fbpx

BIG BREAKING; ଭଦ୍ରକରେ ବସ୍-ଆମ୍ବୁଲାନ୍ସ ଧକ୍କା, ୧୬ ଜଣ ଆହତ

ଓଡିଶା ଭାସ୍କର; ବର୍ତ୍ତମାନର ଏକ ବଡ଼ ଖବର ସାମ୍ନାକୁ ଆସିଛି, ବସ୍-ଆମ୍ବୁଲାନ୍ସ ଧକ୍କା ହେବା ଫଳରେ ୧୬ ଜଣ ଆହତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଅରଞ୍ଜି ଛକ ଠାରେ ଏଭଳି ଏକ ମର୍ମନ୍ତୁତ ଦୁର୍ଘଟଣା ଘଟିଛି । ବସ୍-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହେବା ଫଳରେ ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି । ଭାରସାମ୍ୟ ହରାଇ ବସ୍ ଓଲଟି ପଡିବା ଫଳରେ ବହୁ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଭଦ୍ରକ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛିି । ଏବେ ବି ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ବସ୍‌ ଓ ଆମ୍ବୁଲାନ୍ସ ପରସ୍ପର ଧକ୍କା ହେବା ଫଳରେ ଉଭୟ ଦୁଇଟି ଗାଡି ରାସ୍ତା ତଳକୁ ଖସି ପଡିଛି ।

ସୂଚନା ଅନୁଯାୟୀ, ଭଦ୍ରକରୁ ଯାତ୍ରୀ ନେଇ ଯାଉଥିବା କ୍ରିର୍ଣ୍ଣା ନାମକ ଏକ ଘରୋଇ ବସ୍ ବରପଦା ନିକଟ ଅରଞ୍ଜି ଛକ ଠାରେ ୧୦୨ ଆମ୍ବୁଲାନ୍ସ ସହ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ ଯାତ୍ରୀଙ୍କ ସହ ଆମ୍ବୁଲାନ୍ସ ଡ୍ରାଇଭର ବି ମଧ୍ୟ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.