fbpx
BSKY
BJD YOUTH SKY
BJD MS SKY

ଟ୍ରାକରେ ଡବାକୁ ଛାଡ଼ି ଚାଲିଗଲା ଟ୍ରେନ୍: ଅର୍ଚ୍ଚନା ଏକ୍ସପ୍ରେସ ସହ ବଡ଼ ଦୁର୍ଘଟଣା

ଓଡ଼ିଶା ଭାସ୍କର: ପୁଣିଥରେ ଭାରତୀୟ ରେଲୱେର ଅବହେଳା ମାମଲା ଦେଖିବାକୁ ମିଳିଛି । ଅର୍ଚ୍ଚନା ଏକ୍ସପ୍ରେସ ସହ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା । ହଠାତ୍ ଟ୍ରାକ ଉପରେ ଯାଉଥିବା ବେଳେ ଇଞ୍ଜିନ୍ ଏବଂ ବଗି ଅଲଗା ହୋଇଯାଇଛି । ତେପେ ବିନା ଇଞ୍ଜିିନରେ ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ଟ୍ରେନଟି ଗଡ଼ିଥିବା ବେଳେ ଏକ ବଡ଼ ଦୁର୍ଘଟଣାର ଖୁବ ନିକଟତର ହୋଇଥିଲା । ତେବେ ଟ୍ରାକରେ କାମ କରୁଥିବା କିଛି ଲୋକଙ୍କ ପାଇଁ ଏହି ବିଶାଳ ଦୁର୍ଘଟଣାକୁ ଅଳ୍ପକେ ଏଡ଼ାଇ ଦେଇପାରିଛନ୍ତି ଟ୍ରେନ ଡ୍ରାଇଭର । ନଚେତ ଟ୍ରେନ ସହିତ ଗାଡ଼ିରେ ଥିବା ଶହ ଶହ ଯାତ୍ରୀଙ୍କ ଜୀବନ ପ୍ରତି ଭୟଙ୍କର ବିପଦ ଦେଖା ଦେଇଥିଲା ।

ସୂଚନା ଅନୁସାରେ, ପଞ୍ଜାବ ଲୁଧିଆନାର ଟ୍ରେନ ସଂଖ୍ୟା ୧୨୩୫୫/୫୬ ଅର୍ଚ୍ଚନା ଏକ୍ସପ୍ରେସ ପାଟନାୁ ଜମ୍ମୁ ଅଭିମୁଖେ ଯାଉଥିଲା । ତେବେ ସରହିନ୍ଦ ଜଙ୍କସନରେ ଗାଡ଼ିର ଇଞ୍ଜିନ୍ ପରିବର୍ତ୍ତନ କରାଯାଇଥିଲା । ଏହାପରେ ଜମ୍ମୁ ଅଭିମୁଖେ ଯାତ୍ରା ଆରମ୍ଭ କରିବା ବେଳେ ଖନ୍ନା ନିକଟରେ ଗାଡ଼ି ଇଞ୍ଜିନ ଖୋଲି ଯାଇଥିଲା । ଫଳରେ ବଗିକୁ ଛାଡ଼ି ଇଞ୍ଜିନ ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ଆଗେଇ ଯାଇଥିଲା । ବଗି ଟ୍ରାକ ଅଧାରେ ରହିଯାଇଥିବା ବେଳେ ଇଞ୍ଜିନ୍ ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ଚାଲିଯାଇଥିଲା । ତେବେ ଟ୍ରାକରେ କାମ କରୁଥିବା କି-ମ୍ୟାନ୍ ଏହା ଦେଖି ଡ୍ରାଇଭରଙ୍କୁ ଏ ନେଇ ସୂଚନା ଦେଇଥିଲେ । ତେବେ ଏହାପରେ ଡ୍ରାଇଭର ଇଞ୍ଜିନ୍ ବନ୍ଦ କରି ରେଳ ଅଧିକାରୀମାନଙ୍କୁ ଏ ନେଇ ସୂଚନା ଦେଇଛନ୍ତି । ତେବେ ଟ୍ରେନର ଇଞ୍ଜିନକୁ ପୁଣିଥରେ ବଗି ନିକଟକୁ ଫେରାଇ ଆଣିବା ସହ ଟ୍ରେନ ସହିତ ଯୋଡ଼ାଯାଇଛି ।

ଏହି ଦୁର୍ଘଟଣା ପରେ ରେଲୱେ ଅଧିକାରୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି । ତେବେ କୁହାଯାଉଛି ଯେ, ବକ୍ସ ଏବଂ ଇଞ୍ଜିନ ମଧ୍ୟରେ କ୍ଲାମ୍ପ ଭାଙ୍ଗିଯିବାରୁ ଏଥିରୁ ଇଞ୍ଜିନ ଅଲଗା ହୋଇ ଯାଇଥିଲା । ତେବେ ଏହି ଦୁର୍ଘଟଣାକୁ ନେଇ ରେଲୱେ ପୋଲିସ ଯାଞ୍ଚ ଜାରି ରଖିଛି । ତେବେ ଏ ମାମଲାରେ ଯାତ୍ରୀଙ୍କ ମଧ୍ୟରେ ଏକ ଭୟର ବାତାବରଣ ଖେଳିଯାଇଥିଲା । ବଗିକୁ ଛାଡ଼ି ଇଞ୍ଜିନ୍ ଖୁବ ଆଗକୁ ଚାଲିଯାଇଥିଲା ।

Get real time updates directly on you device, subscribe now.