ । ତେବେ ଏହି ପୁରା ମାମଲା ପେଣ୍ଡ୍ରା ଜିଲ୍ଲାର ବାନ୍ଧା ତାଲାବ ରୋଡରେ ଥିବା ପୋଖରୀ କଡ଼ରେ ଅବସ୍ଥିତ ପ୍ରଭୁ ଭୋଲେନାଥଙ୍କ ଶିବଲିଙ୍ଗ ବିଷୟରେ ରହିଛି ।

ସେଠାରେ ଏକ ବେବି କୋବ୍ରା ଶିବଲିଙ୍ଗ ସହ ଲାଗି ରହିଥିବା ଖବର ସ୍ନେକ୍ କ୍ୟାଚରଙ୍କୁ ମିଳିଥିଲା । ସୂଚନା ପାଇବା ମାତ୍ରେ ସ୍ଥାନୀୟ ସ୍ନେକ୍ ମ୍ୟାନ୍ ଦ୍ୱାରିକା କୋଲ୍ ଘଟଣାସ୍ଥଳରେ ପହଞ୍ଚି ଏହି ବିରଳ ଦୃଶ୍ୟର ଏକ ଭିଡିଓ କରିଥିଲେ । ସ୍ନେକ୍ ମ୍ୟାନ୍ ଦ୍ୱାରିକା କୋଲ କହିଛନ୍ତି ଯେ, କେହି ଜଣେ ତାଙ୍କୁ ସୂଚନା ଦେଇଥଲେ ଯେ ଏହି ସାପଟି ଦୀର୍ଘ ଦିନ ଧରି ପେଣ୍ଡ୍ରାର ବାନ୍ଧା ପୋଖରୀ କୂଳରେ ଅବସ୍ଥିତ ଭଗବାନ ଶଙ୍କରଙ୍କ ଶିବଲିଙ୍ଗ ଉପରେ ବସିଥିଲା । ଘଟଣାସ୍ଥଳରେ ପହଞ୍ଚିବା ପରେ ଶିବଲିଙ୍ଗ ଉପରେ ଗୁଡେଇ ହୋଇଥିବା ସାପ ବେବି କୋବ୍ରା ବୋଲି ଜଣାପଡିଥିଲା ।

ସୂଚନାନୁସାରେ, କୋବ୍ରା କୌ ଣସି ସ୍ଥାନରୁ ଆସି ଶିବଲିଙ୍ଗରେ ଗୁଡ଼େଇ ହୋଇ ବସିଥିଲା । ସେ ଅନେକ ଘଣ୍ଟା ଧରି ଶିବଲିଙ୍ଗକୁ ଲାଗି ବସିଥିଲା । ସାପଟି ଶିବଲିଙ୍ଗକୁ ଗୁଡେଇ ହୋଇ ରହିଥିବାର ସୂଚନା ପାଇବା ମାତ୍ରେ ନିକଟସ୍ଥ ଅଞ୍ଚଳର ବହୁ ସଂଖ୍ୟକ ଲୋକ ସେଠାରେ ପହଞ୍ଚିଥିଲେ । ବେବି କୋବ୍ରାକୁ ସେଠାରୁ ସ୍ନେକ କ୍ୟାଚର ଦ୍ୱାରିକା କୋଲ୍ ଉଦ୍ଧାର କରି ଏକ ସୁରକ୍ଷିତ ସ୍ଥାନରେ ଛାଡିଥିଲେ ।

Get real time updates directly on you device, subscribe now.