fbpx

୨୦ ଜଣ ସୈନିକଙ୍କ ମୃତ୍ୟୁ, ଶତାଧିକ ଆହତ: କାମ୍ବୋଡ଼ିଆ ମିଲିଟାରୀ ବେସରେ ବଡ଼ଧରଣର ବିସ୍ଫୋରଣ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । କାମ୍ବୋଡ଼ିଆରେ ଘଟିଯାଇଛି ଏକ ବଡ଼ଧରଣର ଅଘଟଣ । ମିଲିଟାରୀ ବେସରେ ବିସ୍ଫୋରଣ ଘଟି ୨୦ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି । ଏଥିସହିତ ଶତାଧିକ ସୈନିକ ଆହତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ଏହି ବିସ୍ଫୋରଣରେ ଆଖାପାଖରେ ରହିଥିବା କିଛି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଏନେଇ ଦେଶର ପ୍ରଧାନମନ୍ତ୍ରୀଙ୍କ ତରଫରୁ ଏକ ଫେସବୁକ ପୋଷ୍ଟରେ ସୂଚନା ଦିଆଯାଇଛି ।

ସୂଚନା ମୁତାବକ, ଦେଶର ପଶ୍ଚିମ ଭାଗରେ ରହିଥିବା ଏକ ମିଲିଟାରୀ ବେସରେ ପ୍ରତିରକ୍ଷା ସାମଗ୍ରୀରେ ବିସ୍ଫୋରଣ ଘଟିଥିଲା । ଫଳରେ ୨୦ ଜଣ ସୈନିକଙ୍କ ମୃତ୍ୟୁ ଘଟିବା ସହିତ ଶତାଧିକ ଆହତ ହୋଇଥିଲେ । ତେବେ ବିସ୍ଫୋରଣର କାରଣ ବିଷୟରେ କିଛି କୁହାଯାଇ ନାହିଁ । ଘଟଣାସ୍ଥଳରେ କିଛି ବିଲଡିଂ ନଷ୍ଟ ହେବା ସହିତ ଗୋଟିଏ ଘରର ଛାତ ଉଡ଼ି ଯାଇଛି । ଆହତ ସୈନିକଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

Get real time updates directly on you device, subscribe now.