fbpx
BSKY
BJD SHG SKY
BJD YOUTH SKY

‘ଇଷ୍ଟ ଲୋକେ ଚୀନ ଏବଂ ସାଉଥ ଲୋକେ ଆଫ୍ରିକାନ ପରି ଲାଗନ୍ତି’, ସାମ ପିତ୍ରୋଡାଙ୍କ ଆଉ ଏକ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଭାରତୀୟ ବିଦେଶ କଂଗ୍ରେସର ଅଧ୍ୟକ୍ଷ ସାମ ପିତ୍ରୋଡା ପୁଣି ଥରେ ଏକ ବିବାଦୀୟ ବୟାନ ଜାରି କରିଛନ୍ତି । ଯାହାପରେ ଆଲୋଚନା ତୀବ୍ର ହୋଇଛି । ସାମ ପିତ୍ରୋଡା କହିଛନ୍ତି ଯେ, ଭାରତର ପୂର୍ବରେ ଥିବା ଲୋକେ ଚୀନ ପରି ଏବଂ ଦକ୍ଷୀଣ ପଟେ ରହୁଥିବା ଲୋକେ ଆଫ୍ରିକୀୟଙ୍କ ପରି ଦେଖାଯାଉଛନ୍ତି । ପିତ୍ରୋଦାଙ୍କ ଏହି ବିବୃତ୍ତିରେ ବିଜେପି କଂଗ୍ରେସକୁ ଟାର୍ଗେଟ କରିଛି ।

ସୂଚନାନୁଯାୟୀ, ସାମ ପିତ୍ରୋଡା କହିଛନ୍ତି ଯେ, ଆମେ ଭାରତ ପରି ବିବିଧତାପୁର୍ଣ୍ଣ ଦେଶକୁ ଏକ ଭଳି ରଖିପାରିବୁ । ଏଠାରେ ପୂର୍ବରେ ଥିବା ଲୋକେ ଚୀନ ପରି ଏବଂ ପଶ୍ଚିମର ଲୋକେ ଆରବ ପରି, ଉତ୍ତରରେ ଥିବା ଲୋକେ ଗୋରା ପରି ଏବଂ ଦକ୍ଷୀଣର ଲୋକେ ଆଫ୍ରିକା ପରି ଦେଖାଯାଆନ୍ତି ।

ସାମ ପିତ୍ରୋଦାଙ୍କ ବିବୃତ୍ତିରେ ବିଜେପି ସାଂସଦ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ଏହା ବହୁଥର ସ୍ପଷ୍ଟ ହେଉଛି ଯେ, ସାମ ପିତ୍ରୋଡା ଭାରତ ପାଇଁ କଣ ଚିନ୍ତା କରୁଛନ୍ତି । ଏହା ସ୍ପଷ୍ଟ ଯେ, ସେ ଅସଫଳ ଅଟନ୍ତି । ସେ ରାହୁଲ ଗାନ୍ଧୀଙ୍କ ପରାମର୍ଶଦାତା । ମୁଁ ଏବେ ବୁଝିପାରୁଛି ଯେ, ରାହୁଲ ଗାନ୍ଧୀ ବାଚଳାମୀ କାହିଁକି କରନ୍ତି । ଏହା ହାରିବାର ହତାସ ଅଟେ । ସେ ନା ଭାରତକୁ ବୁଝିପାରନ୍ତି ଏବଂ ନା ଏହାର ଐତିହ୍ୟକୁ ବୁଝିପାରନ୍ତି ।

Get real time updates directly on you device, subscribe now.