fbpx

ଭାରସାମ୍ୟ ହରାଇ ଓଲଟିଲା ବସ୍‌, ୧୫ ଯାତ୍ରୀ ଆହତ

ଭୁବନେଶ୍ୱର: ଭଦ୍ରକରେ ଏବେ ଏବେ ଘଟିଯାଇଛି ଏକ ବଡ ଦୁର୍ଘଟଣା । ଭାରସାମ୍ୟ ହରାଇ ଏଠାରେ ଏକ ବସ୍ ଓଲଟି ପଡିବା ଫଳରେ ବହୁ ଯାତ୍ରୀ ଆହତ ହୋଇଛନ୍ତି । ବସ୍‌ଟି ଆଗରପଡା ଯାଉଥିବା ସମୟରେ ବାରପଦା ନିକଟରେ ଓଲଟି ପଡିଥିିଲା ।

ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଭଦ୍ରକ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛିି । ଏବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡିଥିବା ଜଣାପଡିଛି ।

Get real time updates directly on you device, subscribe now.