fbpx

Ind vs Pak; ଅର୍ଦ୍ଧଶତକ ସହ ଇତିହାସ ସୃଷ୍ଟି କଲେ ବାବର ଆଜମ: ନୂଆ ରେକର୍ଡର ଅଧିକାରୀ ହେଲେ ପାକ୍ ଅଧିନାୟକ

ଗୁଜୁରାଟ: ବିଶ୍ୱକପରେ ଭାରତ ବିପକ୍ଷ ହାଇଭୋଲ୍ଟେଜ ମ୍ୟାଚରେ ଫେଲ ମାରିଛି ପାକିସ୍ତାନର ବ୍ୟାଟିଂ ଅର୍ଡର । ଭାରତର ବୋଲିଂ ଆଟାକକୁ ସାମ୍ନା କରିବାରେ ବିଫଳ ହେବାରୁ ମାତ୍ର ୧୯୧ ରନରେ ଦଳ ଅଲଆଉଟ ହୋଇଛି । ଫଳରେ ଭାରତକୁ ମାତ୍ର ୧୯୨ ରନର ବିଜୟ ଲକ୍ଷ୍ୟ ମିଳିଛି । ପାକିସ୍ତାନ ପକ୍ଷରୁ ଏକମାତ୍ର ଖେଳାଳି ଭାବେ ଅର୍ଦ୍ଧଶତକ ହାସଲ କରିଛନ୍ତି ଅଧିନାୟକ ବାବର ଆଜମ । ଏହି ଅର୍ଦ୍ଧଶତକ ସହ ବାବର ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି । ଆଇସିସି ଟୁର୍ଣ୍ଣାମେଣ୍ଟରେ ଏଭଳି କରିବାରେ ତୃତୀୟ ଅଧିନାୟକ ପାଲଟିଛନ୍ତି ବାବର ଆଜମ ।

ଭାରତ ବିପକ୍ଷ ଆଜିର ମ୍ୟାଚରେ ସୁନ୍ଦର ଅର୍ଦ୍ଧଶତକ ହାସଲ କରିଛନ୍ତି ଅଧିନାୟକ ବାବର । ଏହି ଅର୍ଦ୍ଧଶତକ ସହ ବାବର ଆଜମ ନିଜ ନାମରେ ଲେଖିଛନ୍ତି ଏକ ବଡ଼ ଇତିହାସ । ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷରେ ବାବରଙ୍କର ଏହା ହେଉଛି ଦ୍ୱିତୀୟ ଅର୍ଦ୍ଧଶତକ । ତେବେ ଏଭଳି କରିବାରେ ସେ ପାକିସ୍ତାନର ପ୍ରଥମ ଅଧିନାୟକ ପାଲଟିଛନ୍ତି । ବାବରଙ୍କ ପୂର୍ବରୁ ପାକିସ୍ତାନର କୌଣସି ଅଧିନାୟକ ଭାରତ ବିପକ୍ଷରେ ୨ଟି ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇ ନାହାନ୍ତି । ବାବରଙ୍କ ପୂର୍ବରୁ ମିସବାହ ଉଲ ହକ୍ ଏବଂ ଆମିର ସୋହୋଲ ଭାରତ ବିପକ୍ଷରେ ଗୋଟିଏ ଲେଖାଏଁ ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଥିଲେ । କିନ୍ତୁ ପାକିସ୍ତାନର ପ୍ରଥମ ଅଧିନାୟକ ଭାବରେ ବାବର ଆଜମ ୨ଟି ଅର୍ଦ୍ଧଶତକ ନିଜ ନାମରେ କରିଛନ୍ତି ।

ଗତ ୨୦୧୫ ବିଶ୍ୱକପରେ ମିସବାହ ଉଲ ହକ୍ ଭାରତ ବିପକ୍ଷରେ ଏକ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ । ଏହାବ୍ୟତୀତ ୧୯୯୬ ବିଶ୍ୱକପରେ ମାତ୍ର ୪୬ ବଲରୁ ୫୫ ରନ୍ ସଂଗ୍ରହ କରିଥିଲେ ତତ୍କାଳୀନ ପାକିସ୍ତାନୀ ଅଧିନାୟକ ଆମିର ସୋହେଲ । କିନ୍ତୁ ଉଭୟ ମ୍ୟାଚରେ ପାକିସ୍ତାନ ପରାଜୟର ସମ୍ମୁଖୀନ ହୋଇଛି । ଆଜିର ମ୍ୟାଚରେ ମଧ୍ୟ ପାକିସ୍ତାନ ଭାରତକୁ ମାତ୍ର ୧୯୨ ରନର ଟାର୍ଗେଟ ଦେଇଛି । ତେବେ ଭାରତର ବ୍ୟାଟିଂ ଅର୍ଡର ପାଇଁ ଏହି ଲକ୍ଷ୍ୟ ଖୁବ ସହଜ ହେବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.