fbpx

ଗେମିଙ୍ଗ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ, ୭ ଜଣଙ୍କ ମୃତ୍ୟୁ, ବଢିପାରେ ସଂଖ୍ୟା

AAKASH

ନୂଆଦିଲ୍ଲୀ: ଗୁଜରାଟର ରାଜକୋଟର ଗେମିଙ୍ଗ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ଶନିବାର ଦିନ ରାଜକୋଟର ପୋଲିସ କମିଶନର କହିଛନ୍ତି ଯେ, ଆମେ ଏହାର ତଦନ୍ତ ଚଲାଇଛୁ ଯେ, ଅଗ୍ନି ପଛର କାରଣ କଣ ରହିଛି । ଏଥିସହ ସେ ସହରର ସମସ୍ତ ଗେମିଙ୍ଗ ଜୋନକୁ ବନ୍ଦ କରିବାକୁ ମେସେଜ ଜାରି କରିଛନ୍ତି ।

ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଗେମ ଜୋନରେ ଏବେ ବି ଲୋକେ ଫସି ରହିଛନ୍ତି । ଗେମ ଜୋନରେ ଏବେ ବି ଲୋକେ ଫସିରହିଥିବାର ଆଶଙ୍କା ରହିଛି । ଏଥିରେ ପୁରା ଗେମଜୋନ ଅଗ୍ନି ଲାଗି ଧ୍ୱଂସ ହୋଇଯାଇଛି । ପୋଲିସ କମିଶନର ରାଜୀବ ଘାର୍ଗବ ଏବଂ କଲେକ୍ଟର ଆନନ୍ଦ ପଟେଲ ଘଟଣାସ୍ଥଳରେ ଅଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି ।

Get real time updates directly on you device, subscribe now.