fbpx

Hero FinCorp ଉପରେ ୩.୧ ଲକ୍ଷ ଟଙ୍କାର ଜରିମାନା ଲଗାଇଲା ଆରବିଆଇ, ଜାଣନ୍ତୁ କାରଣ

AAKASH

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ହିରୋ ଗ୍ରୁପର ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ହିରୋ ଫିନକ୍ରପ ଉପରେ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଲଗାଇଛି । ଆରବିଆଇ ଏହି ଏନବିଏଫସି ଉପରେ ସମୁଦାୟ ୩.୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି । କମ୍ପାନୀ ଉପରେ ଆରବିଆଇ ଫେୟର ପ୍ରାକ୍ଟିସ କୋଡରେ ଜଡିତ କିଛି ନିୟମକୁ ପାଳନ ନ କରିବାର କାରଣରୁ ଏହି ପେନାଲ୍ଟି ଲଗାଯାଇଛି । ରିଜର୍ଭ ବ୍ୟାଙ୍କ ଏହି ବିଷୟରେ କହିଛି ଯେ, କମ୍ପାନୀରେ ରେଗୁଲଟରୀ କାରଣମାନ ଯୋଗୁଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଏହି ଜରିମାନାର ପ୍ରଭାବ କୌଣସି ଗ୍ରାହକଙ୍କ ଉପରେ ପଡିନାହିଁ ।

ରିଜର୍ଭ ବ୍ୟାଙ୍କ ବିବୃତ୍ତିରେ କହିଛି ଯେ, ହିରୋ ଫିନକ୍ରପ ନିଜ ଗ୍ରାହକଙ୍କୁ ଋଣର ନିୟମ ଏବଂ ସର୍ତ୍ତାବଳୀ ଗୁଡିକୁ ଲୋକାଲ ଭାଷାରେ ଲିଖିତ ଭାବେ ବୁଝାଯାଇଛି । ଆରବିଆଇର ନିୟମ ଅନୁସାରେ କୌଣସି ବି ବ୍ୟାଙ୍କ ଏବଂ ଏନବିଏଫସିକୁ କୌଣସି ବି ଗ୍ରାହକଙ୍କୁ ଲୋନ ଦେବା ପାଇଁ ଲୋକାଲ ଭାଷାରେ ଲିଖିତ ପାଇଁ ସମସ୍ତ ନିୟମକୁ ବୁଝିବା ଆବଶ୍ୟକ ଅଟେ । କମ୍ପାନୀ ବିରୋଧରେ ଅଭିଯୋଗ ମିଳିବା ପରେ ଆରବିଆଇ ୩୧ ମାର୍ଚ୍ଚ ୨୦୨୩ରେ କମ୍ପାନୀର ନୀରିକ୍ଷଣ କରିଛି ।

ରିଜର୍ଭ ବ୍ୟାଙ୍କ କମ୍ପାନୀ ବିରୋଧରେ ଅଭିଯୋଗ ମିଳିବା ପରେ ପ୍ରଥମେ ତାକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା, ହେଲେ ଆରବିଆଇ କମ୍ପାନୀର ଉତ୍ତରରେ ସନ୍ତୁଷ୍ଟ ହୋଇନଥିଲା । ଏହାପରେ କେନ୍ଦ୍ରୀୟ ବ୍ୟାଙ୍କ ଏହି ଏନବିଏଫସିରେ ୩.୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ।

Get real time updates directly on you device, subscribe now.