fbpx

ପଡ଼ିଆରେ ନମାଜ ପଢି ଦଣ୍ଡ ପାଇବେ ମହମ୍ମଦ ରିଜୱାନ! ମ୍ୟାଚ ଭିତରେ ଜାତିଆଣ ଭେଦଭାବକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍ ଭାରତରେ ଖେଳାଯାଉଥିବା ବେଳେ ପୂରା ୭ ବର୍ଷ ପରେ ପାକିସ୍ତାନୀ କ୍ରିକେଟ୍ ଟିମ୍ ଭାରତ ଆସିଛି । ବିଶ୍ୱକପ ପାଇଁ ଭାରତକୁ ଟିମ୍ ପଠାଇବାକୁ ଅରାଜି ହୋଇ ଅନେକ ବିବାଦ ତିଆରି କରିଥିଲା ପାକିସ୍ତାନ କ୍ରିକେଟ୍ ବୋର୍ଡ । ଆଉ ଭାରତରେ ପହଞ୍ଚିବା ପରଠାରୁ ପାକିସ୍ତାନୀ କ୍ରିକେଟ୍ ଦଳ ବିବାଦ ସୃଷ୍ଟି କରିଚାଲିଛି । ଦଳର କିଛି ଖେଳାଳି ନିଜ କାର୍ଯ୍ୟକଳାପ ପାଇଁ ଅନେକ ବିବାଦର ସୂତ୍ରପାତ କରୁଛନ୍ତି । ବର୍ତ୍ତମାନ ପାକ୍ କ୍ରିକେଟର ମହମ୍ମଦ ରିଜୱାନଙ୍କୁ ନେଇ ଆରମ୍ଭ ହୋଇଛି ବିବାଦ । ପଡ଼ିଆ ମଝିରେ ତାଙ୍କ ନମାଜ ପଢିବାର ସେଲିବ୍ରେସନ୍ ତାଙ୍କୁ ବିବାଦ ଘେରକୁ ଟାଣି ଆଣିଛି । ଏବେ ତାଙ୍କୁ ଏଥିପାଇଁ ଦଣ୍ଡିତ କରାଯାଇପାରେ ବୋଲି କୁହାଯାଉଛି ।

ପାକିସ୍ତାନର ଷ୍ଟାର ପ୍ଲେୟର ମହମ୍ମଦ ରିଜ୍ୱାନ୍ ହେଉଛନ୍ତି ଏଭଳି ଜଣେ କେଳାଳି, ଯିଏ କିଛି ନା କିଛି କାରଣ ପାଇଁ ଅଧିକାଂଶ ସମୟରେ ବିବାଦ ଘେରରେ ରହିଥାନ୍ତି । ବର୍ତ୍ତମାନ ଖେଳ ପଡିଆ ମଝିରେ ହିଁ ନମାଜ୍ ପଢିଛନ୍ତି ରିଜୱାନ୍ । ଯାହାକୁ ନେଇ ଏକ ନୂଆ ବିବାଦ ତିଆରି ହୋଇଛି । ଏହାକୁ ନେଇ ରିଜୱାନଙ୍କ ବିରୋଧରେ ଆଇସିସିରେ ଅଭିଯୋଗ କରିଛନ୍ତି ଦିଲ୍ଲୀର ଓକିଲ ବିନୀତ ଜିନ୍ଦଲ । ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି କି ଜଣେ ଖେଳାଳି ହୋଇ ମଧ୍ୟ ରିଜୱାନ୍ ବାରମ୍ବାର ନିଜ ଧର୍ମକୁ ପ୍ରଦର୍ଶନ କରୁଛନ୍ତି । ଏହା ଖେଳ ଭାବନାର ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି ବୋଲି ଅଭଯୋଗ ହୋଇଛି । ଏହା ସହିତ ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧ ଭଳି ରାଜନୈତିକ ପ୍ରସଙ୍ଗ ଉପରେ ମଧ୍ୟ କୌଣସି ଖେଳାଳିଙ୍କ ବୟାନ ଦେବାର ଅଧିକାର ନାହିଁ । କିନ୍ତୁ ରିଜୱାନ୍ ଏହା ଉପରେ ବୟାନ ଦେଇ ନିଜ ଅଧିକାରର ଉଲ୍ଲଙ୍ଘନ କରିଛନ୍ତି । ଯେଉଁଥିପାଇଁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆଇନଜୀବୀ ବିନୀତ ଜିନ୍ଦଲ । ବହୁ କ୍ରିକେଟ୍ ପ୍ରେମୀ ମଧ୍ୟ ପଡିଆ ମଝିରେ ରିଜୱାନଙ୍କ ନମାଜ ପାଠକୁ ବିରୋଧ କରି ତାଙ୍କ ଉପରେ କଟକଣା ଲଗାଇବାକୁ ଦାବି କରିଛନ୍ତି । ତେବେ ଏ ନେଇ ପୂର୍ବତନ ପାକିସ୍ତାନୀ କ୍ରିକେଟର ୱାକର ୟୁନୁସ୍ କହିଛନ୍ତି ଯେ, ଭାରତରେ ହିନ୍ଦୁଙ୍କ ସାମ୍ନାରେ ନମାଜ ପଢିବା ମୋ ପାଇଁ ବହୁତ ସ୍ପେସାଲ । ତେଣୁ ୟୁନୁସଙ୍କ ଏପରି ବୟାନକୁ ମଧ୍ୟ ଭାରତୀୟ ଦର୍ଶକ କଡା ନିନ୍ଦା କରିଛନ୍ତି ।

ଗତ ୬ ତାରିଖରେ ହାଇଦ୍ରାବାଦର ରାଜୀବ ଗାନ୍ଧି ଷ୍ଟାଡିଅମ୍ ରେ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଏଭଳି ସେଲିବ୍ରେସନ୍ କରିଛନ୍ତି ରିଜୱାନ୍ । ନିଜ ଅର୍ଦ୍ଧଶତକ ପୂରା କରିବା ପରେ ପଡିଆ ମଝିରେ ରିଜୱାନ୍ ନମାଜ ପାଠ କରିଥିଲେ । ଯାହାକୁ ନେଇ ଅନେକ ଲୋକ ଆପତ୍ତି ଉଠାଇଛନ୍ତି । ଖେଳ ପଡିଆ ଭିତରେ ହଜାର ହଜାର ଦର୍ଶକଙ୍କ ସାମନାରେ ନମାଜ ପାଠ କରି ସେ ନିଜକୁ ଏକ ନିର୍ଦ୍ଦିଷ୍ଟ ଧର୍ମର ବୋଲି ପ୍ରଦର୍ଶିତ କରିଛନ୍ତି ବୋଲି କ୍ରୀଡ଼ାପ୍ରେମୀ ପ୍ରକାଶ କରିଛନ୍ତି । ଏହା ଖେଳଭାବନାକୁ ବିରୋଧ କରୁଥିବା ଆଲୋଚନା ହେଉଛି । ଏହାପରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଶତକ ହାସଲ ପରେ ମଧ୍ୟ ରିଜୱାନ୍ ଏହି ସେଲିବ୍ରେସନ ଗାଜାବାସୀଙ୍କ ପାଇଁ ସମର୍ପିତ କରିଥିବା ବେଳେ ମ୍ୟାଚ୍ ଜିତିବା ପରେ ଗାଜା ଉପରେ ଇସ୍ରାଏଲର ଆକ୍ରମଣକୁ ନିନ୍ଦା କରିଥିଲେ । ଫଳରେ ଏହି ସେଲିବ୍ରେସନ ବା ନମାଜ ପାଠକୁ ନେଇ ବିବାଦ ଆହୁରି ବଢିଯାଇଥିଲା ।

Get real time updates directly on you device, subscribe now.