fbpx
BSKY
BJD SHG SKY
BJD YOUTH SKY

୧୦୦ ବର୍ଷରେ ବିବାହ କରିବାକୁ ଯାଉଛନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧର ଏହି ହିରୋ, ୩ ବର୍ଷ ହେବ ପ୍ରେମିକାଙ୍କ ସହ ଚାଲିଥିଲା ଡେଟିଂ

ନୂଆଦିଲ୍ଲୀ: ଆମେରିକା ଲାଗି ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ସାହାସର ସହ ଲଢି ଚର୍ଚ୍ଚାକୁ ଆସିଥିବା ହେରୋଲ୍ଡ ଟେରେନ୍ସ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଆଗାମୀ ମାସରେ ସେ ଫ୍ରାନ୍ସରେ ନିଜ ପ୍ରେମିକାଙ୍କୁ ବିବାହ କରିବାକୁ ଯାଉଛନ୍ତି । ତାଙ୍କ ବୟସ ଏବେ ୧୦୦ ହୋଇଥିବା ବେଳେ ତାଙ୍କ ପ୍ରେମିକାଙ୍କ ବୟସ ୯୬ । ଉଭୟ ୨୦୨୧ରୁ ପରସ୍ପରକୁ ଡେଟ୍ କରି ଆସୁଛନ୍ତି । ଏମାନଙ୍କ ୱେଡିଂ ଭେନ୍ୟୁ ବି ବହୁତ ଖାସ୍ ରହିଛି । ଏମାନଙ୍କ ବିବାହ ସେହି ସମୁଦ୍ର କୂଳରେ ହେବ ଯେଉଁଠି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ସୈନିକ ଯୁଦ୍ଧ ଲାଗି ବାହାରିଥିଲେ ।

ମିଳିଥିବା ସୂଚନା ଅନୁସାରେ ନିଜ ବିବାହକୁ ନେଇ ହେରୋଲ୍ଡ ବେଶ୍ ଉତ୍ସାହିତ ଅଛନ୍ତି । ସେ ନିଜ ବିବାହକୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି । ବିଶ୍ୱଯୁଦ୍ଧ ୨ ସମୟରେ ଆମେରିକା ବାୟୁସେନାର ଅଂଶ ରହିଥିବା ହେରୋଲ୍ଡଙ୍କୁ ଜୁନ୍ ୬ ତାରିଖରେ ଡି ଡେ’ ଲ୍ୟାଣ୍ଡିଂର ୮୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସମ୍ମାନିତ କରାଯିବ । ଏହା ସେହି ଐତିହାସିକ ଦିନ ଥିଲା ଯେତେବେଳେ ଆମେରିକା ମିତ୍ରଦେଶମାନଙ୍କ ସହ ସାମିଲ ହୋଇ ବିଶ୍ୱଯୁଦ୍ଧର ଚିତ୍ର ବଦଳାଇ ଦେଇଥିଲା । ଏହି ଯୁଦ୍ଧରେ ହେରୋଲ୍ଡ ସେହି ଭାଗ୍ୟଶାଳୀଙ୍କ ମଧ୍ୟରେ ଅନ୍ୟତମ ଥିଲେ ଯିଏ ଯୁଦ୍ଧରେ ଜୀବିତ ରହିଥିଲେ । ସମ୍ମାନୀତ ହେବାର ୨ ଦିନ ପରେ ସେ ନିଜ ପ୍ରେମିକା ଜିନ୍ ସ୍ୱେରାଲିନ୍‌ଙ୍କ ସହ ଫ୍ରାନ୍ସର ସେହି ସମୁଦ୍ର କୂଳରେ ବିବାହ କରିବେ ଯେଉଁଠୁ ୧୯୪୪ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହଜାର ହଜାର ସୈନିକ ଯୁଦ୍ଧ ପାଇଁ ବାହାରିଥିଲେ । ଏହି ବିବାହ କାର୍ଯ୍ୟକ୍ରମ ସହରର ମେୟରଙ୍କ ଉପସ୍ଥିତିରେ ସଂପନ୍ନ ହେବ ।

Get real time updates directly on you device, subscribe now.