fbpx
BJD
BJD SKY
BJD SKY

ପ୍ରଧାନମନ୍ତ୍ରୀ ମୋଦୀ ଲେଖିଲେ ଗରବା ଗୀତ; Video ହେଲା ରିଲିଜ୍, ଦେଖନ୍ତୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥର ଗରବା ଉତ୍ସବରେ ଏକ ବିଶେଷ ଗୀତ ଲେଖିଛନ୍ତି । ଏହି ଗୀତଟି ନିର୍ମାତା ଜ୍ୟାକି ଭାଗ୍ନାନୀଙ୍କ ଡାଇନାମିକ ମ୍ୟୁଜିକ୍ ଲେବଲ୍ ଜେଜଷ୍ଟ ମ୍ୟୁଜିକ୍ ଦ୍ୱାରା ରିଲିଜ୍ କରାଯାଇଛି ।

ଏହି ଗୀତ ଏବଂ ଏହାର ପ୍ରସ୍ତୁତି ଭିଡିଓ ଆଜି ୟୁଟ୍ୟୁବରେ ରିଲିଜ୍ ହୋଇଛି । ଜ୍ୟାକି ଭାଗ୍ନାନୀଙ୍କ ଅନୁଯାୟୀ, ଏହି ଗୀତ ନବରାତ୍ରିର ଶୁଭ ପର୍ବ ପାଇଁ ପ୍ରସ୍ତୁତ ହୋଇଛି । ଏହି ଗରବା ଟ୍ରାକ୍ ଉତ୍ସବର ରଙ୍ଗରେ ରଙ୍ଗୀନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ କବିତାରୁ ପ୍ରେରଣା ନେଇ ଜେଜଷ୍ଟ ମ୍ୟୁଜିକ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହାର ଟାଇଟେଲ ହେଉଛି Garbo । ଭିଡିଓଟି ଏକ ସୁନ୍ଦର ଏବଂ ଆକର୍ଷଣୀୟ ଢ଼ଙ୍ଗରେ ସୁଟିଂ କରାଯାଇଛି ।

ନବରାତ୍ରୀ ଖୁସି :-
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ଏହି ସୁନ୍ଦର ଗୀତରେ ନବରାତ୍ରୀ ପର୍ବ ବିଷୟରେ କୁହାଯାଇଛି, ଯାହା ବିଭିନ୍ନ ରାଜ୍ୟରୁ ଲୋକଙ୍କୁ ସେମାନଙ୍କର ସଂସ୍କୃତି ଏବଂ ପରମ୍ପରାକୁ ଗ୍ରହଣ କରି ଏକତ୍ର କରିଛି । ଆହୁରି ମଧ୍ୟ ଗାର୍ବୋ ନବରାତ୍ରୀର ଖୁସି ଏବଂ ଭାବନାକୁ ବାହାରକୁ ଆଣିଥାଏ ।

ଏହି ଗୀତଟିକୁ ତନିସ୍କ ବାଗଚି ସଜାଇଥିବା ବେଳେ ଏବଂ ଧ୍ୱନୀ ଭାନୁଶାଲି ଗାଇଛନ୍ତି । Garbo ଗୀତ ରିଲିଜ୍ କରିବାବେଳେ ଜ୍ୟାକି ଭଗବାନୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏହି ସଙ୍ଗୀତ ପ୍ରକଳ୍ପର ଏକ ଅଂଶ ହେବା ମୋ ଏବଂ ଜେଜଷ୍ଟ ମ୍ୟୁଜିକ୍ ପାଇଁ ଅତ୍ୟନ୍ତ ଗର୍ବିତ ଏବଂ ଖୁସିର ମୁହୂର୍ତ୍ତ ।

Get real time updates directly on you device, subscribe now.