fbpx
BSKY
BJD MC SKY
BJD YOUTH SKY

ଏଭଳି ବ୍ୟକ୍ତିଙ୍କ ପାଖରେ ରହିଥାଏ ଆତ୍ମବିଶ୍ୱାସର ଅଭାବ, ଏହି ୫ଟି କଥାରୁ ଜାଣନ୍ତୁ ସେମାନଙ୍କ ସ୍ୱଭାବ

ଓଡ଼ିଶା ଭାସ୍କର: ଏହି ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ଭିନ୍ନ ତେଣୁ ସେମାନଙ୍କ ସ୍ୱଭାବ ମଧ୍ୟ ଭିନ୍ନ ହୋଇଥାଏ । ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ସଫଳତା ପାଇଁ ଆତ୍ମବିଶ୍ୱାସ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ଆମ ପର୍ସନାଲିଟି ବା ବ୍ୟକ୍ତିତ୍ୱର ବିକାଶ ପାଇଁ ମଧ୍ୟ ଜରୁରୀ । ଆତ୍ମବିଶ୍ୱାସ ବ୍ୟକ୍ତିର ବେଶ ପୋଷାକ, କଥା କହିବା ଶୈଳୀ, ବଡି ଲାଙ୍ଗୁଲଜ୍ ଇତ୍ୟାଦି ଉପରେ ନିର୍ଭର କରିଥାଏ । ଏହା ଦ୍ୱାରା ଲୋକମାନେ ଆମକୁ ସହଜରେ ଜଜ୍ କରିଥାନ୍ତି । ଆମ ଭିତରେ ଏପରି ଅନେକ ଅଛନ୍ତି ଯେଉଁମାନେ ଆତ୍ମବିଶ୍ୱାସ ବଳରେ ଦୃଢ଼ ନିଷ୍ପତ୍ତି ନେବାରେ ସକ୍ଷମ ହୋଇଥାନ୍ତି । ସେମାନେ ରିସ୍କ ନେବାକୁ ପଛ ଘୁଞ୍ଚା ଦିଅନ୍ତି ନାହିଁ । ଅପରପକ୍ଷରେ ଏପରି ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନେ ଲିଡ୍ ନେବାକୁ ଡରିଥାନ୍ତି । କୌଣସି ନିଷ୍ପତ୍ତି ନେବା ପାଇଁ ସେମାନେ ଅନେକ ଥର ବିଚାର କରିଥାନ୍ତି । ଏହାର କାରଣ ହେଉଛି ସୋମାନଙ୍କ ପାଖରେ ଆତ୍ମବିଶ୍ୱାସର ଅଭାବ । ଏଭଳି ବ୍ୟକ୍ତିମାନେ କଥାବାର୍ତ୍ତା ହେବା ସମୟରେ କିଛି ଶବ୍ଦ କିମ୍ବା ବାକ୍ୟର ବ୍ୟବହାର କରିଥାନ୍ତି ଯାହା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସର ଅଭାବକୁ ସୂଚାଇଥାଏ ।

୧. ମୁଁ ସିଓର୍ ନୁହେଁ, ଆପଣ ଦେଖି ଦିଅନ୍ତୁ: କୌଣସି ଆଲୋଚନା (ଅଫିସିଆଲ, ବ୍ୟକ୍ତିଗତ କିମ୍ବା ସାଙ୍ଗସାଥିଙ୍କ ଗହଣରେ) ସମୟରେ ନିଷ୍ପତ୍ତି ନେବା ପାଇଁ ସେମାନଙ୍କ ପରାମର୍ଶ ଲୋଡ଼ିଲେ ସେମାନଙ୍କ ଠାରୁ ‘ମୁଁ ସିଓର୍ ନୁହେଁ’ ଉତ୍ତର ଆଶା କରାଯାଇଥାଏ । ଏହା ସେମାନଙ୍କ ଆତ୍ମବିଶ୍ୱାସରେ ଅଭାବକୁ ଦର୍ଶାଇଥାଏ ।

୨. ଦ୍ୱନ୍ଦ: କଥାବାର୍ତ୍ତା କରୁଥିବା ସମୟରେ କୌଣସି ବ୍ୟକ୍ତି ‘I guess’ ବା ‘ହୋଇପାରେ’, ମୁଁ କହିପାରିବି ନାହିଁ ଭଳି ଶବ୍ଦ ବ୍ୟବହାର କରିଲେ ସେମାନଙ୍କ ଠାରେ ଅତ୍ମବିଶ୍ୱାସର ଅଭାବ ଥିବା ସୂଚାଇଥାଏ । ସେମାନେ ଏକ କନଫୁ୍ୟଜନ୍ ସ୍ଥିତିରେ ଥାନ୍ତି । ସେମାନେ ରିସ୍କ ନେବାକୁ ଡରି ଥାନ୍ତି । ଯେଉଁମାନେ ନିଜେ ଦ୍ୱନ୍ଦରେ ଥାନ୍ତି ସେମାନେ ଅନ୍ୟକୁ କ’ଣ ପରାମର୍ଶ ଦେବେ ?

୩. ମୁଁ ଭୁଲ ହୋଇପାରେ, କିନ୍ତୁ: ବ୍ୟକ୍ତି ଜଣଙ୍କ ସମ୍ପୂର୍ଣ୍ଣ ମତ ଦେଲା ପରେ ଯଦି କହିଥାନ୍ତି- ମୁଁ ଭୁଲ ହୋଇପାରେ କିନ୍ତୁ… । ତେବେ ଭାବି ନିଅନ୍ତୁ ସେମାନେ ବି ନିଜ ନିଷ୍ପତ୍ତିକୁ ନେଇ ନିଶ୍ଚିତ ନୁହନ୍ତି ।

୪. ତୁମେ କରିଲେ ଅଧିକ ଭଲ ହେବ: ପ୍ରାୟତଃ ବ୍ୟସ୍ତତା କାରଣରୁ ଅମେ କିଛି ଯୋଜନା କରିବା ପାଇଁ ଅନ୍ୟକୁ ଦାୟିତ୍ୱ ଦେଇଥାଉ । ଏଭଳି ସ୍ଥିତିରେ ଅନ୍ୟ ବ୍ୟକ୍ତି ଜଣଙ୍କ ଠାରୁ ନିରାଶଜନକ ଉତ୍ତର ମିଳିଥାଏ ଯେ ‘ତୁମେ କରିଲେ ବେଶି ଭଲ ହେବ’, ‘ହୁଏତ ମୁଁ ଏହି କାର୍ଯ୍ୟ ଠିକ୍ ଭାବରେ ତୁଲାଇ ପାରିବି ନାହିଁ’ ଇତ୍ୟାଦି । ତେବେ ଆପଣ ବି ଏଭଳି କଥା ଅନ୍ୟ କାହାକୁ କହିବା ଠାରୁ ଦୂରେଇ ରୁହନ୍ତୁ ।

୫. I guess: ଆତ୍ମବିଶ୍ୱାସର ଅଭାବ ଥିବା ବ୍ୟକ୍ତି ଅଧିକାଂଶ ସମୟରେ କହିଥାନ୍ତି- ‘ମୁଁ Guess କରିଥିଲ’ । ଏହା ଦର୍ଶାଇଥାଏ ଯେ ସେହି ବ୍ୟକ୍ତି ନିଜ କାର୍ଯ୍ୟକୁ ଗୁରୁତ୍ୱ ଦିଏ ନାହିଁ କିମ୍ବା ପରିଶ୍ରମକୁ ନେଇ କେବଳ ଅନ୍ଦାଜ୍ କରିଥାଏ । ତେବେ ଆପଣଙ୍କ କାର୍ଯ୍ୟର ଯଦି ପ୍ରଶଂସା କରାଯାଉଛି ଏହାକୁ ସ୍ୱିକାର କରନ୍ତୁ ଏବଂ ସବୁ ଜିନିଷ ଭାଗ୍ୟ ଉପରେ ଛାଡ଼ନ୍ତୁ ନାହିଁ ।

Get real time updates directly on you device, subscribe now.