fbpx

ଇସ୍ରାଏଲକୁ ବ୍ରିଟେନର ସମର୍ଥନ; ପ୍ରଧାନମନ୍ତ୍ରୀ ଋଷି ସୁନକ କହିଲେ, “ଇସ୍ରାଏଲ ପାଇଁ ଆମର ନିରନ୍ତର ସମର୍ଥନ ରହିବ”

ଓଡିଶା ଭାସ୍କର; ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ତୀବ୍ର ହୋଇଛି । ପ୍ରଥମେ ଇସ୍ରାଏଲ ଉପରେ ଗୋଟିଏ ପରେ ଗୋଟିଏ ରକେଟ୍ ମାଡ କରିଥିଲା ହମାସ। ଏହାପରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରି ପ୍ରତିଆକ୍ରମଣରେ ଗାଜା ସହରକୁ ଘେରାବନ୍ଦୀ କରିବାକୁ ଯାଇ ଘନ ଘନ ଆକ୍ରମଣ କରିବାରେ ଲାଗିଛି। ଯେଉଁଥିରେ ଅନେକ ଜଣଙ୍କ ଜୀବନ ଚାଲିଗଲାଣି । ଏହି ସମୟରେ କିଛି ଦେଶ ପାଲେଷ୍ଟାଇନ ସପକ୍ଷରେ ବାହାରିଥିବା ବେଳେ ବିଶ୍ୱର ବହୁ ପ୍ରମୁଖ ଦେଶମାନେ ଇସ୍ରାଏଲ ସପକ୍ଷରେ ବାହାରିଛନ୍ତି । ଆମେରିକା ଓ ଭାରତ ଭଳି ପ୍ରମୁଖ ଦେଶ ଇସ୍ରାଏଲକୁ ସମର୍ଥନ ଘୋଷଣା କରିଥିବା ବେଳେ ଏବେ ବ୍ରିଟେନ ଦେଶ ମଧ୍ୟ ଇସ୍ରାଏଲକୁ ସମର୍ଥନ ଘୋଷଣା କରିଛି ।

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଇସ୍ରାଏଲ ଉପରେ ହମାସ୍‌ର ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଏକ ସପ୍ତାହ ପୂର୍ବରୁ ଇସ୍ରାଏଲରେ ଘଟିଥିବା ଭୟ ଏବଂ ବର୍ବରତାକୁ ଶବ୍ଦରେ ବର୍ଣ୍ଣନା କରିପାରିବେ ନାହିଁ । ଇସ୍ରାଏଲ ଉପରେ ହମାସ୍‌ର ଏହି ଆକ୍ରମଣ ଭୟଙ୍କର ତଥା ବର୍ବର । ଲୋକମାନଙ୍କୁ ସେମାନଙ୍କ ପ୍ରିୟଜନଙ୍କଠାରୁ ଭୟଙ୍କର ଏବଂ ନିଷ୍ଠୁର ଭାବରେ ନିଆଯାଇଥିଲା। ଏହା ସହ ସୁନକ କହିଛନ୍ତି, ଆମେ ଇସ୍ରାଏଲ ସହିତ ଛିଡ଼ା ହୋଇଛୁ। ଇସ୍ରାଏଲ ପାଇଁ ତାଙ୍କର ନିରନ୍ତର ସମର୍ଥନ ରହିବ ବୋଲି ସେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ତେବେ ଏଭଳି ପରିସ୍ଥିତି ଇସ୍ରାଏଲକୁ ବିଶ୍ୱର ବହୁ ଶକ୍ତିଶାଳୀ ଦେଶ ମାନଙ୍କ ସମର୍ଥନ ମିଳୁଥିବା ବେଳେ ଆଗାମୀ ଦିନରେ ହମାସ ବିରୋଧରେ ଯୁଦ୍ଧ ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ଯୁଦ୍ଧ ମଧ୍ୟରେ ଇସ୍ରାଏଲକୁ ଆମେରିକା ସାମରିକ ସହଯୋଗ କରୁଥିବା ଦେଖିବାକୁ ମିଳିଛି । ଇସ୍ରାଏଲକୁ ବିଭିନ୍ନ କ୍ଷେପଣାସ୍ତ୍ର ଯୋଗାଉଛି ଆମେରିକା ।

Get real time updates directly on you device, subscribe now.