fbpx
BSKY
BJD SHG SKY
BJD YOUTH SKY

ମଦର୍ସ ଡେ’ରେ ମାଆଙ୍କୁ ଦିଅନ୍ତୁ ଏହି ବିଶେଷ ଆର୍ଥିକ ଉପହାର, ସୁରକ୍ଷିତ କରନ୍ତୁ ଭବିଷ୍ୟ

ଓଡ଼ିଶା ଭାସ୍କର: ‘ମାଆ’ କେବଳ ଏକ ଶବ୍ଦ ନୁହେଁ ବରଂ ଏକ ଅନୁଭବ । ଦୁନିଆର ମୂଲ୍ୟବାନ ଜିନିଷ ବି ମାଆ ସାମ୍ନାରେ ଫିକା ପଡ଼ିଯାଏ । ମାଆର ପଣତ ତଳେ ବ୍ୟକ୍ତି ସମସ୍ତ ଦୁଃଖ କଷ୍ଟ ଭୁଲିଯାଏ । ମାଆକୁ ସ୍ପୋଶାଲ ଫିଲ୍ କରାଇବା ପାଇଁ କୌଣସି ଗୋଟିଏ ଦିନ ଯଥେଷ୍ଟ ନୁହେଁ । ତେଣୁ ତାଙ୍କର ଏହି ଦିନ ସ୍ମରଣୀୟ କରାଇବା ପାଇଁ ଏପରି କିଛି ଉପହାର ଦିଅନ୍ତୁ ଯାହା ସେମାନଙ୍କୁ ଆର୍ଥିକ ଭାବରେ ଶକ୍ତିଶାଳୀ କରିବ । ଏହା ସେମାନଙ୍କ ବୃଦ୍ଧାବସ୍ଥାରେ ସହାୟକ ହୋଇଥାଏ । ଚଳିତ ବର୍ଷ ମେ’ ୧୨ ତାରିଖରେ ପାଳନ କରାଯିବ ମଦର୍ସ ଡେ’ । ତେବେ ଆସନ୍ତୁ ଜାଣିବା ଏମିତି କିଛି ଆର୍ଥିକ ଉପହାର ବିଷୟରେ ଯାହା ସେମାନଙ୍କ ଭବିଷ୍ୟକୁ ସୁରକ୍ଷିତ ରଖିପାରିବ ।

୧. ସ୍ୱାସ୍ଥ୍ୟ ବୀମା: ଏହି ମଦର୍ସ ଡେ’ ରେ ମାଆଙ୍କୁ ସ୍ୱାସ୍ଥ୍ୟ ବୀମା ବା ହେଲ୍‌ଥ ଇନସ୍ୟୁରାନ୍ସର ଉପହାର ଦେଇପାରିବେ । ଏହା ସେମାନଙ୍କୁ ରୋଗ ପାଇଁ ଚିକିତ୍ସା ଖର୍ଚ୍ଚରୁ ଆସ୍ୱସ୍ତି ଦେଇଥାଏ ।

୨. ମ୍ୟୁଚୁଆଲ ଫଣ୍ଡରେ ନିବେଶ: ଏହି ଦିନ ଠାରୁ ଆପଣ ମାଆଙ୍କ ନାଁରେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବା ଆରମ୍ଭ କରିପାରିବେ । ତେବେ ଆପଣ IPO ମାଧ୍ୟମରେ ନିବେଶ କରିପାରିବେ ।

୩. ସୋଭେରେନ୍ ଗୋଲ୍ଡ ବଣ୍ଡ୍‌: ଅଧିକାଂଶ ମହିଳାଙ୍କୁ ସୁନା ଅଳଙ୍କାର ପ୍ରିୟ ଅଟେ । ତେଣୁ ମାଆଙ୍କୁ ଫିଜିକାଲ ଗୋଲ୍ଡ ଦେବା ବଦଳରେ ସେଭେରେନ୍ ଗୋଲ୍ଡ ବଣ୍ଡ୍‌(SGB)ରେ ନିବେଶ କରିପାରିବେ । ଆପଣ SGB ବ୍ୟାଙ୍କ ଠାରୁ ଅନଲାଇନ୍ କିମ୍ବା ଅଫଲାଇନ୍ କିଣି ପାରିବେ । ପୋଷ୍ଟ ଅଫିସରୁ, ଷ୍ଟକ୍ ହୋଲ୍ଡି କର୍ପୋରେସନ କିମ୍ବା BSE ଏବଂ NSE ପ୍ଲାଟଫର୍ମରୁ କିଣି ପାରିବେ ।

୪. ସେଭିଂ ସ୍କିମ୍‌: ଆପଣଙ୍କ ମାଆଙ୍କ ବୟସ ୬୦ରୁ ଉର୍ଦ୍ଧ୍ୱ ହୋଇଥିଲେ ବରିଷ୍ଠ ନାଗରିକ ସେଭିଂ ସ୍କିମ୍ ଖାତା ଖୋଲିପାରିବେ । ବର୍ତ୍ତମାନ ଏହି ସ୍କିମ୍ ଅନ୍ତର୍ଗତ ଜମା ରାଶି ଉପରେ ୮.୨୦%ର ସୁଧହାରର ଲାଭ ଉପଲବ୍ଧ ।

୫. ଏଫ୍‌ଡି: ମଦର୍ସ ଡେ ଉପଲକ୍ଷେ ମାଆଙ୍କ ନାଁରେ ଏକ ଫିକ୍ସଡ୍ ଡିପୋଜିଟ୍‌(FD)ଖୋଲିପାରିବେ । ଏଥିରେ ଆପଣଙ୍କ ଟଙ୍କା ସୁରକ୍ଷିତ ରହିଥାଏ ଏବଂ ନିଶ୍ଚିତ ରିଟର୍ଣ୍ଣ ମଧ୍ୟ ପାଇପାରିବେ ।

୬. ସମ୍ମାନ ବଚତ୍ ପତ୍ର ଯୋଜନା: ୨୦୨୩-୨୪ ବଜେଟ୍ ଅଧିବେଶନରେ ଏହି ଯୋଜନାର ଘୋଷଣା ହୋଇଥିଲା । ଏହି ଯୋଜନା ଅନ୍ତର୍ଗତ ଯେକୌଣସି ଭାରତୀୟ ମହିଳା ଡାକଘରେ ଖାତା ଖୋଲି ବାର୍ଷିକ ୧ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଜମା କରି ବାର୍ଷିକ ୭.୫% କମ୍ପାଉଣ୍ଡିଂ ସୁଧର ଲାଭ ଉଠାଇପାରିବେ ।

Get real time updates directly on you device, subscribe now.