fbpx

Wow… ବୈଜ୍ଞାନିକଙ୍କୁ ମିଳିଲା ଆଉ ଏକ ନୂଆ ‘ପୃଥିବୀ’! ସମ୍ଭବ ହେବ କି ଜୀବନଯାପନ ପ୍ରଣାଳୀ?

AAKASH

ଓଡ଼ିଶା ଭାସ୍କର: ବୈଜ୍ଞାନିକମାନେ ପୃଥିବୀରେ ତଥା ମହାକାଶରେ ଅନେକ ନୂଆ ନୂଆ ଜିନିଷର ଉଦ୍ଭାବନ କରିଛନ୍ତି । କିନ୍ତୁ ବର୍ତ୍ତମାନ ଏକ ବିରାଟ ସଫଳତା ହାସଲ କରିଛନ୍ତି ଦେଶର ବୈଜ୍ଞାନିକ । କୁହାଯାଉଛି ରିସର୍ଚ୍ଚ କରି ସେମାନେ ଏକ ନୂଆ ‘ପୃଥିବୀ’ ଖୋଜି ବାହାର କରିଛନ୍ତି । ବୈଜ୍ଞାନିକମାନଙ୍କ ୨ଟି ଟିମ୍ ଏକ ଥିଓରିଟିକାଲ ହ୍ୟାବିଟେବଲ ପ୍ଲାନେଟ (Theoretical Habitable Planet)କୁ ଚିହ୍ନଟ କରିଛନ୍ତି । ଏହାର ଆକାର ପୃଥିବୀଠାରୁ ଛୋଟ ହୋଇଥିବା ବେଳେ ଶୁକ୍ର ଗ୍ରହ ଅପେକ୍ଷା ବଡ଼ ହୋଇଥାଏ । ଏହାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ବୈଜ୍ଞାନିକମାନେ ଏ ନେଇ କହିଛନ୍ତି ଯେ, ନୂଆ କରି ଚିହ୍ନଟ ହୋଇଥିବା ଏହି ପ୍ଲାନେଟ ପ୍ରାୟ ୪୦ ଆଲୋକବର୍ଷ ଦୂର ଏକ ଚୋଟ ତାରାର ପରିକ୍ରମା କରୁଛି । ରିପୋର୍ଟ ଅନୁସାରେ, ଗିଲସେ ୧୨ବି(Gliese 12b) ନାମକ ପ୍ଲାନେଟ ଏକ୍ସୋପ୍ଲାନେଟ କନଷ୍ଟଲେସନ୍ ପିସେସ(exoplanet constellation piscse)ରେ ଅବସ୍ଥିତ ଏକ କୁଲ୍ ରେଡ୍ ଡ୍ୱାର୍ଫ ଷ୍ଟାରର ପରିକ୍ରମା କରିଥାଏ । ଏହି ରେଡ୍ ଡ୍ୱାର୍ଫ ଷ୍ଟାର ଆମ ସୂର୍ଯ୍ୟ ଆକାରର ପ୍ରାୟ୨୭ ପ୍ରତିଶତ ଏବଂ ଏହାର ତାପମାତ୍ରାର ୬୦% ବୋଲି ଜାଣିବାକୁ ମିଳିଛି । ଏହାସହିତ ବୈଜ୍ଞାନିକମାନେ କହିଛନ୍ତି କି, ‘ଗିଲସେ ୧୨ବି’ର ଷ୍ଟାର ସୂର୍ଯ୍ୟ ଅପେକ୍ଷା ଖୁବ ଛୋଟ ହୋଇଥାଏ । ତେଣୁ ଏହି ପ୍ଲାନେଟ ହ୍ୟାବିଟେବଲ ଜୋନ୍ ଅର୍ଥାତ୍ ଏଠାରେ ଜୀବନଯାପନ ପ୍ରଣାଳୀ ସମ୍ଭବ ହୋଇପାରେ । ଏହି ପ୍ଲାନେଟ ଏବଂ ତାରାମାନଙ୍କ ମଧ୍ୟରେ ଥିବା ଆଇଡିଅଲ ଦୂରତା ହିସାବରେ ଏଠାରେ ଜଳ ଥିବା ମଧ୍ୟ ଆଶା ରହିଛି ।

ଏହି ପ୍ଲାନେଟ ପ୍ରତ୍ୟେକ ୧୨.୮ ଦିନରେ ନିଜର କକ୍ଷପଥ ପୂରଣ କରିଥାଏ । କୁହାଯାଏ ଯେ, ବୈଜ୍ଞାନିକ ଗିଲସେ ୧୨ବି ପୃଷ୍ଠରେ ତାପମାତ୍ରା ୧୦୭ ଡିଗ୍ରୀ ଫାରେନହାଇଟ(୪୨ ଡିଗ୍ରୀ ସେଲସିୟସ) ହୋଇଥିବା ଜଣାଯାଇଛି । ଟୋକ୍ୟୋରେ ଆଷ୍ଟ୍ରୋବାୟୋଲୋଜି ସେଣ୍ଟରର ପ୍ରେଜେକ୍ଟ ଆସିଷ୍ଟାଣ୍ଟ ପ୍ରଫେସର ମାସାୟୁକି କୁଜୁହାରା କହିଛନ୍ତି ଯେ, ସେମାନେ ସବୁଠାରୁ ନିକଟସ୍ଥ, ଟ୍ରାଞ୍ଜିଟିଙ୍ଗ, ତାପମାତ୍ରା ଏବଂ ପୃଥିବୀର ଆକାର ପରି ଆଉ ଏକ ଦୁନିଆ ଖୋଜି ବାହାର କରିଛନ୍ତି । ଥରେ ପୃଥିବୀ ଭଳି ତାପମାତ୍ରା ଥିବା ପ୍ଲାନେଟ ଚିହ୍ନଟ ହେଲେ, ବୈଜ୍ଞାନିକମାନେ ଏହାର ବାୟୁମଣ୍ଡଳରେ କେଉଁସବୁ ତତ୍ତ୍ୱ ଉପସ୍ଥିତ ରହିଛି ତାହା ଉପରେ ଆକଳନ କରିପାରିବେ । ଏହାସହିତ ଜୀବନଯାପନ କରିବା ପାଇଁ ଆବଶ୍ୟକୀୟ ପରିମାଣର ପାଣି ମଧ୍ୟ ମପା ଯାଇପାରିବ ।

Get real time updates directly on you device, subscribe now.