fbpx

National Film Awards 2023: ଅଲ୍ଲୁ ଅର୍ଜୁନ ଶେଷ୍ଠ ଅଭିନେତା, ୱାହିଦା ରେହମାନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ: ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଅଭିନେତ୍ରୀ ୱାହିଦା ପାଇଛନ୍ତି ଦାଦା ସାହେବ ଫାଲକେ ପୁରଷ୍କାର । ଭାରତୀୟ ଚଳଚ୍ଚିତ୍ର ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ଫାଲକେ ଆୱାର୍ଡ । ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ସେ ପୁରସ୍କୃତ ହୋଇଛନ୍ତି । ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୱାହିଦାଙ୍କୁ ପ୍ରଦାନ କରିଛନ୍ତି ଏହି ପୁରଷ୍କାର ।

ଜାତୀୟ ଚଳଚ୍ଚିତ୍ର ପୁରଷ୍କାରରେ ପୁଷ୍ପା ପାଇଁ ଅଲ୍ଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି । ଅନ୍ୟପଟେ କ୍ରୀତି ସନ୍ନୋନ ଏବଂ ଆଲିଆ ଭଟ୍ଟଙ୍କୁ ମଧ୍ୟ ଶେଷ୍ଠ ଅଭିନେତ୍ରୀ ପୁରଷ୍କାର ମିଳିଛି । ଚଳଚ୍ଚିତ୍ର ମିମି ପାଇଁ କ୍ରୀତି ସାନ୍ନୋନଙ୍କୁ ଏହି ପୁରଷ୍କାର ମିଳିଥିବା ବେଳେ ଗଙ୍ଗୁବାଇ କାଥିଆୱାଡ଼ ପାଇଁ ଆଲିଆ ଭଟ୍ଟଙ୍କୁ ପୁରଷ୍କୃତ କରାଯାଇଛି । ଏଥିସହ ପଙ୍କଜ ତ୍ରିପାଠୀଙ୍କୁ ଶ୍ରେଷ୍ଠ ସହଅଭିନେତା, ପଲ୍ଲବୀ ଯୋଶୀଙ୍କୁ ଶ୍ରେଷ୍ଠ ସହଅଭିନେତ୍ରୀ ପୁରଷ୍କାର ମିଳିଛି ।

ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପୁରଷ୍କୃତ ହେଲା ପ୍ରତୀକ୍ଷା ଚଳଚ୍ଚିତ୍ର । ପ୍ରତୀକ୍ଷାକୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଏହି ପୁରଷ୍କାରକୁ ଗ୍ରହଣ କଲେ ନିର୍ଦ୍ଦେଶକ ତଥା ପ୍ରଯୋଜକ ଅନୁପମ ପଟ୍ଟନାୟକ । ଅନୁପମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ପୁରଷ୍କାର ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.