fbpx
BSKY
BJD SHG SKY
BJD YOUTH SKY

ବିଜେପିରେ ସାମିଲ ହେଲେ ନିମାପଡ଼ା ବ୍ଲକ ଅଧ୍ୟକ୍ଷ: ପଦ୍ମ ଧରିଲେ ୪୦ ସମିତି ସଭ୍ୟ ଓ ୪୧ ସମବାୟ ସମିତି ସଭ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ସାତ ପର୍ୟ୍ୟାୟ ବିଶିଷ୍ଟ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ୟ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଆଗକୁ ଆଉ ୪ଟି ପର୍ୟ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ରାଜନୈତିକ ଦଳମାନେ ବିଭିନ୍ନ ପର୍ୟ୍ୟାୟରେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରିବା ପରେ ଟିକେଟ କଟିବା ପରେ କିଛି ନେତା ଦଳ ଛାଡ଼ି ନୂଆ ଏକ ଦଳରେ ସାମିଲ ହେଉଥିବା ଦେଖାଯାଉଛି । ସେହିପରି ଟିକେଟ ପାଇଥିବା ନେତାମାନେ ପ୍ରବଳ ଖରାକୁ ଖାତିର ନକରି ପ୍ରଚାରରେ ଲାଗିପଡ଼ିଛନ୍ତି ।

ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର୍ଷଣ ଭୋଇ ବିଜେପିରେ ସାମିଲ ହୋଇଛନ୍ତି । ଏଥିସହିତ ୪୦ ଜଣ ସମିତି ସଭ୍ୟ ଓ ୪୧ ଜଣ ସମବାୟ ସମିତି ସଭ୍ୟ ମଧ୍ୟ ପଦ୍ମରେ ସାମିଲ ହୋଇଛନ୍ତି । ଜଣେ ଜିଲ୍ଲାପରିଷଦ, ୬ ଜଣ କାଉନସିଲର ଓ ୧୦ରୁ ଅôଧକ ସରପଞ୍ଚ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.