fbpx
BSKY
BJD SHG SKY
BJD YOUTH SKY

NVS ଅଣ-ଶିକ୍ଷକ ପଦର ଅନଲାଇନ୍ ଆବେଦନ ଅବଧି ପୁଣି ବଢ଼ିଲା

ନୂଆଦିଲ୍ଲୀ: ନବୋଦୟ ବିଦ୍ୟାଳୟ ସମିତି (ଏନଭିଏସ) ଅଣ-ଶିକ୍ଷକ ପଦର ଅନଲାଇନ୍ ପଞ୍ଜିକରଣ ଅବଧି ପୁଣି ବୃଦ୍ଧି କରାଯାଇଛି । ଏହା ପୂର୍ବରୁ ଆବେଦନର ଶେଷ ତାରିଖ ଏପ୍ରିଲ ୩୦ ତାରିଖ ରହିଥିବା ବେଳେ ସେହିଦିନ ମେ ୭ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରାଯାଇଥିଲା । ତେବେ ଏହା ମଧ୍ୟରେ ଏନଭିଏସ ତରଫରୁ ପୁଣି ଏକ ସୂଚନା ଜାରି କରି ଉକ୍ତ ଅବଧିକ ବୃଦ୍ଧି କରାଯାଇଛି । ଏବେ ଆଶାୟୀମାନେ ମେ ୧୪ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ । ଏହି ନିଯୁକ୍ତିର ଅନ୍ୟ ସମସ୍ତ ତଥ୍ୟ ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଅପରିବର୍ତ୍ତିତ ରହିବ । କିଛି ବୈଷୟିକ ତ୍ରୁଟି କାରଣରୁ ପ୍ରାର୍ଥୀମାନେ ଗତ କିଛିଦିନ ଧରି ଆବେଦନ କରିବାରେ ସମସ୍ୟାର ସାମ୍ନା କରୁଥିବାରୁ ଏନଭିଏସ ଏହି ପଦକ୍ଷେପ ଗ୍ରହଣ କରିଛି ।

ସୂଚନା ଯୋଗ୍ୟ ଯେ, ମହିଳା ଷ୍ଟାଫ ନର୍ସ, ଆସିଷ୍ଟାଣ୍ଟ ସେକ୍ସନ ଅଫିସର, ଅଡିଟ ଆସିଷ୍ଟାଣ୍ଟ, ଜୁନିୟର ଟ୍ରାନ୍ସଲେସନ ଅଫିସର, ଲେଗାଲ ଆସିଷ୍ଟାଣ୍ଟ, ଷ୍ଟେନୋଗ୍ରାଫର, କମ୍ପ୍ୟୁଟର ଅପରେଟର, କ୍ୟାଟେରିଂ ସୁପରଭାଇଜର, ଜୁନିୟର ସେକ୍ରେଟାରିଏଟ ଆସିଷ୍ଟାଣ୍ଟ (ଏଚକ୍ୟୁ / ଆରଇ କ୍ୟାଡର), ଜୁନିୟର ସେକ୍ରେଟାରିଏଟ ଆସିଷ୍ଟାଣ୍ଟ (ଜେଏନଭି କ୍ୟାଡର), ଇଲେକ୍ଟ୍ରିସିଆନ-କମ-ପ୍ଲମ୍ବର, ଲାବ ଆଟେଣ୍ଡାଣ୍ଟ, ମେସ ହେଲପର ଓ ମଲ୍ଟି ଟାସକିଂ ଷ୍ଟାଫ (ଏଚକ୍ୟୁ / ଆରଇ କ୍ୟାଡର) ପଦ ମାର୍ଚ୍ଚ ୨୨ରୁ ଏପ୍ରିଲ ୩୦ ତାରିଖ ମଧ୍ୟରେ ଆବେଦନ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା ।

ଆବେଦନ ଅବଧି ବୃଦ୍ଧି ଲିଙ୍କ: https://drive.google.com/file/d/1veLbP8XSwwDrM41SgsmpjiF3jwC11e3z/view?pli=1

Get real time updates directly on you device, subscribe now.