fbpx
BSKY
BJD SHG SKY
BJD YOUTH SKY

ଭବାନୀପାଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ: ପ୍ରଭୁ ଜଗନ୍ନାଥ ଏବଂ ମା’ ମାଣିକେଶ୍ବରୀଙ୍କୁ ପ୍ରଣିପାତ ହୋଇ ଆରମ୍ଭ କଲେ ସଭା

ଭୁବନେଶ୍ୱର: ଦେଶରେ ଆରମ୍ଭ ହୋଇସାରିଛି ସାଧାରଣ ନିର୍ବାଚନ । ଏହାରି ମଧ୍ୟ ଅନେକ ରାଜ୍ୟରେ ପ୍ରଚାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ତେବେ ବର୍ତ୍ତମାନ ବିଜେପି ଓଡ଼ିଶାକୁ ଟାର୍ଗେଟ କରିଛି । ତେବେ ବର୍ତ୍ତମାନ ଅପେକ୍ଷାର ଅନ୍ତ ଘଟିଛି । ଏବେ ଭାବାନୀପାଟଣାରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ପହଞ୍ଚିସାରିଛନ୍ତି । ଏଠାରେ ସେ ଜନସଭାକୁ ସମ୍ବୋଧିତ କରିବେ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ତେବେ ପ୍ରତିରକ୍ଷା ମନ୍ତ୍ରୀ ଆସିବା ନେଇ ବହୁ ପରିମାଣରେ ଜନସମାଗମ ଦେଖିବାକୁ ମିଳିଛି ।

ପ୍ରଥମେ ସେ ପ୍ରଭୁ ଜଗନ୍ନାଥ ଓ ମା’ ମାଣିକେଶ୍ୱରୀଙ୍କୁ ପ୍ରଣାମ ଜଣାଇ ସଭାକୁ ସମ୍ବୋନ୍ଧିତ କରିଛନ୍ତି । ସେ କହିଛନ୍ତି ଯେ, ପ୍ରଥମଥର ମୁଁ କଳାହାଣ୍ଡି ଆସିଛି । ଏଥିସହ ସେ ରେଣ୍ଡୋ ମାଝୀଙ୍କୁ ସ୍ମରଣ କରିଛନ୍ତି । ସେ କହିଛନ୍ତି ‘ଅଭାବର ଭୂଖଣ୍ଡ ଭାବେ କଳାହାଣ୍ଡି ପରିଚିତ ଥିଲା । ବର୍ତ୍ତମାନ ୫ରୁ ୮ ବର୍ଷ ଭିତରେ କଳାହାଣ୍ଡିର ଚିତ୍ର ବଦଳିବ । ମାଳବିକା ଏଠାରୁ ଜିତିଲେ ଏ ଗରିବୀ ରହିବନି । ଭାରତକୁ ଆମେ ବିକଶିତ କରିବାର ଲକ୍ଷ୍ୟ ରଖିଛୁ । ଗରିବତା ପାଇଁ କଳାହାଣ୍ଡିକୁ ପର୍ଯ୍ୟଟକ ଆସନ୍ତି । ଏଠାରୁ ଯାଇ ସମ୍ବାଦପତ୍ରରେ ଲେଖା ଲେଖନ୍ତି । କଂଗ୍ରେସର ଏତେ ବର୍ଷ ଶାସନ ପରେ ବି କମିନି । ୧୦ରୁ ୧୫ ବର୍ଷ ଭିତରେ ଦେଶରେ ଗରିବତା ରହିବନି ବୋଲି ସେ ଦାବି କରିଛନ୍ତି ।’

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦିନିକିଆ ଗସ୍ତରେ ଓଡ଼ିଶା ଆସିଛନ୍ତି । ଏଠାରେ ସେ ଭବାନୀପାଟଣା ଏବଂ ରାୟଗଡ଼ାରେ ନିର୍ବାଚନୀ ପ୍ରଚାର କରିବେ । ବର୍ତ୍ତମାନ ଭବାନୀପାଟଣାର ଲାଲ୍ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଜନସଭାରେ ସେ ଯୋଗ ଦେଇଛନ୍ତି । ମନ୍ତ୍ରୀଙ୍କ ଆଗମନକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କିଛିଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀ ଆସିଥିଲେ ଏବଂ ଆଜି ରକ୍ଷାମନ୍ତ୍ରୀ ଦିନିକିଆ ଓଡ଼ିଶା ଗସ୍ତ କରିଛନ୍ତି । ଆସନ୍ତାକାଲି ଅର୍ଥାତ ୯ ତାରିଖରେ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ ଆସିବେ । ସେହିପରି ୮ଓ ୯ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ନବରଙ୍ଗପୁର ଓ କୋରାପୁଟରେ ପ୍ରଚାର କରିବେ । ଏହାପରେ ୧୦ ଏବଂ ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ।

 

Get real time updates directly on you device, subscribe now.