fbpx

ଦୂର୍ଗାପୂଜା ପାଇଁ କମିଶନର ପୋଲିସର ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଚଳିତ ବର୍ଷର ଶାରଦୀୟ ଦୂର୍ଗା ପୂଜା ପାଇଁ ଆଜି ଭୁବନେଶ୍ୱର ପୋଲିସ କମିଶନରଙ୍କ କାର୍ଯ୍ୟଳୟରେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ପୂଜା ମଣ୍ଡପରେ ହେବାକୁ ଥିବା ଦୁର୍ଗାପୂଜା ଏବଂ ବିଭିନ୍ନ ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରାଯିବା ସହ ସମ୍ପ୍ରତି ପୂଜା ପୂର୍ବରୁ ଏହାର ସମାଧାନ କରାଯାଇ ସହର ମଧ୍ୟରେ ଶାନ୍ତି ଓ ଶୃଙ୍ଖଳାର ସହିତ ପୂଜା କାର୍ଯ୍ୟକ୍ରମକୁ ପରିଚାଳିତ କରାଯିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇପିଏସ, ଅତିରିକ୍ତ ପୋଲିସ କମିଶନର ଡଃ ଉମାଶଙ୍କର ଦାଶ, ଆଇପିଏସ, ଭୁବନେଶ୍ୱର ଡିସିପି ଶ୍ରୀ ପ୍ରତୀକ ସିଂ, ଆଇପିଏସଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ପୂଜା ସମୟରେ ବିଭିନ୍ନ ଅସାମାଜିକ ତଥା ଅପରାଧିକ କାର୍ଯ୍ୟ କଳାପ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ସହିତ ବିହିତ ପଦକ୍ଷେପ ନେବାଲାଗି ଏହି ବୈଠକରେ ପୋଲିସ କର୍ମଚାରୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା । ମହା ଷଷ୍ଠୀ ପୂଜା ଠାରୁ ଭଷାଣ ଉତ୍ସବ ପର୍ଯ୍ୟନ୍ତ ସବୁଠି ଧ୍ୟାନ ରଖିବ ପୋଲିସ । ପଳାଶୁଣୀରୁ ସିଆରପି, ରସୁଲଗଡ଼ରୁ କଳ୍ପନା ଓ ବାଣୀବିହାର ଠାରୁ ରାଜମହଲ ଛକ ସବୁଠି ପଇଁତରା ମାରିବ ପୋଲିସ ।

Get real time updates directly on you device, subscribe now.