fbpx

BREAKING NEWS; ପୁଣି ଧର୍ମଘଟ ଡାକରା ଦେଲା ଘରୋଇ ବସ୍ ମାଲିକ ସଂଘ, ପୂଜାଛୁଟିରେ ଚାଲିବନି ବସ୍

ଭୁବନେଶ୍ୱର; ପୁଣି ଧର୍ମଘଟ ଡାକରା ଦେଲା ବସ୍ ମାଲିକ ସଂଘ । ଆସନ୍ତା ୨୦ ତାରିଖରୁ ଧର୍ମଘଟ ଆରମ୍ଭ କରିବା ନେଇ ସୂଚନା ଦେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ସରକାରଙ୍କ “ଲକ୍ଷ୍ମୀ” ଯୋଜନାକୁ ବିରୋଧ କରି ଏହି ଧର୍ମଘଟ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା । ପୂଜା ବେଳେ ଧର୍ମଘଟ କରିବା ଆମର ଉଦେଶ୍ୟ ନୁହେଁ କିନ୍ତୁ ପୂଜା ଛୁଟିରେ ଧର୍ମଘଟ କରିବାକୁ ପରିସ୍ଥିତି ଆମକୁ ବାଧ୍ୟ କରିଛି ବୋଲି ସଙ୍ଘର ସମ୍ପାଦକ କହିଛନ୍ତି । ପୂଜା ସମୟରେ ବନ୍ଦ ଡାକରାକୁ ନେଇ ଜନସାଧାରଣଙ୍କୁ ଆଗୁଆ କ୍ଷମା ପ୍ରାର୍ଥନା କରିଛନ୍ତି ସଂଘର ସମ୍ପାଦକ । “ଲକ୍ଷ୍ମୀ” ଯୋଜନା ଭଳି ଏକ ଭୁଲ ସ୍କିମକୁ ସରକାର ବନ୍ଦ କରନ୍ତୁ ବୋଲି ସଙ୍ଘ ଦାବି କରିଛି । ଅନ୍ୟପଟେ ବସ୍ ମାଲିକ ସଂଘ ଯଦି ଏହି ସମୟରେ ଧର୍ମଘଟ କରେ ତେବେ ଅନେକ ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହେବେ । ବିଶେଷକରି ପୂଜାଛୁଟି ସମୟରେ ଲୋକେ ଘରକୁ ଓ ବୁଲାବୁଲି କରିବାକୁ ଯିବେ । ମାତ୍ର ଏହି ସମୟରେ ବସ ବନ୍ଦ ରହିଲେ ସେମାନଙ୍କ ଯାତାୟାତରେ ବାଧାପ୍ରାପ୍ତ ହେବ ।

ସୂଚନା ଥାଉକି, ଗତ ୯ ତାରିଖ ଦିନ ବସ୍ ଧର୍ମଘଟ ସ୍ଥଗିତ ରଖିବାକୁ ସଂଘ ନିଷ୍ପତି ନେଇଥିଲା । ଏନେଇ ପ୍ରେସମିଟରେ ବସ୍ ମାଲିକ ସଙ୍ଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଥିଲେ । ଆସନ୍ତା ଅକ୍ଟୋବର ୩୧ ତାରିଖ ଯାଏଁ ଏହି ଧର୍ମଘଟକୁ ସ୍ଥଗିତ ରଖିବାକୁ ସଙ୍ଘ ପକ୍ଷରୁ ନିଷ୍ପତି ନିଆଯାଇଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବସ ମାଲିକ ସଂଘର ଆଲୋଚନା ହୋଇଥିଲା। ଏହି ବୈଠକରେ ସରକାରଙ୍କ ସହ ସଂଘର ସକରାତ୍ମକ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ପ୍ରତିଶୃତି ପରେ ଧର୍ମଘଟକୁ ସ୍ଥଗିତ ରଖିବାକୁ ରାଜ୍ୟ ଘରୋଇ ବସ ମାଲିକ ସଂଘ ନିଷ୍ପତି ନେଇଥିଲା । ମାତ୍ର ଏବେ ପୁଣି ଆସନ୍ତା ୨୦ ତାରିଖରେ ଧର୍ମଘଟ ଡାକରା ଦେଇଛି ସଙ୍ଘ । ଧର୍ମଘଟ ଛଡା ଆମ ପାଖରେ ଆଉ କୌଣସି ବାଟ ନାହିଁ” ଏଣୁ ସମସ୍ତଙ୍କୁ ଆମେ କ୍ଷମା ମାଗୁଛୁ ବୋଲି ସଙ୍ଘର ସମ୍ପାଦକ କହିଛନ୍ତି ।

Get real time updates directly on you device, subscribe now.