fbpx
BSKY
BJD MC SKY
BJD YOUTH SKY

(Video) ପିରିୟଡ୍ ବା ମାସିକ ଧର୍ମକୁ ନେଇ ଭାଇରାଲ୍ ହେଉଛି ଦୁଇ ଭାଇଙ୍କ ମଧ୍ୟରେ କଥୋପକଥନର ଭିଡିଓ, ସମାଜ ଲାଗି ରହିଛି ମେସେଜ୍‌

ନୂଆଦିଲ୍ଲୀ: ଆଜି ବି ପିରିୟଡ୍ ବା ମାସିକ ଧର୍ମକୁ ନେଇ ଲୋକମାନେ ଖୋଲାଖୋଲି ଆଲୋଚନା କରିବାକୁ ସଂକୋଚବୋଧ କରିଥାନ୍ତି । ଏହି କ୍ରମରେ ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଯାହା ସମାଜରେ ସମସ୍ତଙ୍କ ଲାଗି ବେଶ୍ ଗୁରୁତ୍ୱ ରଖୁଛି । ଭିଡିଓରେ ଦୁଇ ଭାଇଙ୍କ ମଧ୍ୟରେ ମହିଳାମାନଙ୍କ ମାସିକ ଧର୍ମ ବିଷୟରେ କିଛି ଆଲୋଚନା ରହିଛି । ଭିଡିଓଟି ଏବେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି ।

ଇନଷ୍ଟାଗ୍ରାମ ଆକାଉଣ୍ଟ @anishbhagatt ରେ ସେୟାର କରାଯାଇଥିବା ଏହି ଭିଡିଓରେ ବଡ ଭାଇ ଅନୀଷ ସାନଭାଇ ଧ୍ରୁବର ଜନ୍ମଦିନରେ ତାକୁ କେଉଁଠାରୁ ଗାଡିରେ ପିକ୍ କରିବାକୁ ପହଞ୍ଚି ଯାଇ ଏକ ସରପ୍ରାଇଜ୍ ଦେଉଛି । ପ୍ରଥମେ ସାନଭାଇକୁ ତାର ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସହ ତାକୁ ପଚାରୁଛି କି ତୁମକୁ ପିରିୟଡ ବିଷୟରେ କିଛି ଜଣା ଅଛି କି? ସାନଭାଇ ନା କହୁଛି । ଏହାପରେ ଅନୀଷ ଧ୍ରୁବକୁ କହୁଛି କି ଯେହେତୁ ତୁମେ ଏବେ ବଡ ହୋଇଗଲଣି ତେଣୁ ତୁମେ ଏହା ବିଷୟରେ ଜାଣିବା ଉଚିତ । କିପରି ମହିଳାମାନେ ପ୍ରତି ମାସରେ ଏହି ଋତୁସ୍ରାବ ସମସ୍ୟା ଦେଇ ଗତି କରିଥାନ୍ତି ଅନୀଷ ତାହା ଧ୍ରୁବକୁ ବୁଝାଇଛି ।

 

View this post on Instagram

 

A post shared by Anish Bhagat (@anishbhagatt)

ଧ୍ରୁବ ବଡଭାଇକୁ ପଚାରିଛି ମହିଳାମାନଙ୍କୁ କ’ଣ ଏହି ସମୟରେ ଯନ୍ତ୍ରଣା ହୋଇଥାଏ । ଅନୀଷ ହଁ କହିବା ସହ ଏହି ସମୟରେ ସମସ୍ତେ ମହିଳାଙ୍କୁ ସହଯୋଗ କରିବା ଉଚିତ ବୋଲି ସେ କହିଛି । ଏହା ସହିତ ଅନୀଷ ଧ୍ରୁବଙ୍କୁ ବିନା କୌଣସି ସଂକୋଚରେ ଏକ ମେଡିସିନ୍ ଦୋକାନରୁ ପ୍ୟାଡ୍ କିଣିବା ଲାଗି ପଠାଇଛି । ଦୁଇ ଭାଇଙ୍କ ଦ୍ୱାରା ପ୍ରସ୍ତୁତ ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୧୮.୫ ମିଲିୟନ ଲୋକ ଦେଖିସାରିଲେଣି ଓ ୧୩ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଲାଣି ।

Get real time updates directly on you device, subscribe now.