fbpx
BSKY
BJD MC SKY
BJD YOUTH SKY

ଦୁର୍ବଳ ହେଉଛି ମାଓ ଦୁର୍ଗ, ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ପୋଲିସ ଆଇଜିଙ୍କ ନିକଟରେ ୯ ମାଓବାଦୀଙ୍କ ଅତ୍ମସମର୍ପଣ

ବୌଦ୍ଧ: ଦିନକୁ ଦିନ ମାଓବାଦୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ମିଳିଛି ଆଶ୍ୱସ୍ତି । KKBN ମାଓ ଡିଭିଜନର ୯ ଜଣ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ପୋଲିସ ଆଇଜିଙ୍କ ନିକଟରେ ୨ ଜଣ ମହିଳା ଓ ୭ ଜଣ ପୁରୁଷ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

ବିଗତ ୬ ମାସ ଧରି ବୌଦ୍ଧ କନ୍ଧମାଳ ଅଞ୍ଚଳରେ ସକ୍ରିୟ ଅଛି KKBN ମାଓ ଡିଭିଜନ । ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ବାରମ୍ବାର ଗୁଳି ବିନିମୟ ହୋଇଛି । ଏହା ସହ ପୋଲିସ ବହୁ ମାଓ କ୍ୟାମ୍ପ ଧ୍ୱଂସ କରିବା ସହ ମାଓ ସାମଗ୍ରୀ ମଧ୍ୟ ଜବତ କରିଥିବା ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ ସୂଚନା ଦେଇଛନ୍ତି । ତେବେ ୨ ମହିଳା ମାଓବାଦୀମାନେ ହେଲେ ୟୋଗି ମାଡଭି ଓ ପୋଜେ ମାଡଭି । ସେହିପରି ପୁରୁଷ ମାଓବାଦୀମାନେ ହେଲେ ଭୀମ କାଡଟି, ଭୀମ ବଂଜାମ, ବନ୍ଦୀ ବଂଜାମ, ଅରମା ରାବୀ, ମଲ୍ଲା ମାଡଭୀ, ଦେବ କାଟଭୀ ଏବଂ ଆୟତା ମାଡଭୀ ।

Get real time updates directly on you device, subscribe now.