fbpx
BSKY SKY
BSKY SKY

(Video) ହୁତହୁତ ହୋଇ ଜଳିଲା ବିଲ୍ଡିଂ, ଚତୁର୍ଥ ମହଲାରୁ ସିଧା ଡେଇଁଲେ ଏହି ବ୍ୟକ୍ତି, ଦେଖନ୍ତୁ ଭିଡିଓ

BSKY

ନୂଆଦିଲ୍ଲୀ: ବୁଧବାର ବେଙ୍ଗାଲୁରୁର କୋରାମଙ୍ଗାଲା ଅଞ୍ଚଳରେ ଥିବା ଏକ ବିଲଡିଂରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବେଙ୍ଗାଲୁରୁ ପୋଲିସ ଅଧିକାରୀ କହିଛନ୍ତି ଯେ, ବାଣିଜ୍ୟିକ କୋଠାର ଚତୁର୍ଥ ମହଲାରେ ଅବସ୍ଥିତ ‘ମଡ ପାଇପ୍ କାଫେ’ ନାମକ ଏକ ପବ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ଜିମ୍ ଏବଂ କାର୍ ଶୋ’ରୁମ୍ ମଧ୍ୟ ରହିଛି। ଘଟଣାସ୍ଥଳରେ ଅତି କମରେ ୬ଟି ଅଗ୍ନିଶମ ଟେଣ୍ଡର ପଠାଯାଇଥିବା ଜଣାପଡିଛି ଏବଂ ନିଆଁ ଲିଭାଇବା ପାଇଁ କାର୍ଯ୍ୟ ଚାଲିଛି। ପୋଲିସର ସୂଚନାନୁସାରେ, ନିଆଁକୁ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇଛି। ଏହି ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ବିଲଡିଂରୁ ଘନ ଧୂଆଁ ବାହାରୁଥିବା ଦେଖିବାକୁ ମିଳୁଛି।

ବର୍ତ୍ତମାନ ଏକ ଭିଡିଓ ଫୁଟେଜରେ ଜଣେ ବ୍ୟକ୍ତି ବିଲ୍ଡିଂର ଉପରୁ ଡେଇଁପଡିଥିବାର ନଜର ଆସିଛନ୍ତି। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୋଲିସ କହିଛି ଯେ, ନିଆଁରେ ଫସି ରହିଥିବା ଜଣେ ଯୁବକ ଭୟଭୀତ ହୋଇ ଚତୁର୍ଥ ମହଲାରୁ ଡେଇଁ ପଡିଥିଲେ। ବର୍ତ୍ତମାନ ସେ ଜୀବିତ ଏବଂ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ପବ୍‌ରେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, କିନ୍ତୁ ସେହି ଅଂଚଳର ଲୋକମାନେ ବିସ୍ଫୋରଣର ଶବ୍ଦ ଶୁଣିଥିଲେ, ଯାହାକି ଏକ ସିଲିଣ୍ଡର ବିସ୍ଫୋରଣକୁ ସୂଚାଉଛି। ଲୋକମାନେ ବିଲ୍ଡିଂରୁ ଧୂଆଁ ବାହାରୁଥିବା ଦେଖିବା ମାତ୍ରେ ସେମାନେ ବଡ ଧରଣର ପାଟି କରିଥିଲେ।

Get real time updates directly on you device, subscribe now.