fbpx

ପାକିସ୍ତାନ ଏଥର ବିଶ୍ୱକପ ଜିତିବ; କଂଗ୍ରେସ ନେତ୍ରୀଙ୍କ ଏଭଳି ମନ୍ତବ୍ୟକୁ ନେଇ ବିବାଦ

ଓଡିଶା ଭାସ୍କର; ଚଳିତ ଆଇସିସି କ୍ରିକେଟ ବିଶ୍ୱକପ -୨୦୨୩ ଭାରତରେ ଅନୁଷ୍ଠତ ହେଉଛି । ବିଭିନ୍ନ ଦେଶମାନଙ୍କରୁ ଅନେକ ବିଦେଶୀ ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଭାରତ ଆସିଛନ୍ତି । ଏହା ସହ ପଡୋଶୀ ଦେଶ ତଥା ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ମଧ୍ୟ ଭାରତ ଆସିଛି । ଦୀର୍ଘ ବର୍ଷ ଅର୍ଥାତ ୭ ବର୍ଷ ପରେ ଭାରତ ମାଟିରେ ପାଦ ଥାପିଛି ପାକିସ୍ତାନ । ଅନ୍ୟପଟେ ବିଶ୍ୱକପକୁ ନେଇ ଅକ୍ଟୋବର ୧୪ ତାରିଖରେ ଭାରତ-ପାକିସ୍ତାନ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏଥିରେ ଭାରତ ବିଜୟ ହାସଲ କରିଛି । ଯାହାକୁ ନେଇ ଚଳିତ ବିଶ୍ୱକପ ଟିମ୍ ଇଣ୍ଡିଆ ହିଁ ଜିତିବ ବୋଲି ସାରା ଭାରତବାସୀ ଆସ୍ଥା ପ୍ରକଟ କରିଛନ୍ତି । ମାତ୍ର ଜଣେ କଂଗ୍ରେସ ନେତ୍ରୀ କହିଛନ୍ତି ଯେ, ଏଥର ବିଶ୍ୱକପ ପାକିସ୍ତାନ ଜିତିବ ।

ସୂଚନା ଯୋଗ୍ୟ, ଅକ୍ଟୋବର ୧୪ରେ ହୋଇଥିବା ମ୍ୟାଚ ସମୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଜୟ ଶ୍ରୀ ରାମ ସ୍ଲୋଗାନ, ସହିତ ଗୀତ ପରିବେଷଣ କରାଯାଇଥିଲା। ଲୋକମାନେ ଜୟ ଶ୍ରୀ ରାମ ସ୍ଲୋଗାନ ଦେଇ ଭାରତୀୟ ଦଳର ମନୋବଳ ବଢ଼ାଉଥିଲେ। କିନ୍ତୁ ଏହାକୁ ତାମିଲନାଡୁ କଂଗ୍ରେସ ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଦିବ୍ୟା ମାରୁନ୍ଥାୟା ପସନ୍ଦ କରି ନ ଥିଲେ। ପରେ ଏହାକୁ ନେଇ ଦିବ୍ୟା ପାକିସ୍ତାନ ବିଶ୍ୱକପରେ ଫାଇନାଲ ଜିତିବା କାମନା କରି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ୧୪ ତାରିଖରେ ଖେଳାଯାଇଥିବା ଭାରତ-ପାକିସ୍ଥାନ ମ୍ୟାଚର ଏକ ଫଟୋ ଦିବ୍ୟା ନିଜ ସୋସିଆଲ ମିଡିଆ ଏକ୍ସ’ରେ ଶେୟାର କରିଛନ୍ତି। ଏଥିରେ କିଛି ଲୋକ ଭାଜପା ପତାକା ଧରିଥିବାର ଦେଖିବାକୁ ମିଳିଛି। ତାଙ୍କ ଶେୟାର ଫଟୋର କ୍ୟାପଶନରେ ସେ କହିଛନ୍ତି, ଏହାକୁ ମନେରଖ। ଠିକ ଅଛି। ଧାର୍ମିକ ଉଗ୍ରବାଦୀମାନେ ଏହି ଦେଶକୁ ପରାସ୍ତ କରିଛନ୍ତି। ମୋର ସମ୍ପୂର୍ଣ୍ଣ ଆଶା ଅଛି ପାକିସ୍ତାନ ଏହି ବିଶ୍ୱକପ ଜିତିବ। ଜୟ ଶ୍ରୀ ରାମ। କେବଳ ଏତିକି ନୁହେଁ, ଦିବ୍ୟା ମଧ୍ୟ କହିଛନ୍ତି ଭାରତ ହାରିଛି। ଏହା ସହ ସେ ହିନ୍ଦୁମାନଙ୍କୁ ମଧ୍ୟ ଆତଙ୍କବାଦୀ ବୋଲି କହିଛନ୍ତି। ଅନ୍ୟପଟେ ଦିବ୍ୟାଙ୍କ ଏହି ମନ୍ତବ୍ୟକୁ ନେଇ ଅନେକ ବିବାଦ ଦେଖାଦେଇଛି । ତାଙ୍କୁ ସୋସିଆଲ ମିଡ଼ିଆରେ ସମସ୍ତେ ବିରୋଧ କରିବା ସହ କଡା ସମାଲୋଚନା ମଧ୍ୟ କରିଛନ୍ତି । ଜଣେ ଭାରତୀୟ ହୋଇ କିଭଳି ସେ ବିପକ୍ଷ ତଥା ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ସମର୍ଥନ କରିପାରୁଛନ୍ତି ସେନେଇ ସମସ୍ତେ ପ୍ରଶ୍ନ ଉଠାଇଛନ୍ତି ।

Get real time updates directly on you device, subscribe now.