fbpx

ଡାକ୍ତରଙ୍କ ପାଖରୁ ଅପର୍ଯ୍ୟାପ୍ତ ସୁନା ଅଳଙ୍କାର, ଆମେରିକୀୟ ଡଲାର ସାଙ୍ଗକୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଜବତ….

ଓଡିଶା ଭାସ୍କର; ଅପର୍ଯ୍ୟାପ୍ତ ସୁନା ଅଳଙ୍କାର, ଆମେରିକୀୟ ଡଲାର ଏହା ସାଙ୍ଗକୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ଦାମୀ ସିଗାରେଟ ଜବତ ହୋଇଛି । ଏହା କୌଣସି ରାଜନେତା କିମ୍ବା କଣ୍ଟ୍ରାକ୍ଟରଙ୍କ ଠାରୁ ଜବତ ହୋଇନାହିଁ ବରଂ ଏହା ଜଣେ ଡାକ୍ତରଙ୍କ ଠାରୁ ଜବତ ହୋଇଛି । ଜଣେ ମାମୁଲି ଡାକ୍ତର ହୋଇ କେଉଁଠୁ ତାଙ୍କ ପାଖରେ କୋଟି କୋଟି ଟଙ୍କାର ଧନ ସମ୍ପତ୍ତି ଆସିଲା ତାହା ସମସ୍ତଙ୍କୁ ଚକିତ କରିଛି ।

ସୂଚନା ଥାଉକି, ପାରାଦୀପର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ସିବିଆଇ ଗିରଫ କରିବା ପରେ ତାଙ୍କ ଘରୁ ବିପୁଳ ପରିମାଣର ସମ୍ପତ୍ତି ଜବତ ହୋଇଛି। ଡାକ୍ତର ବାବୁଙ୍କ ପାଖରୁ ନଗଦ ୧୭ ଲକ୍ଷ ଟଙ୍କା ସହ ପାରାଦୀପର ଦୁଇଟି ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ଦାମୀ ସିଗାରେଟ ମିଳିଥିଲା । ଧୀରେ ଧୀରେ ଖୋଳତାଡ଼ ବଢୁଥିବା ବେଳେ ତାଙ୍କ ଧନ ସମ୍ପତ୍ତିର ଚିଠା ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଜଣେ ମାମୁଲି ଡାକ୍ତର ହୋଇ କୋଟି କୋଟି ଟଙ୍କାର ସମ୍ପତ୍ତି କେଉଁଠୁ ଆଣିଲ ତାଙ୍କୁ ସିବିଆଇ ପ୍ରଶ୍ନ କରୁଛି । ମାତ୍ର ତାଙ୍କ ପାଖରେ ଉତ୍ତର ନଥିବା ବେଳେ ସେ ଜଣେ ଦୁର୍ନୀତିଗ୍ରସ୍ତ ଡାକ୍ତର ଓ ବେଆଇନ ଭାବେ ଏହି କଳାଧନ କମାଇଛନ୍ତି ବୋଲି ଅଭିଯୋଗକାରୀ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ।

ତେବେ ସବୁଠୁ ଚର୍ଚ୍ଚାର ବିଷୟ ହେଉଛି ଯେ, ଡାକ୍ତରଙ୍କ ପାଖରେ ଆମେରିକୀୟ ଡଲାର କେଉଁଠୁ ଆସିଲା? ସମସ୍ତଙ୍କ ପାଖରେ ଏହି ବଡ଼ ପ୍ରଶ୍ନ ଥିବା ବେଳେ ସେ ପୋର୍ଟରୁ ଏହି ଟଙ୍କା କମାଇଛନ୍ତି ବୋଲି କୁହାଯାଉଛି । ପାରାଦୀପ ପୋର୍ଟର ଜାହାଜ କ୍ୟାପଟେନ, ମାଲିକ ଓ ବିଦେଶୀ କଣ୍ଟ୍ରାକ୍ଟରଙ୍କ ପାଇଁ ସେ ନକଲି ମେଡିକାଲ ସାର୍ଟିଫିକେଟ ବନାଉଥିବା କୁହାଯାଉଛି । ଏଠାରେ କହି ରଖୁଛୁ ଯେ, ମହାମାରୀ କରୋନା ସମୟରେ ଡାକ୍ତର ରାଜେନ୍ଦ୍ର ନାରାୟଣ ବେଆଇନ ଭାବେ କରୋନା କ୍ଳିଅରାନ୍ସ ସାର୍ଟିଫିକେଟ ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.