fbpx

କେସ୍‌ର ଶୁଣାଣୀ ସମୟରେ ଫୋନ୍‌ରେ ଗପୁଥିଲେ ଓକିଲ, ରାଗିଯାଇ ଏପରି ନିର୍ଦ୍ଦେଶ ଦେଲେ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ:ସୁପ୍ରିମକୋର୍ଟ ଶୁଣାଣୀ ସମୟରେ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଜଣେ ଓକିଲଙ୍କ ଉପରେ ଭୀଷଣ ରାଗିଯାଇଥିବାର ଘଟଣା ସାମ୍ନାକୁ ଆସିଛି । କୋର୍ଟ ରୁମ୍‌ରେ ଏକ କେସ୍‌କୁ ନେଇ ତର୍କ ଚାଲିଥିବା ସମୟରେ ଓକିଲ ଜଣକ ମୋବାଇଲ୍ ଫୋନ୍‌ରେ କଥା ହେବା ଆରମ୍ଭ କରିଦେଇଥିଲେ । ଏହାକୁ ନେଇ ମୁଖ୍ୟ ବିଚାରପତି ରାଗିଯାଇଥିଲେ ଓ ସେ ଓକିଲଙ୍କୁ କହିଥିଲେ କି ଏହା କୌଣସି ବଜାର ନୁହେଁ । ଆପଣଙ୍କୁ କୋର୍ଟର ମର୍ଯ୍ୟାଦା ପାଳନ କରିବାକୁ ହେବ । ଏହା ସହିତ ସେ ସଂପୃକ୍ତ ଓକିଲଙ୍କୁ ଫୋନ୍ କୋର୍ଟରେ ଜମା କରିବାକୁ କହିଥିଲେ । ଏହାସହ ଆଗକୁ ଏପରି ଭୁଲ୍ ନ କରିବାକୁ ସୂଚାଇ ଦେଇଥିଲେ ।

ଏ ଘଟଣା ସେତେବେଳେ ହୋଇଥିଲା ଯେତେବେଳେ ଅଦାଲତର କୋର୍ଟରୁମ୍ ୧ରେ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ବିଚାରପତି ଜେବି ପାରଦୀୱାଲା ଓ ବିଚାରପତି ମନୋଜ ମିଶ୍ରାଙ୍କ ବେଞ୍ଚ ଏକ ମାମଲାର ଶୁଣାଣୀ କରୁଥିଲେ । ଏହି ସମୟରେ ଅଦାଲତ ପରିସର ହଲ୍‌ରେ ଜଣେ ଓକିଲ ଫୋନ୍‌ରେ କଥା ହେବା ଆରମ୍ଭ କରିଦେଲେ । ଏହାଦେଖି ମୁଖ୍ୟ ବିଚାରପତି ଶୁଣାଣୀକୁ ମଝିରୁ ଅଟକାଇ ଦେଇଥିଲେ ଓ ସଂପୃକ୍ତ ଓକିଲଙ୍କ ଉପରେ ରାଗିଯାଇଥିଲେ । ମୁଖ୍ୟ ବିଚାରପତି କହିଥିଲେ ଏହା କୌଣସି ବଜାର ନୁହେଁ ଯେ ଆପଣ ଏଠାରେ ଫୋନ୍‌ରେ ଗପିବେ । ଏହାପରେ ସେ କୋର୍ଟର ଜଣେ କର୍ମଚାରୀଙ୍କୁ କହିଥିଲେ ଓକିଲଙ୍କ ଫୋନ୍ ନେଇ ଆସିବାକୁ ।

Get real time updates directly on you device, subscribe now.