fbpx

ଆରବ ସାଗରରେ ସୃଷ୍ଟି ହେବାକୁ ଯାଉଛି ଘୂର୍ଣ୍ଣିଝଡ ‘ତେଜ’, ପାଣିପାଗ ବିଭାଗ ଜାରି କଲା ସତର୍କ ସୂଚନା

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ଆରବ ସାଗରରେ ସୃଷ୍ଟି ହେଉଥିବା ଘୁର୍ଣ୍ଣିଝଡ ବିଷୟରେ ସତର୍କ ସୂଚନା ଜାରି କରାଯାଇଛି । ଆଇଏମଡି ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ କିମ୍ବା ପୂର୍ବ ମଧ୍ୟ ଆରବ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଏଠାରେ ସୂଚାଇ ଦିଆଯାଇପାରେ କି ଅକ୍ଟୋବରରୁ ଆରମ୍ଭ କରି ଡିସେମ୍ବର ପର୍ଯ୍ୟନ୍ତ ସମୁଦ୍ରର ତାପମାତ୍ରା ଉଷ୍ମ ରହୁଥିବାରୁ ବଙ୍ଗୋପସାଗର ଓ ଆରବ ସାଗରରେ ଘୂର୍ଣ୍ଣିଝଡ ସୃଷ୍ଟି ହେବାର ସମ୍ଭାବନା ବଢିଯାଇଥାଏ ।

ହିନ୍ଦ ମହାସାଗର କ୍ଷେତ୍ରରେ ଘୂର୍ଣ୍ଣିଝଡର ନାମକରଣ ପାଇଁ ଆପଣା ଯାଇଥିବା ଏକ ସୂତ୍ର ଅନୁସାରେ ଯଦି ଭାରତୀୟ ସମୁଦ୍ରରେ ଏକ ଅଷ୍ଟକଟିବନ୍ଧୀୟ ଘୂର୍ଣ୍ଣିଝଡ ସୃଷ୍ଟି ହୋଇଥାଏ ତେବେ ଏହାକୁ ‘ତେଜ’ କୁହାଯିବ । ପାଣିପାଗ ବିଭାଗ ଟ୍ୱିଟର ଆକାଉଣ୍ଟରେ ଲେଖିଛି ଯେ, ୧୮ ଅକ୍ଟୋବର ସକାଳେ ଦକ୍ଷିଣ ପୂର୍ବ ଓ ନିକଟବର୍ତ୍ତୀ ପୂର୍ବ ମଧ୍ୟ ଆରବ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ଓ ୨୧ ଅକ୍ଟୋବରରେ ଏକ ବାତ୍ୟାର ରୂପ ନେଇପାରେ । ଏହାର ପ୍ରଭାବରେ ମୁମ୍ବାଇରେ ଭୀଷଣ ଝଡ ବର୍ଷାର ହେବା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି ।

Get real time updates directly on you device, subscribe now.