fbpx
BSKY SKY
BSKY SKY

ସୂ‌ର୍ଯ୍ୟୋପରାଗ ପ୍ରଭାବ: ମାସେ କାଳ କଲବଲ ହେବେ ଏହି ରାଶିର ଲୋକ

BSKY

ଓଡ଼ିଶା ଭାସ୍କର: ଆଜି ହେଉଛି ବର୍ଷର ଶେଷ ସୂର୍ଯ୍ୟୋପରାଗ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଥର ସୂ‌ର୍ଯ୍ୟୋପରାଗ କେବଳ ଗୋଟିଏ ରାଶିକୁ ପୂରା ମାସ ଯାକ କଲବଲ କରିପାରେ। ଏହି ପରାଗ କନ୍ୟା ରାଶିରେ ଲାଗିବ। ସେଥିଲାଗି କନ୍ୟା ରାଶିର ଲୋକଙ୍କୁ ଏକ ମାସ ପର୍ଯ୍ୟନ୍ତ ସତର୍କତାର ସହ ଚଳିବାକୁ ପଡ଼ିବ । ସୂର୍ଯ୍ୟୋପରାଗ ଲାଗିବାକୁ ଥିବା ଏହି ରାଶି ଉପରେ ପରାଗର ପ୍ରଭାବ ପୂରା ମାସେ ଯାଏଁ ରହିବ। ସବୁ କ୍ଷେତ୍ରରେ ଆର୍ଥିକ କ୍ଷତି ଘଟିପାରେ । ଯଦି ଆପଣ ସେୟାର ବଜାରରେ ଟଙ୍କା ନିବେଶ କରିଛନ୍ତି ‌ତ ଏହି ସମୟ ଆପଣଙ୍କ ପାଇଁ ଆଦୌ ବି ଶୁଭଙ୍କର ନୁହେଁ। ଆମେ କହୁଛୁ କେବଳ କନ୍ୟା ରାଶିର ଲୋକଙ୍କ ବିଷୟରେ। ଏହି ସମୟରେ ସେମାନଙ୍କୁ ଆର୍ଥିକ ସଙ୍କଟ ଦେଇ ଯିବାକୁ ପଡ଼ିବ ।

ସର୍ଟକଟ୍‌ ଉପାୟରେ ଟଙ୍କା ଉପାର୍ଜନ କରିବାର ଚିନ୍ତା ମାସେ ପର୍ଯ୍ୟନ୍ତ କନ୍ୟା ରାଶିର ଲୋକଙ୍କ ଉପରେ ଆଣି ପାରେ ସମସ୍ୟା । ଆପଣଙ୍କ ଭାଗ୍ୟ ଏହି ସମୟରେ ଆଦୗ ବି ସାଥ୍‌‌ ଦେବନାହିଁ । ଯେତେ ପାରୁଛନ୍ତି ଘର ଓ ଅଫିସ୍‌ ସମସ୍ୟାରୁ ନିଜକୁ ଦୂରେଇ ରଖନ୍ତୁ। ଏହି ସମସ୍ୟାରେ ଛୋଟ ଛୋଟ କଥା ବି ବଡ଼ ବଡ଼ ସଙ୍କଟ ଉପୁଜାଇପା‌ରେ। ଏଥିପାଇଁ ସତର୍କ ରୁହନ୍ତୁ। ଏହି ସମୟରେ ଚଢ଼ାଣି-ଉଠାଣି ଲାଗି ରହିବ। ସଂପର୍କ ବିଗିଡ଼ିବାର ସମ୍ଭାବନା ରହିଛି। ‌ସେଥିପାଇଁ ହାତେ ମାପି ଚାଖଣ୍ଡେ ଚାଲିବା ଭାରି ଭଲ। ପୁରୁଣା ରୋଗ ସମସ୍ୟା ସୃଷ୍ଟି କରିପାରେ। ସେଥିପାଇଁ ନିଜ ସ୍ବାସ୍ଥ୍ୟର ଖୁବ୍ ଭଲ ଭାବେ ଯତ୍ନ ନିଅନ୍ତୁ। ଏହା ହେଉଛି ଚଳିତବର୍ଷର ଦ୍ବିତୀୟ ସୂର୍ଯ୍ୟୋପରାଗ। ଆଜି ଲାଗିବାକୁ ଥିବା ସୂର୍ଯ୍ୟୋପରାଗ ଭାରତରେ ଦୃଶ୍ୟ ହେବନାହିଁ।

Get real time updates directly on you device, subscribe now.