fbpx
BSKY SKY
BSKY SKY

ପ୍ରଚଣ୍ଡ ଗ୍ରୀଷ୍ମରୁ ରକ୍ଷା କରିଥାଏ ଗୋଟିଏ କପ୍ Green Tea: ଜାଣି ରଖନ୍ତୁ ଏହାର ଫାଇଦା

BSKY

ଓଡିଶା ଭାସ୍କର: ଆମ ଭାରତବର୍ଷରେ ଚା’ ପିଇବାର ସଂସ୍କୃତି ବହୁତ ପୁରୁଣା । ପ୍ରତ୍ୟେକ ଲୋକଙ୍କର ପ୍ରାୟ ଚା’ବା କଫିରୁ ସକାଳ ଆରମ୍ଭ ହୋଇଥାଏ । ଅନେକ ଏହି ଗରମ ଦିନରେ ମଧ୍ୟ ମାତ୍ରାଧିକ ଚା ବା କଫିକୁ ସେବନ କରିଥାନ୍ତି । ଯେଉଁମାନେ ଅଧିକ ଚା’ କଫି ପିଉଛନ୍ତି ସେମାନେ ଜାଣି ରଖିବା ଦରକାର ଯେ, ଖରାରେ ଏସବୁ ପିଇବା ଦ୍ୱାରା ଶରୀରକୁ ହାନି ପହଞ୍ଚିଥାଏ । କିନ୍ତୁ ଆପଣମାନେ ଯଦି ଏହା ବଦଳରେ ଗୋଟିଏ କପ୍ ଗ୍ରୀନ ଟି ପିଉଛନ୍ତି, ତେବେ ଏହା ଆପଣମାନଙ୍କ ଶରୀର ପାଇଁ ବହୁତ ଉପକାର ହୋଇଥାଏ । ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି ତଥ୍ୟ…

ଆପଣମାନେ ଗ୍ରୀଷ୍ମଋତୁର ଖରା ସମୟରେ ଯଦି ଅନ୍ୟ ଚା’ କଫି ବଦଳରେ ଗ୍ରୀନ ଟି ବ୍ୟବହାର କରିବା ଉଚିତ୍ । ଏହା ପ୍ରଥମେ ଶରୀରକୁ ଥଣ୍ଡା କରିବା ସହ ମେଟାବଲିଜିମକୁ ଠିକ ରଖିଥାଏ ଓ ଶରୀରକୁ ହାଇଡ୍ରେଟ ରଖିଥାଏ । ଶରୀରକୁ ସତେଜ ରଖିବାରେ ଜଳ ପରେ ଦ୍ୱିତୀୟ ପାନୀୟ ଭାବରେ ଶରୀରକୁ ବେଶ୍ ଉପକାରୀ ହୋଇଥାଏ ଗ୍ରୀନ ଟି । ଏହା ଆପଣମାନଙ୍କର ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବା ସହ ମନୋବଳ ସ୍ଥିତି ମଧ୍ୟ ବୃଦ୍ଧି କରିଥାଏ । ଏହାର ଉପକାରିତା କେବଳ ଏତିକିରେ ସୀମିତ ନୁହେଁ, ଏହାକୁ ସେବନ କରିବା ଦ୍ୱାରା ଓଜନ ହ୍ରାସ ହେବା ସହ ମନୋବଳ ଦୃଢ କରିବାରେ ମଧ୍ୟ ଏହା ଖୁବ୍ ସହାୟକ ହୋଇଥାଏ ।

ସେହିପରି ଚାପ ଏବଂ କ୍ଳାନ୍ତ ଜନିତ ସମସ୍ୟାକୁ ଦୂର କରି ଆମକୁ ଆରାମ ଦେଇଥାଏ ଗ୍ରୀନ୍ ଟି । ଏଥିରେ ଅଳ୍ପ ପରିମାଣରେ କ୍ୟାଫିନ୍ ଥିବାରୁ ଅନେକ ଲୋକମାନେ ଏହାକୁ ପାନୀୟ ଭାବେ ମଧ୍ୟ ବ୍ୟବହାର କରୁଛନ୍ତି । ଖରାଦିନରେ କ୍ୟାଫିନ ବା ମୃଦ୍ୟୁ ପାନୀୟ ଅପେକ୍ଷା ଗ୍ରୀନ ଟି ସେବନ ଶରୀରକୁ ଫୂର୍ତ୍ତି ରଖିଥାଏ । ଦୁର୍ବଳ ଏବଂ ଥକ୍କାପଣକୁ ଦୂର କରିଥାଏ । ଗ୍ରୀନ ଟି ଆପଣଙ୍କ ଶରୀରରେ ଅନେକ ଲାଭ ଦେଇଥାଏ ।

Get real time updates directly on you device, subscribe now.