fbpx

ସାଇବର ଠକଙ୍କ ଅଜବ କାରନାମା; ସର୍ଭିସ୍ ଚାର୍ଜ ନାଁରେ ୨ ଟଙ୍କା ମାଗି ଲୁଟି ନେଲେ ୨୦ ହଜାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଅଦୃଶ୍ୟ ସାଇବର ଠକଙ୍କ ଅଜବ କାରନାମା । ସର୍ଭିସ ଚାର୍ଜ ନରେ ୨ ଟଙ୍କା ମାଗିଲେ ଓ ପରେ ୨୦ ହଜାର ଟଙ୍କା ଲୁଟି ନେଲେ । ପ୍ରଥମେ ବାଇକ୍ ଇ-ସର୍ଭିସ ପାଇଁ ଗୁଗଲରୁ ନମ୍ବର ନେଇ କଲ କରିଥିଲେ ଅଭିଯୋଗକାରୀ ଜଗବନ୍ଧୁ ପାଢ଼ୀ । କଲ କରିବା ପରେ ସର୍ଭିସ୍ ଚାର୍ଜ ପାଇଁ ପ୍ରଥମେ ମାତ୍ର ଦୁଇ ଟଙ୍କା ୟୁପିଆଇ କରିବାକୁ କହିଥିଲେ ଠକ । ପରେ ନମ୍ବରକୁ ୧୩ ହଜାର ୫୦୦ ଟଙ୍କାର pay request ପଠାଇ ରିଫଣ୍ଡ ହୋଇଯିବ ବୋଲି ଆଶ୍ଵାସନା ଦେବା ସହ ବାଇକର ବ୍ୟାଟେରୀ ଦାମ୍ ଦେବାକୁ କହିଥିଲେ।

ଏହି ଟଙ୍କା ନେବା ପରେ ରିଫଣ୍ଡ ଅପ୍ଲାଏ କରିବାକୁ ପୁଣି ୪ ହଜାର ୫୦୦ ଟଙ୍କାର ମାଗିଥିଲେ । ଏହା ଦେଇଦେବା ପରେ ଆଉ ଟଙ୍କା ମାଗିବା ପରେ ଅଭିଯୋଗକାରୀଙ୍କ ସନ୍ଦେହ ହୋଇଥିଲା । ଏହାପରେ ପରିବାର ସମେତ ସାଇବର ଥାନାର ଦ୍ଵାରସ୍ଥ ହୋଇଛନ୍ତି ଅଭିଯୋଗକାରୀ ଜଗବନ୍ଧୁ ପାଢ଼ୀ । ସେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିବା ବେଳେ ଲୋକଙ୍କୁ ଅଧିକ ସଚେତନ ରହିବାକୁ ବାର୍ତ୍ତା ଦେଇଛନ୍ତି ।

Get real time updates directly on you device, subscribe now.