ଓଡିଶା ଭାସ୍କର : ବ୍ରେଡ ସହିତ ବଟରର ଲାଭ ଉଠାଇବା ପାଇଁ ଆମେ ବଜାରରୁ ଲହୁଣୀ କିଣି ଆଣି ଫ୍ରିଜରେ ରଖିଥାଉ । ଆଜି କାଲି ମାର୍କେଟରେ ଲହୁଣୀର ଅନେକ ପ୍ରକାର ଭେରାଇଟି ମିଳୁଛି । ହଳଦିଆ ଦେଖା ଯାଉଥିବା ବଟର ସ୍ୱାଦ ସମସ୍ତଙ୍କୁ ପସନ୍ଦ ଆସିଥାଏ । କିନ୍ତୁ କ’ଣ ଆପଣ ଜାଣିଛନ୍ତି ଲହୁଣୀର ସବୁ ଭେରାଇଟି ପ୍ରକୃତ ଲହୁଣୀ ହୋଇନଥାଏ । ତେବେ ବଜାରରେ ମିଳୁଥିବା ଲହୁଣୀ ଖିର କିମ୍ବା ଲହୁଣୀରେ ପ୍ରସ୍ତୁତ ହୋଇ ନଥାଏ । ଏହା ଭେଜିଟେବଲ ଅଏଲରୁ ପ୍ରସ୍ତୁତ ହୋଇଥାଏ । ବଜାରରୁ କିଣା ଯାଇଥିବା ପିନଟ ବଟର, କୋକୋଆ ବଟର, ଏପ୍ପଲ ବଟର କିମ୍ବା କମ ଫ୍ୟାଟ ପାଇଁ ବିକ୍ରି ହେଉଥିବା ଲହୁଣୀ ଭେଜିଟେବଲ ଅଏଲରୁ ପ୍ରସ୍ତୁତ ହୋଇଥାଏ ।
ଏଥିରେ ଅଧିକ ସୋୟାବିନ ଅଏଲ, ପାମ ଅଏଲ ବ୍ୟବହାର ହୋଇଥାଏ । ଏହି ସବୁ ଅଏଲ ମଞ୍ଜିରୁ ପ୍ରସ୍ତୁତ ହୋଇଥାଏ । ଏହାକୁ ହାଇ ଟେମ୍ପରେଚରରେ ଏହାକୁ ପ୍ରସ୍ତୁତ କରାଯାଏ । ଏହା ପରେ ଏହାକୁ ମେସିନ ଦ୍ୱାରା ଏହାର ଲହୁଣୀକୁ ଅଲଗା କରାଯାଏ । ତେବେ ଲହୁଣୀ ପ୍ରସ୍ତୁତ କରିବା ପାଇଁ ଏଥିରେ ଅନେକ ପ୍ରକାର ଜିନିଷ ମିଶା ଯାଇଥାଏ । ଏବଂ ଅନେକ ପ୍ରକାର ଜିନିଷ ଏଥରୁ ବାହାର କରାଯାଏ । ଏହି ଲହୁଣୀକୁ ଆକର୍ଷଣୀୟ କରିବା ପାଇଁ ଏକ ଖାସ ପ୍ରକାରର ରଙ୍ଗ ଏବଂ ପ୍ରିଜରଭିଟିକ୍ସ ବ୍ୟବହାର କରାଯାଇଥାଏ । ଡାଏରୀ ପ୍ରଡକ୍ଟ ପ୍ରସ୍ତୁତ କରୁଥିବା କମ୍ପାନୀ ୨ ପ୍ରକାର ଲହୁଣୀ ପ୍ରସ୍ତୁତ କରିଥାଏ । ଗୋଟିଏ କ୍ଷିରରେ ପ୍ରସ୍ତୁତ ହେଉଥିବା ଲହୁଣୀ ଏବଂ ଅନ୍ୟଟି ଭେଜିଟେବଲ ଅଏଲରେ ପ୍ରସ୍ତୁତ ହୋଇଥାଏ । ତେବେ ଏହି ଲହୁଣୀ ଯେଉଁ ପ୍ୟାକେଟରେ ଏହା ସ୍ପଷ୍ଟ ଲେଖା ହୋଇଛି ଏହା ଭେଜିଟେବଲ ଅଏଲରୁ ପ୍ରସ୍ତୁତ ହୋଇଛି ବୋଲି । ଏହି ପ୍ୟାକେଟରେ ଆଣଙ୍କୁ କେଉଁଠାରେ ବଟର ଲେଖା ହୋଇଥିବା ଦେଖିବାକୁ ମିଳିବ ନାହିଁ ।