fbpx
BSKY
BJD YOUTH SKY
BJD MS SKY

ସାବଧାନ୍! ପଚା-ସଢା ଜିନିଷରୁ ପ୍ରସ୍ତୁତ ହେଉଛି ରୋଷେଇ ମସଲା: ଦୁଇଟି କାରଖାନାରେ ସିଲ୍

ନୂଆଦିଲ୍ଲୀ: ଆଜିକାଲି ମାର୍କେଟରେ ବିଭିନ୍ନ ପ୍ରକାର ଜିନିଷର ନକଲି ପ୍ରଡକ୍ଟ ବିକ୍ରି ହେବାରେ ଲାଗିଛି । ବିଶେଷ କରି ଅନେକ ଖାଦ୍ୟ ପଦାର୍ଥରେ ନକଲି ବା ମିଶ୍ରଣ କରାଯାଇ ମାର୍କେଟରେ ବିକ୍ରି ହେଉଥିବା ଦେଖାଯାଉଛି । ତେବେ ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି କାଦ୍ୟରେ ବ୍ୟବହାର ହେଉଥିବା ମସାଲା । ପଚା ସଢା ବିଭିନ୍ନ ଜିନିଷକୁ ଏକାଠି କରାଯାଇ ଏଥିରୁ କିଛି ମସାଲା ପ୍ରସ୍ତୁତ କରାଯାଉଥିବା ଜାଣିବାକୁ ମିଳିଛି । ହଳଦୀ ଗୁଣ୍ଡ, ଗରମ ମସାଲା, ଆମଚୁର ପାଉଡର ସମେତ ଅନ୍ୟାନ୍ୟ ମସାଲା ପ୍ରସ୍ତୁତ କରିବା ପାଇଁ ଏହି ପଚା-ସଢା ଜିନିଷ ବ୍ୟବହାର କରୁଥିବା ୨ଟି କାରଖାନା ଠାବ କରାଯିବା ପରେ ଏହାକୁ ସିଲ୍ କରିଛି ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ ।

ଏହି ଦୁଇଟି କାରଖାନାରେ ଅନେକ ପ୍ରକାରର ପଚା-ସଢା ଜିନିଷ, କେମିକାଲ ଏବଂ ଗଛ ବଳ୍କଳ ସହିତ କାଠର ଅବଶିଷ୍ଟାଂଶରୁ ବିଭିନ୍ନ ପ୍ରକାରର ମସାଲା ପ୍ରସ୍ତୁତ କରାଯାଉଥିଲା । ଏଠାରେ ପ୍ରସ୍ତୁତ ହେଉଥିବା ମସାଲାକୁ ଲୋକପ୍ରିୟ ବ୍ରାଣ୍ଡ ପ୍ୟାକେଟରେ ଭର୍ତ୍ତି କରି ବଜାରକୁ ବିକ୍ରି ପାଇଁ ପଠାଯାଉଥିଲା । ତେବେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ ଏହି ଦୁଇଟି କାରକାନାରେ ରେଡ୍ କରି ଉଭୟକୁ ସିଲ୍ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଏହି ରେଡ୍ ସମୟରେ ମସାଲାକୁ ଅଧିକ ସମୟ ତାଜା ରଖିବା ପାଇଁ ବ୍ୟବହାର ହେଉଥିବା କେମିକାଲ ଏବଂ ପଚା ସଢା ଜିନିଷ ଇତ୍ୟାଦିକୁ ଜବତ କରିଛି ପୋଲିସ । ଏହି କାରଖାନାରେ ଅଯୋଗ୍ୟ ଖାଦ୍ୟ, ଅପରିଷ୍କାର ପଦାର୍ଥ, ବିଭିନ୍ନ ପ୍ରକାରର ଏସିଡ୍ ଏବଂ ତେଲକୁ ମିଶାଇ ହଳଦୀ ପ୍ରସ୍ତୁତ କରାଯାଉଥିଲା । ଏହାପରେ କ୍ରାଇମବ୍ରାଞ୍ଚର ଟିମ୍ କରାୱଲ ନାଗରର କାଳୀ ଖାତା ରାସ୍ତାର ଏହି କାରଖାନା ଉପରେ ଚଢାଉ କରିବା ସହ ସରଫରାଜ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି।

ଏହାବ୍ୟତୀତ ହଳଦୀ ପାଉଡର, ଗରମ ମସାଲା ପାଉଡର, ଆମଚୁର ପାଉଡର ସହିତ ଅନ୍ୟାନ୍ୟ ମସାଲାକୁ ସୁରକ୍ଷିତ ରକିବା ପାଇଁ ପଚା-ସଢା ଭାତ, ପଚା ନଡ଼ିଆ, ଇଉକଲିପଟାସ୍ ପତ୍ର, ପଚା ଜାମୁକୋଳି, ସାଇଟ୍ରିକ୍ ଏସିଡ୍, ଶୁଖିଲା ଚିଲି ଡାଳ ଏବଂ ଅନ୍ୟାନ୍ୟ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଥିଲା । ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା କୌଣସି ଜିନିଷ ବ୍ୟବହାର ପାଇଁ ଉପଯୁକ୍ତ ନଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ଏ ନେଇ କ୍ରାଇମବ୍ରାଞ୍ଚ ଡିସିପି ରାକେଶ ପାୱରିଆ କହିଛନ୍ତି ଯେ, ଉତ୍ତର ପୂର୍ବ ଦିଲ୍ଲୀର କିଛି ଦୋକାନୀ ଏବଂ ମସଲା ନିର୍ମାତା ବିଭିନ୍ନ ବ୍ରାଣ୍ଡ ନାମରେ ଦିଲ୍ଲୀ-ଏନସିଆରରେ ବ୍ୟଭିଚାରିତ ମସାଲା ତିଆରି କରି ବିକ୍ରି କରୁଥିବା ଇଣ୍ଟେଲିଜେନ୍ସ ରିପୋର୍ଟରୁ ଖବର ମିଳିଥିଲା ।

Get real time updates directly on you device, subscribe now.