fbpx
BSKY SKY
BSKY SKY

ଓଡ଼ିଶା ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ମୁରଲୀଧର ପୁଣି କରିବେ ଓକିଲାତି, ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

BSKY

କଟକ: ଓଡ଼ିଶା ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିବା ଜଷ୍ଟିସ ଏସ ମୂରଲୀଧର ବର୍ତ୍ତମାନ ଜଣେ ବରିଷ୍ଠ ଓକିଲ ଭାବେ କାର୍ଯ୍ୟ କରିବେ । ସୁପ୍ରିମକୋର୍ଟଙ୍କ ସଂପୂର୍ଣ୍ଣ କୋର୍ଟ ବୈଠକରେ ୧୬ ଅକ୍ଟୋବରର ନିଷ୍ପତ୍ତିରେ ଅବସରପ୍ରାପ୍ତ ପ୍ରଧାନ ବିଚାରପତିଙ୍କୁ ବରିଷ୍ଠ ଓକିଲ ଭାବେ ମନୋନୀତ କରିଛନ୍ତି । ଓଡ଼ିଶା ହାଇକୋର୍ଟ ପୂର୍ବତନ ବିଚାରପତି ମୁରଲୀଧର ନିଜ ୧୭ ବର୍ଷ କାର୍ଯ୍ୟକାଳ ମଧ୍ୟରେ ପଞ୍ଜାବ- ହରିଆଣା ହାଇକୋର୍ଟ ଏବଂ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଆସିଛନ୍ତି ।

‘ଲାଇଭ, ଲ’ ର ରିପୋର୍ଟ ମୁତାବକ ସୁପ୍ରିମକୋର୍ଟ ପକ୍ଷରୁ ବରିଷ୍ଠ ଓକିଲମାନଙ୍କ ନାମକରଣ ପାଇଁ ଏପରି ‘ନାମକରଣ’ ନିର୍ଦ୍ଦେଶାବଳୀ ୨୦୨୩ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ପ୍ରଦାନ କରିଛନ୍ତି । ‘ଇନ୍ଦିରା ଜୟସିଂ ବନାମ ସୁପ୍ରିମକୋର୍ଟ’ ମାମଲାରେ ୧୨ ମଇ ୨୦୨୩ ର ନିଷ୍ପତ୍ତି ଅନୁଯାୟୀ, ସର୍ବୋଚ୍ଚ ନ୍ୟାୟାଳୟର ସେକ୍ରେଟେରୀ ଜେନେରାଲଙ୍କ ଦ୍ୱାରା ଏହିପରି ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଥିଲା।

ବାର ଆଣ୍ଡ ବେଞ୍ଚ ରିପୋର୍ଟ ଅନୁଯାୟୀ, ଜଷ୍ଟିସ ମୁରଲୀଧରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ପଞ୍ଜାବ-ହରିୟାଣା ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ଥାନାନ୍ତର ପରେ ଜଷ୍ଟିସ ମୁରଲୀଧର ମଧ୍ୟ ଦିଲ୍ଲୀ ପୋଲିସର ୨୦୨୦ ଦିଲ୍ଲୀ ଦଙ୍ଗାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ।

ରିପୋର୍ଟ ଅନୁଯାୟୀ, ଜଷ୍ଟିସ ଏସ ମୁରଲୀଧର ଚଳିତ ବର୍ଷ ଅଗଷ୍ଟରେ ଅବସର ନେଇଥିଲେ। ଅବସର ପୂର୍ବରୁ ଜଷ୍ଟିସ୍ ମୁରଲୀଧର ଜାନୁଆରୀ ୨୦୨୧ ରୁ ଅଗଷ୍ଟ ୨୦୨୩ ମଧ୍ୟରେ ଓଡିଶା ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ।

ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ହେବା ପରେ ତାଙ୍କୁ ମଧ୍ୟ ମାଡ୍ରାସ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ କରିବାକୁ ସୁପାରିଶ କରାଯାଇଥିଲା, କିନ୍ତୁ ଏହି ମାମଲାରେ କେନ୍ଦ୍ର ସରକାରଙ୍କ ସୁପାରିଶକୁ କୌଣସି ପ୍ରତିକ୍ରିୟା ମିଳି ନଥିଲା। ଏହା ପରେ ଚଳିତ ବର୍ଷ ଏପ୍ରିଲରେ କଲେଜିୟମ ଦ୍ୱାରା ଏହି ପ୍ରସ୍ତାବ ପ୍ରତ୍ୟାହାର କରାଯାଇଥିଲା। ଏହି କାରଣରୁ ସେ ଓଡିଶା ହାଇକୋର୍ଟର ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିଲେ।

Get real time updates directly on you device, subscribe now.