fbpx
BSKY
BJD SHG SKY
BJD YOUTH SKY

(Video) ସମସ୍ତେ ଆଚାର୍ଯ୍ୟ! ହଠାତ୍ ଆକାଶରୁ ହେଲା ମାଛ ବର୍ଷା, ସଡ଼କରେ ଗଦା ହେଲା ଶହ ଶହ ମାଛ

ନୂଆଦିଲ୍ଲୀ: ଅନେକ ସମୟରେ ବର୍ଷା ସମୟରେ ଆକାଶରୁ ହଜାର ହଜାର ସଂଖ୍ୟାରେ କୁଆପଥର ଖସିଥାଏ । ତେବେ ଆକାଶରୁ କେବେ ମାଛ ବର୍ଷା ହେବାର ଖବର ଆପଣମାନେ ଶୁଣିଛନ୍ତି? ଏହାକୁ କେହି ସହଜରେ ବିଶ୍ୱାସ କରିବେ ନାହିଁ । ତେବେ ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଅଚାନକ ଆକାଶରୁ ମାଛ ବର୍ଷା ହେବାରେ ଲାଗିଥିଲା ଆଉ ସଡ଼କ ଉପରେ ଶହ ଶହ ମାଛ ଗଦା ହୋଇଯାଇଥିଲା । ଏନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସାଧାରଣ ଭାବେ ପାଣି ବର୍ଷା, ପଇସା ବର୍ଷା ଖବର ଆମେ ସମସ୍ତେ ଶୁଣିଛେ । ବର୍ଷାଦିନେ ପାଣି ବର୍ଷା ହେଉଥିବା ବେଳେ ବିବାହ ଉତ୍ସବ ପରି ସ୍ୱତନ୍ତ୍ର ଦିବସମାନଙ୍କରେ ଧନଶାଳୀ ବ୍ୟକ୍ତିମାନେ ଟଙ୍କା ବର୍ଷା କରିବାକୁ ପଛାଇ ନଥାନ୍ତି । ମାତ୍ର ଏଠାରେ ମାଛ ବର୍ଷା ହେଉଥିବା ଖବର ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଛି । ଭାଇରଲ ହୋଇଥିବା ଭିଡିଓରେ ଆକାଶରୁ ଗୋଟିଏ ପରେ ଗୋଟିଏ ମାଛ ଖସୁ ଥିବାର ଦେଖାଯାଉଛି । ଜଣେ ଯୁବକ ଉକ୍ତ ମାଛକୁ ହାତରେ ଗୋଟାଉଥିବା ଦେଖାଯାଉଛି ।

ତେବେ ନିକଟରେ ଥିବା କୌଣସି ଏକ ସମୁଦ୍ରରେ ବଡ଼ଧରଣର ଲହରୀ ଆସିବା କାରଣରୁ ମାଛମାନେ ଉପରକୁ ଉଠିଯାଇ ତଳକୁ ଖସିଥାଇପାରନ୍ତି ବୋଲି କିଛି ୟୁଜର୍ସ କହିଛନ୍ତି । ଆଉ କିଛି ୟୁଜର୍ସ ଏହାକୁ ଉପରବାଲାର ଚମକ୍ରାର ବୋଲି ମଧ୍ୟ କହିଛନ୍ତି । ଏପରି ଦୃଶ୍ୟ ପୂର୍ବରୁ କେବେ ଦେଖିବାକୁ ମିଳିନଥିବାରୁ ଏହି ଭିଡିଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ଏହି ଘଟଣା କେଉଁଠି ଘଟିଛି ସେ ବାବଦରେ ଯଦିଓ କିଛି ସ୍ପଷ୍ଟ କରାଯାଇନାହିଁ ତଥାପି ତାହା ଇରାନରେ ଘଟିଥିବା କୁହାଯାଉଛି ।

Get real time updates directly on you device, subscribe now.