fbpx
BSKY
BJD SHG SKY
BJD YOUTH SKY

ଭାରତରେ ଗୁଗଲ୍ ଲଞ୍ଚ କଲା ୱାଲେଟ୍ ଆପ୍‌, ଏବେ ଗୁଗଲ ପେ’ର କ’ଣ ହେବ?

ନୂଆଦିଲ୍ଲୀ: ଭାରତରେ ଗୁଗଲ ଲଞ୍ଚ କଲା ଗୁଗଲ ୱାଲେଟ୍ । ଆପଣ ଗୁଗଲ ପ୍ଲେ ଷ୍ଟୋରରୁ ଏହି ଆପ୍‌କୁ ଡାଉନଲୋଡ୍ କରିପାରିବେ । କେତେକ ୟୁଜର୍ସଙ୍କୁ କିଛିଦିନ ପୂର୍ବରୁ ଏହାର ଆକ୍ସେସ୍ ମିଳିଯାଇଛି । ଏହି ଗୁଗଲ ୱାଲେଟରେ ଆପଣ ଆପଣଙ୍କର ସମସ୍ତ ପାସେସ୍‌, ଲୟାଲିଟି ଓ ଗିଫ୍ଟ କାର୍ଡସ୍ ଷ୍ଟୋର କରି ରଖିପାରିବେ ।

ଗୁଗଲ ୱାଲେଟରେ ଷ୍ଟୋର କରିବା ପରେ ଆପଣଙ୍କୁ ଆଉ ଏହି କାର୍ଡସବୁକୁ ସାଥିରେ ଧରି ବୁଲିବାର ଆବଶ୍ୟକତା ପଡିବ ନାହିଁ । କିନ୍ତୁ ଆପଣ ଏହା ସାହାଯ୍ୟରେ ଏବେ ପେମେଣ୍ଟ କରିପାରିବେ ନାହିଁ । ଏହି ଆପ୍ କମ୍ପାନୀର ଗୁଗଲ ପେ’ ଠାରୁ ଅଲଗା । ଗୁଗଲ ଏହି ଆପ୍‌କୁ ୨୦୧୧ରେ ଲଞ୍ଚ କରିଥିଲା । କିନ୍ତୁ ୨୦୧୮ରେ ଗୁଗଲ ଏହା ସ୍ଥାନରେ ଗୁଗଲ ପେ’କୁ ରିପ୍ଲେସ୍ କରିଥିଲା । ତେବେ ଭାରତୀୟ ବଜାରରେ କମ୍ପାନୀ ଏହି ଦୁଇ ଆପ୍‌କୁ ଅଲଗା ଅଲଗା ଅଫର୍ କରୁଛି । ଗୁଗଲ ୱାଲେଟ୍‌ରେ ଆପଣ ଫ୍ଲାଇଟ୍ ପାସ୍‌, ଟ୍ରାଞ୍ଜିଟ୍ କାର୍ଡସ୍‌, ଇଭେଣ୍ଟ ଟିକେଟ୍‌, ଗିଫ୍ଟ କାର୍ଡସ୍ ଓ ଅନ୍ୟାନ୍ୟ ଜିନିଷ ଷ୍ଟୋର କରିପାରିବେ । ଏଥିପାଇଁ କମ୍ପାନୀ ଭାରତର ୨୦ ବ୍ରାଣ୍ଡସ୍ ସହିତ ପାର୍ଟନରସିପ୍ କରିଛି । ଏଥିରେ ଆପଣ ନିଜ ବୋର୍ଡିଂ ପାସ୍ ଠାରୁ ଆରମ୍ଭ କରି ଇଭେଣ୍ଟ ଟିକେଟ୍ ଷ୍ଟୋର କରିପାରିବେ ।

ଏହି ଗୁଗଲ ୱାଲେଟ୍ ସହାୟତାରେ ଆପଣ ଫ୍ଲିପକାର୍ଟର ସୁପରକଏନ୍‌, ଡୋମିନୋଜ୍‌, ସପର ଷ୍ଟପ୍ ଓ ଅନ୍ୟ ବ୍ରାଣ୍ଡର ଗିଫ୍ଟ କାର୍ଡ ଓ ଲୟାଲିଟି କାର୍ଡ ଗୋଟିଏ ସ୍ଥାନରେ ଷ୍ଟୋର କରିପାରିବେ । ଏହାଦ୍ୱାରା ଆପଣଙ୍କୁ ଆବଶ୍ୟକ ସମୟରେ ଏହି କାର୍ଡକୁ ଅଲଗା ଅଲଗା ସ୍ଥାନରେ ଖୋଜିବାକୁ ପଡିବ ନାହିଁ । ଏହି ଆପ୍ ଗୁଗଲ ପେ’ ଠାରୁ ବହୁତ ଅଲଗା । ଗୁଗଲ ପେ’ ଆପ୍ ଆପଣ UPI ପେମେଣ୍ଟ ଲାଗି ବ୍ୟବହାର କରିଥାନ୍ତି । ଅନ୍ୟପକ୍ଷରେ ଗୁଗଲ ୱାଲେଟ୍‌ର ବ୍ୟବହାର ଆପଣ ଡିଜିଟାଲ ପାସ୍‌, ଡକ୍ୟୁମେଣ୍ଟସ୍‌, ଗିଫ୍ଟ କାର୍ଡସ୍ ଓ ଅନ୍ୟାନ୍ୟ ଜିନିଷ ଷ୍ଟୋର କରିବା ଲାଗି କରିପାରିବେ । କମ୍ପାନୀ ସ୍ପଷ୍ଟ ଭାବରେ କହିଛି କି ଏହି ଦୁଇ ଆପ୍ ଭାରତରେ ଚାଲୁ ରହିବ ।

Get real time updates directly on you device, subscribe now.