ଆଦି ମାନବ ପରି ବଞ୍ଚୁଛନ୍ତି ମଧ୍ୟପ୍ରଦେଶର ମାନବ ଜାତି, ଏଠାରେ ମନୁଷ୍ୟ ଓ ପଶୁ ଗୋଟିଏ ସ୍ଥାନରୁ ପାଣି ପିଉଛନ୍ତି

ଅନୁପପୁର : ଆଜି ଆମେ ଚନ୍ଦ୍ରରେ ପହଞ୍ଚିବା ପରେ ଏବେ ସୂର୍ଯ୍ୟ ଆଡକୁ ମଧ୍ୟ ବଢି ସାରିଛୁ । ଆମ ଦେଶର ନେତା ବିକାଶକୁ ନେଇ ସବୁବେଳେ ଭାଷଣ ଦେୁଛନ୍ତି । ଏହି ନିର୍ବାଚନୀ ମାହୋଲରେ ନେତାମାନେ ସବୁ ଗାଁରେ ଯାଇ ଲୋକମାନଙ୍କ ସୁବିଧା ଅସୁବିଧା ବିଷୟରେ ବୁଝନ୍ତି । କିନ୍ତୁ ମଧ୍ୟପ୍ରଦେଶରେ ଏପରି ଏକ ଗାଁ ଅଛି ଯେଉଁଠାରେ ଲୋକମାନେ ଆଜି ପର୍ଯ୍ୟନ୍ତ ପିଇବା ପାଣି ମଧ୍ୟ ଠିକରେ ପାଇ ନାହାନ୍ତି । ସତ କଥା ଏହା ମଧ୍ୟପ୍ରଦେଶର ଏହି ଗାଁରେ ମଣିଷ ଏବଂ ପଶୁ ଗୋଟିଏ ଗାତରୁ ପାଣି ପିଉଛନ୍ତି । ଏବଂ ପଶୁପରି ଜୀବନ ଅତିବାହିତ କରୁଛନ୍ତି ।

ଏହି ଗାଁ ହେଉଛି ମଧ୍ୟପ୍ରଦେଶର ଅନୁପପୁର ଜିଲ୍ଲାର ନର୍ମଦା ନଦୀ କୂଳରେ ଥିବା ବିଜାପୁରୀ । ଏଠାରେ ଜନ ସଂଖ୍ୟା ୩୫୦ ଏବଂ ସେମାନଙ୍କ ମଧ୍ୟରୁ୧୫୦ ଜଣ ଭୋଟର ଅଛନ୍ତି । ଏହି ଗାଁର ଲୋକମାନେ ଆଜି ମଧ୍ୟ ଆଦିମାନବର ଜୀବନ ବଞ୍ଚୁଛନ୍ତି । ଏହି ଗାଁରେ ଲୋକମାନଙ୍କର ଚାଲିବା ପାଇଁ ମଧ୍ୟ ଭଲ ରାସ୍ତା ନାହିଁ । ଏମାନଙ୍କୁ କେବଳ ଭୋଟ ପାଇଁ ବ୍ୟବହାର କରାଯାଉଛି ।

ଗାଁରେ ପିଇବା ପାଣି ଟ୍ୟାପ ଲଗା ଯ।।ଇଛି କିନ୍ତୁ ଏଥିରେ ପାଣି ଆସୁ ନାହିଁ । ଏଠାରେ ଥିବା ଗାତରେ ଯେଉଁ ପାଣି ଭରି ରହୁଛି ତାହାକୁ ମଣିଷ ସହିତ ପଶୁମାନେ ମଧ୍ୟ ପିଉଛନ୍ତି । ଏହି ଗାଁର ଲୋକମାନେ ବର୍ଷା ସମୟରେ ମଧ୍ୟ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ନିର୍ବାଚନ ସମୟ ଆସିଲେ ସେମାନଙ୍କୁ ଆନେକ ପ୍ରତିଶ୍ରୃତି ମିଳିଥାଏ କିନ୍ତୁ ପରେ ଯାହାକୁ ସେୟା ହୋଇଥାଏ । କୌଣସି ବିକାଶ ଏଠାରେ ହୋଇ ନଥାଏ । ଦେଖିବାକୁ ବାକି ରହିଲା ଏଠାରେ କେବେ ସରାକରଙ୍କ ନଜର ପଡୁଛି ।