fbpx
BSKY SKY
BSKY SKY

ରାଶି ପରିବର୍ତ୍ତନ କରିଛନ୍ତି ସୂର୍ଯ୍ୟଦେବ, କିଛି ରାଶିଙ୍କ ଲାଗି ଶୁଭ ତ କିଛି ରାଶି ସାବଧାନତା ଅବଲମ୍ବନ କରିବା ଜରୁରୀ

BSKY

ନୂଆଦିଲ୍ଲୀ: ଜ୍ୟୋତିଷଶାସ୍ତ୍ରରେ ସୂର୍ଯ୍ୟଦେବଙ୍କର ବିଶେଷ ମାନ୍ୟତା ରହିଛି । ସମସ୍ତ ଗ୍ରହଙ୍କର ରାଜା ହେଉଛନ୍ତି ସୂର୍ଯ୍ୟ ଦେବ । ଆଜି ସୂର୍ଯ୍ୟଦେବ ରାଶି ପରିବର୍ତ୍ତନ କରିଛନ୍ତି । ସୂର୍ଯ୍ୟ ଦେବ କନ୍ୟା ରାଶିରୁ ତୁଳା ରାଶିରେ ପ୍ରବେଶ କରିଛନ୍ତି । ସୂର୍ଯ୍ୟଦେବଙ୍କର ଏହି ରାଶି ପରିବର୍ତ୍ତନ ଦ୍ୱାରା କିଛି ଲୋକଙ୍କର ଭାଗ୍ୟୋଦୟ ହୋଇଥିବା ବେଳେ କିଛି ରାଶିଙ୍କ ଲାଗି ସାବଧାନ ରହିବାର ଆବଶ୍ୟକତା ରହିଛି ।
ମେଷ ରାଶି: ବାଦ ବିବାଦରୁ ଦୂରେଇ ରହନ୍ତୁ । ସନ୍ତାନ ସନ୍ତତିଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ । କୌଣସି ମିତ୍ରଙ୍କର ଆଗମନ ହୋଇପାରେ । ଆୟ ବୃଦ୍ଧି ଯୋଗ ରହିଛି । ଉପହାର ଆକାରରେ ବସ୍ତ୍ରାଦି ପାଇବେ । ସ୍ୱାସ୍ଥ୍ୟ ପ୍ରତି ସଚେନତ ରହିବାର ଆବଶ୍ୟକତା ରହିଛି ।
ମିଥୁନ ରାଶି:ଆତ୍ମବିଶ୍ୱାସ କମିବ । ଧୈର୍ଯ୍ୟଶୀଳତା ବଜାୟ ରଖିବାକୁ ଚେଷ୍ଟା କରିବେ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ । ମନ ମଧ୍ୟରେ ନିରାଶା ଓ ଅସନ୍ତୋଷ ଭାବ ରହିବ । ସ୍ୱଭାବରେ ଚିଡଚିଡାପଣ ଦେଖାଦେବ ।
କର୍କଟ: ଧୈର୍ଯ୍ୟଶୀଳତା ବଜାୟ ରଖିବାକୁ ଚେଷ୍ଟା କରିବେ । ଅଧ୍ୟାପନା କାର୍ଯ୍ୟରେ ସଫଳତା ମିଳିବ । ଲେଖାପଢା କାର୍ଯ୍ୟରୁ ଆୟ ବଢିବ । ପରିବାରରେ ବିଭିନ୍ନ ସମସ୍ୟା ଆପଣଙ୍କୁ ଚିନ୍ତାରେ ପକାଇପାରେ । ମନ ଅଶାନ୍ତ ରହିବ । ଜମିଜମା କ୍ଷେତ୍ରରେ ଲାଭବାନ ହୋଇପାରନ୍ତି ।
ସିଂହ: ଆତ୍ମବିଶ୍ୱାସ ବୃଦ୍ଧି ହେବ । ପରିବାରର ସହଯୋଗ ମିଳିବ । ଖାଦ୍ୟପେୟ ପ୍ରତି ସତର୍କ ରହିବା ଜରୁରୀ । ମନ ମଧ୍ୟରେ ନିରାଶା ଓ ଅସନ୍ତୋଷ ରହିବ । ଦୀର୍ଘ ଯାତ୍ରାରେ ଯିବାର ଯୋଗ ରହିଛି ।
କନ୍ୟା: ମନ ଅଶାନ୍ତ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିବା ବୁଦ୍ଧିମାନର କାମ ହେବ । ଧର୍ମକାର୍ଯ୍ୟ ପ୍ରତି ଶ୍ରଦ୍ଧା ଭାବ ବଢିବ । ସନ୍ତାନଙ୍କ ପକ୍ଷରୁ ଖୁସି ଖବର ମିଳିବ । ଅନିୟୋଜିତ ଖର୍ଚ୍ଚ ବଢିବ ।
ବିଛା:ଆତ୍ମବିଶ୍ୱାସ ଭରପୁର ରହିବ । କୌଣସି ଦୂର ସ୍ଥାନ ଯାତ୍ରା କରିପାରନ୍ତି । ଆୟ ବୃଦ୍ଧି ଘଟିବ । ପରିଶ୍ରମ ଅଧିକ କରିବାକୁ ପଡିପାରେ । କଥାବର୍ତ୍ତାରେ ସନ୍ତୁଳନ ବଜାୟ ରଖନ୍ତୁ ।
ଧନୁ: ମନ ଖୁସି ରହିବ । ଘରେ ଧାର୍ମିକ କାର୍ଯ୍ୟ ଜାରି ରହିବ । ଅଧିକ ପରିଶ୍ରମ କରିବାକୁ ପଡିବ । ବନ୍ଧୁମାନଙ୍କର ସହଯୋଗ ମିଳିବ ।
ମକର: ବୌଦ୍ଧିକ କାର୍ଯ୍ୟରେ ବ୍ୟସ୍ତତା ବଢିବ । ଚାକିରୀ କ୍ଷେତ୍ରରେ ବସ୍‌ଙ୍କ ସହ ସଦଭାବ ରଖିବାକୁ ଚେଷ୍ଟା କରନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ ।
କୁମ୍ଭ: ଆତ୍ମସଂଯତ ରହିବେ । ମାନସିକ ଶାନ୍ତି ଲାଗି ପ୍ରୟାସ କରନ୍ତୁ । ଚାକିରୀ କ୍ଷେତ୍ରରେ ପରିବର୍ତ୍ତନର ସମ୍ଭାବନା ରହିଛି । ଦୀର୍ଘଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୁରା ହେବ ।
ମୀନ: ମନ ଅଶାନ୍ତ ରହିବ । ପରିବାରର ସମସ୍ୟା ଲାଗି ଚିନ୍ତାରେ ରହିବେ । ଯାନବାହାନ ଉପରେ ଖର୍ଚ୍ଚ ବଢିବ । ଶିକ୍ଷା କ୍ଷେତ୍ରରେ ସୁଧାର ଆସିବ ।

Get real time updates directly on you device, subscribe now.