fbpx

ଆହତ ହୋଇ ବିଶ୍ୱକପରୁ ବାଦ୍ ପଡ଼ିଲେ ନିଜେ ଅଧିନାୟକ: ଏପର୍ଯ୍ୟନ୍ତ ଦଳକୁ ରଖିଛନ୍ତି ଅପରାଜେୟ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପରେ ଦମଦାର ପ୍ରଦର୍ଶନ ସହିତ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ଭାରତ । ଏହାପରେ ନ୍ୟୁଜିଲାଣ୍ଡ ମଧ୍ୟ ୩ଟି ମ୍ୟାଚରୁ ୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । କିନ୍ତୁ ଚତୁର୍ଥ ମ୍ୟାଚ ପୂର୍ବରୁ ଦଳକୁ ଏକ ଝଟକା ଲାଗିଛି ଦଳର ଅଧିନାୟକ କେନ ୱିଲିୟମସନ୍ ଆହତ ହୋଇ ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି । ଚଳିତ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ମ୍ୟାଚରେ ବିଜୟ ହାସଲ କରିଛି । ତେବେ ୱିଲିୟମସନଙ୍କ ସ୍ଥାନରେ ୱିଲ ୟଙ୍ଗଙ୍କୁ ଦଳରେ ସାମିଲ କରିଛି ନ୍ୟୁଜିଲାଣ୍ଡ । ତେବେ ଅଧିନାୟକ ଭାବରେ ୱିଲିୟମସନଙ୍କ ଦାୟିତ୍ୱ ପାଇଛନ୍ତି ଟମ୍ ଲାଥମ୍ ।

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କେନ୍ ୱିଲିୟମସନଙ୍କ ସ୍ଥାନରେ ଟସ୍ ପାଇଁ ଆସିଥିଲେ ଲାଥମ୍ । ତେବେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ଆଫଗାନୀ ଅଧିନାୟକ ହସମତୁଲ୍ଲାହ ଶାହିଦୀ । ତେବେ ୱିଲିୟମସନ ଆହତ ସମସ୍ୟା କାରଣରୁ ସାରା ବିଶ୍ୱକପରୁ ହିଁ ବାଦ୍ ପଡ଼ିଥିବା ପରେ ଜଣା ପଡ଼ିଛି । ତାଙ୍କ ସ୍ଥାନରେ ବିଶ୍ୱକପ ପାଇଁ ଅଧିନାୟକ ପଦ ଗ୍ରହଣ କରିଛନ୍ତି ଟମ୍ ଲାଥମ୍ । ଆଫଗାନିସ୍ତାନ ବିପକ୍ଷରେ ଟସ୍ ହାରି ଟମ୍ ଲାଥମ କହିଛନ୍ତି ଯେ, ଅଧିନାୟକ କେନ୍ ୱିଲିୟମସନ ଆହତ କାରଣରୁ ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ୱିଲ ୟଙ୍ଗଙ୍କୁ ଦଳରେ ସାମିଲ କରାଯାଇଛି । ତେବେ ଟୁର୍ଣ୍ଣାମେଣ୍ଟର ବାକି ମ୍ୟାଚରେ ୱିଲିୟମସନ ଖେଳିବା ନେଇ ଆଶା କରାଯାଉଛି । ତେବେ ଏ ନେଇ କୌଣସି ନିଶ୍ଚିତତା ନଥିଲେ ମଧ୍ୟ ଆଶା କରାଯାଉଛି ସେ ଦଳକୁ କମବ୍ୟାକ କରିପାରିବେ ।

ଅଧିନାୟକ ଟମ୍ ଲାଥମ୍ ଏବଂ ଷ୍ଟାର ଗ୍ଲେନ ଫିଲିପ୍ସଙ୍କ ଦମଦାର ଅର୍ଦ୍ଧଶତକ ବଳରେ ୨୮୯ ରନର ଲକ୍ଷ୍ୟ ଦେଇଛି ନ୍ୟୁଜିଲାଣ୍ଡ । ଏହାବ୍ୟତୀତ ୱିଲ ୟଙ୍ଗ ମଧ୍ୟ ୫୪ ରନର ଗୁରୁତ୍ୱପୂର୍ଣ୍ଣର୍ ପାଳି ଖେଳିଥିବା ବେଳେ ରଚିନ୍ ରବିନ୍ଦ୍ର ୩୨ ରନ୍ ସଂଗ୍ରହ କରିଛନ୍ତି । ଫିଲିପ୍ସ ୭୧ ରନ୍ ଏବଂ ଟମ୍ ଲାଥମଙ୍କ ୬୮ ରନ୍ ନ୍ୟୁଜିଲାଣ୍ଡକୁ ବଡ଼ ସ୍କୋରରେ ପହଞ୍ଚାଇଛି । ଫଳରେ ଆଫଗାନିସ୍ତାନକୁ ବିଜୟ ପାଇଁ ୨୮୯ ରନର ଲକ୍ଷ୍ୟ ରହିଛି ।

Get real time updates directly on you device, subscribe now.