fbpx
BSKY SKY
BSKY SKY

Electronics ଡିଭାଇସରୁ ଆଖିକୁ ଦିଅନ୍ତ ଆରାମ: ନଚେତ୍ ନଷ୍ଟ ହୋଇପାରେ ଆଖି ଦୃଷ୍ଟି ଶକ୍ତି

BSKY

ଓଡିଶା ଭାସ୍କର: ଆମେ ଦୈନନ୍ଦିନ ଜୀବନରେ ଛୋଟଠାରୁ ବୃଦ୍ଧ ବ୍ୟକ୍ତି ପର୍ଯ୍ୟନ୍ତ ଡିଜିଟାଲର ବିଭିନ୍ନ ପ୍ଲାଟଫର୍ମ ସହ ଯୋଡି ହୋଇ ରହିଛନ୍ତି । ମୋବାଇଲ, ଟିଭି, ଲାପଟପ, ଟ୍ୟାବ୍ ଇତ୍ୟାଦିରେ ଆମେ ସବୁବେଳେ ନିଜକୁ ବ୍ୟସ୍ତ ରଖିଥାଉ । ତେବେ ଏହିସବୁ ଉପକରଣ ଆମ ଦୈନନ୍ଦିନ ଜୀବନର ଅନେକ କାମକୁ ସହଜ କରି ଦେଉଥିବା ବେଳେ ଏହାର ଅତ୍ୟଧିକ ବ୍ୟବହାର ବିଭିନ୍ନ ଅସୁବିଧା ମଧ୍ୟ କରିଥାଏ । ଏହାଦ୍ୱାରା ଆମକୁ କେଉଁସବୁ ଅସୁବିଧା ହୋଇଥାଏ, ଆସନ୍ତୁ ଏ ସମ୍ପର୍କିତ କିଛି ତଥ୍ୟ ଜାଣିବା ଏହି ରିପୋର୍ଟରେ…

ଇଲୋକ୍ଟ୍ରୋନିକ୍ସ ଡିଜିଟାଲ ଡିଭାଇସ ଗୁଡିକରୁ ଏକ ପ୍ରକାର ନୀଳ ରଶ୍ମି ବାହାରିଥାଏ । ଏହା ଆଖିକୁ ସିଧା ସଳଖ ଭାବରେ କ୍ଷତି ପହଞ୍ଚାଇବା ସହ ଆଖିର ଦୃଷ୍ଟିଶକ୍ତିକୁ ହ୍ରାସ କରିଥାଏ ଏବଂ ଚକ୍ଷୁ ଜନିତ ବିଭିନ୍ନ ସମସ୍ୟା ଉପୁଜିଥାଏ । ଯେଉଁ ବ୍ୟକ୍ତିମାନେ ଅଫିସରେ ରହି କାମ କରୁଛନ୍ତି ବା ଡିଜିଟାଲ ଡିଭାଇସରେ କାମ କରୁଛନ୍ତି, ସେମାନେ ୨୦-୩୦ ମିନିଟ ବ୍ୟବଧାନରେ କାର୍ଯ୍ୟରୁ ବିରତୀ ନେବାର ଆବଶ୍ୟକତା ରହିଛି । ଏମିତି କରିବା ଦ୍ୱାରା ଆଖିର ମାଂସପେଶୀଗୁଡିକୁ ଆରାମ ମିଳିବା ସହ ଥକ୍କାପଣ ମଧ୍ୟ ଦୂର ହୋଇଥାଏ । ଡିଭାଇସର ପରଦାକୁ ଏକ ଲୟରେ ନ ଚାହିଁ ଆଖିକୁ ତଳ ଉପର କରିବା ଆବଶ୍ୟକ । ନଚେତ୍ ଲଗାତାର ଆଖିକୁ ନୀଳ ରଶ୍ମି ସଂସ୍ପର୍ଶରେ ଆସିଲେ ଏହା ଆଖିକୁ ବିଶେଷ ଯନ୍ତ୍ରଣା ହୋଇଥାଏ ଏବଂ ଆଖି ନଷ୍ଟ ହେବାର ଆଶଙ୍କା ମଧ୍ୟ ବୃଦ୍ଧି କରିଥାଏ ।

ଏହି ଡିଭାଇସ ଗୁଡିକରୁ ଆସୁଥିବା ନୀଳ ରଶ୍ମିରୁ ରକ୍ଷା ପାଇବାକୁ ହେଲେ ପ୍ରତ୍ୟେକ ଡିଭାଇସରେ ଆଇ ପ୍ରୋଟେକ୍ଟ କରୁଥିବା ସଫ୍ଟୱେୟାର ଇନଷ୍ଟଲ କରିବା ଦରକାର । ଯାହାଦ୍ୱାରା କ୍ଷତିକାରକ ଆଲୋକରଶ୍ମିର ପ୍ରଭାବ କମ୍ ହୋଇଥାଏ । ଏହା ପ୍ରଭାବରୁ ରକ୍ଷା ପାଇବା ପାଇଁ ଆଖିରେ ଡ୍ରପ୍ ବା ଅଏଲ ପକାଇ ପାରିବେ । ଏହା ଆଖିକୁ ଆର୍ଦ୍ରତା ରଖିଥାଏ ଓ ଆଖିର ଶୁଷ୍କତା ମଧ୍ୟ ଦୂର କରିଥାଏ । ତେବେ ଏହାବ୍ୟତୀତ ଆଖି ଉପରେ କୌଣସି ଅଧିକ ପ୍ରଭାବ ପଡିଲେ ଯଥାଶୀଘ୍ର ଚକ୍ଷୁ ପରୀକ୍ଷା କରିନେବା ଆବଶ୍ୟକ । ନିଜର କାର୍ଯ୍ୟ ଉପରେ ଥାଇ ମଧ୍ୟ ଚକ୍ଷୁର ଯତ୍ନ ନେବା ନିହାତି ଆବଶ୍ୟକ ।

Get real time updates directly on you device, subscribe now.