fbpx

(video)ବଟନ ଦବାଇଲେ ଗୋଟିଏ ସେକେଣ୍ଡରେ ବଦଳିଯିବ ଆପଣଙ୍କ ଡ୍ରେସ୍‌ର ଡିଜାଇନ୍‌, ବୈଜ୍ଞାନିକ ପ୍ରସ୍ତୁତ କଲେ ଡିଜିଟାଲ ଡ୍ରେସ୍‌

ନୂଆଦିଲ୍ଲୀ: ଫ୍ୟାଶନ ଦୁନିଆ ଦିନକୁ ଦିନ ବଦଳିବାରେ ଲାଗିଛି । ଫ୍ୟାଶନ ଅନୁସାରେ ନୂଆ ନୂଆ ଡ୍ରେସ୍ କିଣିବାକୁ ହେଲେ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ । କିନ୍ତୁ ଯଦି ଏପରି ହୁଅନ୍ତା କି ଗୋଟିଏ ଡ୍ରେସ୍‌ର ଡିଜାଇନ୍ ମନକୁ ମନ ବଦଳି ଯାଆନ୍ତା ତେବେ ଆମକୁ ଆଉ ଡ୍ରେସ୍ ଲାଗି ଏତେ ଖର୍ଚ୍ଚାନ୍ତ ହେବାକୁ ପଡନ୍ତାନି । ଆଡୋବ୍ ରିସର୍ଚ୍ଚ ସାଇଣ୍ଟିଷ୍ଟ ଏବେ ଆପଣଙ୍କର ଏହି କଳ୍ପନାକୁ ସତ କରି ଦେଖାଇଛନ୍ତି । ସେମାନେ ଏପରି ଡ୍ରେସ୍ ପ୍ରସ୍ତୁତ କରିଛନ୍ତି ଯାହା ଆପଣଙ୍କ ଆଖିର ପଲକ ପଡିବା ମାତ୍ରକେ ଏହାର ଡିଜାଇନ୍ ବଦଳାଇ ପାରୁଛି ।

ଡେଲିମେଲ୍ ରିପୋର୍ଟ ଅନୁଯାୟୀ ଇଣ୍ଟରଆକ୍ଟିଭ ଡ୍ରେସ୍ ଆଡୋବର ରିସର୍ଚ୍ଚ ସାଇଣ୍ଟିଷ୍ଟ କ୍ରିଷ୍ଟିନ ଡିଏର୍କ ଏହି ଡ୍ରେସ୍ ତିଆରି କରିଛନ୍ତି । ଏହି ଡ୍ରେସ୍‌କୁ ସେ ଆଡୋବ ମାକ୍ସ ୨୦୨୩ର କ୍ରିଏଟିଭିଟି କନଫରେନ୍ସରେ ସାରା ବିଶ୍ୱ ସମ୍ମୁଖରେ ପ୍ରଦର୍ଶନ କରିଥିଲେ । କନଫରେନ୍ସରେ ଯେତେବେଳେ ଡିଏର୍କ ଏହାକୁ ପିନ୍ଧି ପହଞ୍ଚିଥିଲେ ସେତେବେଳେ ସମସ୍ତେ ତାଙ୍କ ଆଡକୁ ଉତ୍ସୁକତାର ସହ ଚାହିଁଥିଲେ । ଡିଏର୍କ ସେହି ସମୟରେ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲେ ଯେତେେବେଳ ଏକ ବଟନ କ୍ଲିକ୍‌ରେ ସେ ପିନ୍ଧିଥିବା ଡ୍ରେସ୍ ଏହାର ଡିଜାଇନ୍ ବଦଳାଇ ଦେଇଥିଲା । ପ୍ରତି ସେକେଣ୍ଡରେ ଏପରି ହୋଇଥିଲା । ଏହା କୌଣସି ମ୍ୟାଜିକ ଠାରୁ କମ୍ ନ ଥିଲା । ଏହା କୌଣସି ଟିଭି ସ୍କ୍ରିନରେ ଇମେଜ୍ ବଦଳିବା ପରି ଲାଗିଥିଲା । ଏହା ଦେଖି କନଫରେନ୍ସରେ ଉପସ୍ଥିତ ସମସ୍ତେ ଚକିତ ହୋଇପଡିଥିଲେ ।

ଡିଏର୍କଙ୍କ ଏହି ଗାଉନ୍‌କୁ ଡିଜିଟାଲ ଡ୍ରେସ୍ କୁହାଯାଉଛି । ଏହି ଡ୍ରେସର ବହୁ ବିଶେଷତ୍ୱ ରହିଛି । ଏହା କପଡାରେ ଯେପରି ଜୀବନ ସଞ୍ଚାରଣ କରିଥାଏ । ଡିଏର୍କ କହିଛନ୍ତି ଏହି ଡ୍ରେସ୍ ପିନ୍ଧିଥିବା ବ୍ୟକ୍ତି ସହ ଚାଲିବ ଅର୍ଥାତ୍ ଏହାକୁ ପିନ୍ଧିଥିବା ବ୍ୟକ୍ତି ଯେଉଁ ଦିଗରେ ଚାଲିବ ଏହାର ଡିଜାଇନ୍ ବି ଦିଗ ସହିତ ବଦଳିଯିବ ।

Get real time updates directly on you device, subscribe now.