fbpx
BSKY SKY
BSKY SKY

କେଉଁଠି ପ୍ରକାଶ ପାଇବ ଦଶମ-ଦ୍ୱାଦଶ ପରୀକ୍ଷା ରେଜଲ୍ଟ? CBSE ଜାରି କଲା DigiLocker Access Code

BSKY

ନୂଆଦିଲ୍ଲୀ: ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଏବେ ନିଜ ପରୀକ୍ଷା ଫଳାଫଳକୁ ଅପେକ୍ଷା କରି ରହିଛନ୍ତି । ତେବେ ଏହାମଧ୍ୟରେ ସିବିଏସଇ ପକ୍ଷରୁ ଏକ ବଡ଼ ଘୋଷଣା ହୋଇଯାଇଛି । ସିବିଏସଇ ତରଫରୁ କୁହାଯାଇଛି ଯେ, ସ୍କୁଲଗୁଡ଼ିକୁ ଡିଜିଲକର୍ ଆକ୍ସେସ କୋଡ ସେୟାର କରାଯାଇଛି । ଏହାସହିତ ଖୁବଶୀଘ୍ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଘୋଷଣା ହେବ ବୋଲି କହିଛି ସିବିଏସଇ । ଡିଜି ଲକର ହେଉଛି ଏକ ପ୍ଲାଟଫର୍ମ ଯାହା ଛାତ୍ରଛାତ୍ରୀମାନଙ୍କୁ ବୋର୍ଡ ମାର୍କ ସିଟ୍ ଏବଂ ସାର୍ଟିଫିକେଟର ଡିଜିଟାଲ୍ କପି ଡାଉନଲୋଡ କରିପାରିବେ ।

“ବୋର୍ଡ ପରୀକ୍ଷା -୨୦୨୪ ର ଫଳାଫଳ ଖୁବ୍ ଶୀଘ୍ର ଘୋଷଣା କରାଯିବ । cbse.gov.in ରେ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ପିଲାମାନଙ୍କ ୱାଇଜ୍ ଆକ୍ସେସ୍ କୋଡ୍ ଫାଇଲ୍ ସେମାନଙ୍କ ଡିଜି ଲକର୍ ଆକାଉଣ୍ଟରେ ବିଦ୍ୟାଳୟଗୁଡିକ ପାଇଁ ଉପଲବ୍ଧ ହେଉଛି । ଏହାଦ୍ୱାରା ବିଦ୍ୟାଳୟଗୁଡ଼ିକ ପ୍ରତ୍ୟେକ ପିଲାଙ୍କୁ ବ୍ୟକ୍ତିଗତ ଭାବରେ ସେମାନଙ୍କ ପରୀକ୍ଷାଫଳ ଡାଉନଲୋଡ କରି ପଠାଇପାରିବେ । ଗତ କିଛି ବର୍ଷରୁ ସିବିଏସ୍ଇ ବୋର୍ଡ ପରୀକ୍ଷାର୍ଥୀମାନଙ୍କ ପାଇଁ ଡିଜିଲକର୍ ଆକାଉଣ୍ଡ ପ୍ରସ୍ତୁତ କରୁଛି । ଏହାଦ୍ୱାରା ପରୀକ୍ଷା ପରେ ନିଜର ଡିଜିଟାଲ ଏକାଡେମିକ ରେପୋଜିଟୋରୀ, ପରିଣାମ ମଞ୍ଜୁଶା ମାଧ୍ୟମରେ ଡିଜିଟାଲ୍ ଏକାଡେମିକ୍ ଡକ୍ୟୁମେଣ୍ଟ୍ ସେୟାର କରିପାରିବ ସିବିଏସଇ ।

ଏହି ଆକାଉଣ୍ଟକୁ ଆକ୍ଟିଭ ରଖିବା ପାଇଁ ୬ ଅଙ୍କ ବିଶିଷ୍ଟ ଆକ୍ସେ କୋଡ୍ ଆବଶ୍ୟକ ରହିଛି । ତେବେ ସ୍କୁଲ୍ ସହ ଯୋଗାଯୋଗ କରି ପିଲାମାନେ ସେମାନଙ୍କ କୋଡ୍ ପାଇପାରିବେ । ତେବେ ପରୀକ୍ଷା ଫଳାଫଳ ଘୋଷଣା ଦିନ ଦଶମ ତଥା ଦ୍ୱାଦଶ ଶ୍ରେଣୀର ପିଲାମାନେ cbse.nic.in, cbseresults.nic.in ଏବଂ digilocker.gov.in ୱେବସାଇଟ ମାଧ୍ୟମରେ ନିଜ ରେଜଲ୍ଟ ଦେଖିପାରିବେ । ତେବେ ବିଶେଷ କରି ରୋଲ୍ ନମ୍ବର, ସ୍କୁଲ୍ ନମ୍ବର ଏବଂ ଆଡମିଟ କାର୍ଡ ଆଇଡି ଜରିଆରେ ଛାତ୍ରଛାତ୍ରୀମାନେ ନିଜ ପରୀକ୍ଷା ଫଳ ଦେଖିପାରିବେ । ଚଳିତବର୍ଷ ପ୍ରାୟ ୩୯ ଲକ୍ଷ ପିଲା ସିବିଏସଇର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି ।

Get real time updates directly on you device, subscribe now.